ଆମ ହିନ୍ଦୁ ସମାଜରେ ବସବାସ କରୁଥିବା ବିଭିନ୍ନ ଜାତି ମାନଙ୍କ ମଧ୍ୟରେ ବ୍ରାହ୍ମଣ ଜାତି ଅନ୍ୟତମ ରହିଛି । ଏହି ବ୍ରାହ୍ମଣ ପରିବାରକୁ ଏକତ୍ରିତ କରି ସେମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କୁମୁସି ଗାଁ ଜମ୍ବେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଶୁକ୍ରବାର ଦିନ ବ୍ଲକ ବ୍ରାହ୍ମଣ ପରିବାରକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । “ଏକତା ହିଁ ବଳ ” ଏହାର ତାତ୍ପର୍ଯ୍ୟ ହେଉଛି ଯେଉଁ ସମାଜ ଏକତା ହୋଇ ରହିଛି ସେହି ସମାଜ ଶକ୍ତିଶାଳୀ ହୋଇଥାଏ , ବର୍ତ୍ତମାନ ପରିସ୍ଥିତିରେ ବ୍ରାହ୍ମଣ ସମାଜ ଏକତ୍ରିତ ହୋଇ ଏକତାର ସଂକଳ୍ପ ନେଇ ଆମ ପରିବାରର ସଂସ୍କୃତି , ଶିକ୍ଷା ଓ ଧର୍ମକୁ ଦୃଢୀଭୂତ କରିବା ପାଇଁ ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା । ବ୍ଳକର ସମସ୍ତ ବ୍ରାହ୍ମଣ ପରିବାରକୁ ଏକତ୍ରିତ କରି ଗୋଟିଏ ମଞ୍ଚରେ ଏକାଠି ହେବା , ଯୁବପୀଢ଼ି ମାନଙ୍କୁ ସଂସ୍କୃତି , ସମାଜ ସେବା ଏବଂ ଧାର୍ମିକ ମୂଲ୍ୟ ସହିତ ଯୋଡି ହେବା ,ପରଜଙ୍ଗ ବ୍ଳକରୁ ଆରମ୍ଭ କରି ଜିଲ୍ଳା ଓ ରାଜ୍ୟ ସ୍ତରରେ ଏକତ୍ରିତ ହୋଇ ସମାଜକୁ ସୁଦୃଢ଼ ସଂଗଠନ ଗଢ଼ିବା ପ୍ରଭୃତି ଉକ୍ତ ବୈଠକରେ ମୁଖ୍ୟ ପ୍ରସଙ୍ଗ ଉପରେ ଆଲୋକପାତ ହୋଇଥିଲା । ପରଷ୍ପର ଭାତୃଭାବ ରଖିବା ,ଅଯଥା ବାଦବିବାଦ ସୃଷ୍ଟି ନକରିବା , ହିଂସା କପଟ ଠାରୁ ଦୂରେଇ ରହିବା ଏହି ପରି କେତେକ ସମସ୍ୟା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଅନୁଷ୍ଠିତ ବୈଠକରେ ବ୍ଲକ ବ୍ରାହ୍ମଣ ପରିବାରର ପ୍ରଶାନ୍ତ କୁମାର ଶତପଥୀ ,ସୁଜିତ୍ କୁମାର ପଣ୍ଡା ,ରମେଶ ଚନ୍ଦ୍ର ମିଶ୍ର , ସନ୍ତୋଷ କୁମାର ପାଣି ,କୃଷ୍ଣ ଚନ୍ଦ୍ର ପଣ୍ଡା ,ସୁବାସ ବିହାରୀ ପଣ୍ଡା , ଗୋକୁଳ ଚନ୍ଦ୍ର ପଣ୍ଡା ,ସୁଧାକର ପଣ୍ଡା ,ହେମନ୍ତ କୁମାର ଧର , ମୂରଲୀଧର ଧର ,ରଞ୍ଜନ କୁମାର ଧର ପ୍ରମୁଖ ବ୍ରାହ୍ମଣ ପରିବାରକୁ ଏକତ୍ରିତ କରିବା ଓ ଆଗାମୀ ଦିନରେ ଏହାକୁ କାର୍ଯ୍ୟରେ ପରିଣତ କରିବାକୁ ନିଜ ନିଜର ରଣକୌଶଳ ଉପରେ ମାର୍ଗଦର୍ଶନ ଦେଇଥିଲେ ।ଉକ୍ତ ବୈଠକରେ ବ୍ଲକର ବିଭିନ୍ନ ଗ୍ରାମରୁ ଶତାଧିକ ମହିଳା ଓ ପୁରୁଷ ମାନେ ଉପସ୍ଥିତ ଥିବା ବେଳେ ବ୍ରାହ୍ମଣ ପରିବାରର ଯୁବ ଉଦ୍ୟୋକ୍ତା ସୁଜିତ୍ କୁମାର ପଣ୍ଡାଙ୍କ ତତ୍ବାବଧାନରେ ଉକ୍ତ ବୈଠକ ଅନୁଷ୍ଠିତ ହୋଇଥିଲା ।

More Stories
ଚାଇନା ପରେ ଭାରତ ତିଆରି କରୁଛି ସୂର୍ଯ୍ୟ, ୨୦କୋଟି ଡିଗ୍ରୀର ମହାପ୍ରୟୋଗ, ବିଶ୍ୱରେ ଚହଳ!
WHOରୁ ଇସ୍ତଫା ଦେଲେ ଶେଖ୍ ହାସିନାଙ୍କ ଝିଅ, ଇସ୍ତଫାପତ୍ରରେ ଲେଖିଲେ ଏହି ବଡ଼ କାରଣ…
ୟୁଏଇ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ହେବ…