March 17, 2026

Now Odisha

Now Odisha

ଆଜିଠୁ ପଞ୍ଚକ ବ୍ରତ: ୫ ପରିବର୍ତ୍ତେ ଏଥର ୪ଦିନ, ଦ୍ବାଦଶୀରେ ହେବନି ବାଙ୍କଚୂଡ଼ା ବେଶ…

Spread the love

ପୁରୀ : କାର୍ତ୍ତିକ ମାସର ମହାପଞ୍ଚୁକ ବ୍ରତ ଆଜିଠୁ ଆରମ୍ଭ ହୋଇଛି। ଏଥର ପାଞ୍ଚ ଦିନ ପରିବର୍ତ୍ତେ ୪ଦିନ ପଞ୍ଚୁକ ବ୍ରତ ପାଳନ ହେବ। ତିଥି କ୍ଷୟ ଯୋଗୁଁ ଦ୍ବାଦଶୀରେ ବାଙ୍କଚୂଡ଼ା ବେଶ ଦର୍ଶନରୁ ବଞ୍ଚିତ ହେବେ ଶ୍ରଦ୍ଧାଳୁ। ପଞ୍ଚକର ପ୍ରଥମ ଦିନ ତଥା ବଡଏକାଦଶୀ ତିଥିରେ ଶ୍ରୀଜିଉଙ୍କ ଠିଆକିଆ ବେଶ ବା ଲଷ୍ମୀନାରାୟଣ ବେଶରେ ସଜିତ କରାଯାଇଛି । ଏଥିସହ ଆଜି ଶ୍ରୀମନ୍ଦିରରେ ହରି ଉତ୍ଥାପନ ଏକାଦଶୀ ମଧ୍ୟ ପାଳିତ ହେଉଛି । ଆଷାଢ ଶୁକ୍ଳପକ୍ଷ ଏକାଦଶୀରେ ମହାପ୍ରଭୁ ଶୟନ କରିଥିବା ବେଳେ କାର୍ତ୍ତିକ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ମହାପ୍ରଭୁ ନିଦ୍ରାରୁ ଉଠିଥାନ୍ତି । ଶାସ୍ତ୍ର ମତରେ ଆଜିଠାରୁ ଶୁଭ ସମୟ ଆରମ୍ଭ ହେଉଥିବାରୁ ସମସ୍ତ ମାଙ୍ଗଳିକ କାର୍ଯ୍ୟ ଆରମ୍ଭ ହୋଇଥାଏ ।

ଏହାସହ ତୃତୀୟ ଦିନରେ ତ୍ରିବିକ୍ରମ ବେଶ ଓ ରାସ ପୂର୍ଣ୍ଣିମାରେ ଦୁର୍ଲ୍ଲଭ ରାଜ ରାଜେଶ୍ୱର ବେଶରେ ଭକ୍ତ ଦର୍ଶନ କରିବେ। ହବିଷ୍ୟାଳୀ ଓ ବୟସ୍କ ଭକ୍ତ ଯେଭଳି ସୁଚାରୁ ରୂପେ ପଞ୍ଚୁକରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ବେଶ ଦର୍ଶନ କରିପାରିବେ ସେଥିପାଇଁ ଜିଲା ପ୍ରଶାସନ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ସେହିପରି ପଞ୍ଚୁକରେ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଜିଲା ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିରରେ କେବଳ ସିଂହଦ୍ବାର ଦେଇ ପ୍ରବେଶ କରି ଅନ୍ୟ ୩ ଦ୍ବାରରେ ପ୍ରସ୍ଥାନ କରିପାରିବେ। ଚଳିତ ବର୍ଷ ମାର୍କେଟ ଛକ ନିକଟରୁ ସିଂହଦ୍ବାର ପର୍ଯ୍ୟନ୍ତ ସ୍ୱତନ୍ତ୍ର ବ୍ୟାରିକେଡ୍‌ କରାଯାଇଛି। ଶ୍ରଦ୍ଧାଳୁ ବ୍ୟାରିକେଡ୍‌ ଦେଇ ସିଂହଦ୍ବାରରେ ପ୍ରବେଶ କରିବେ।

error: Content is protected !!