ବେଙ୍ଗାଲୁରୁ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ଆଜି ଏଲଭିଏମ-୩ (ବାହୁବଳୀ) ରକେଟ ଜରିଆରେ ସିଏମଏସ-୩ ଉପଗ୍ରହ ମହାକାଶକୁ ପ୍ରକ୍ଷେପଣ କରାଯିବ। ଆଜି ସନ୍ଧ୍ୟା ୫ଟା ୨୬ ମିନିଟରେ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଉପଗ୍ରହକୁ ନେଇ ଏହି ରକେଟ ମହାକାଶକୁ ଯାତ୍ରା କରିବ। ସିଏମଏସ-୩ ଉପଗ୍ରହର ଓଜନ ୪୪ କ୍ବିଣ୍ଟାଲ ହୋଇଥିବାବେଳେ ଏହା ଭାରତୀୟ ନୌସେନା ପାଇଁ ଉଦ୍ଦିଷ୍ଟ। ଇସ୍ରୋ ପକ୍ଷରୁ ଏ ପର୍ଯ୍ୟନ୍ତ ପ୍ରକ୍ଷେପିତ ଉପଗ୍ରହ ମଧ୍ୟରେ ଏହା ସବୁଠାରୁ ଓଜନିଆ ବୋଲି ଜଣାପଡିଛି।
ଏହି ଉପଗ୍ରହ କାର୍ଯ୍ୟକ୍ଷମ ହେବାପରେ ନୌସେନା ପୂର୍ବରୁ ବ୍ୟବହାର କରୁଥିବା ଜିସାଟ୍-୭ (ରୁକ୍ମିଣୀ) ଉପଗ୍ରହକୁ ସେବାନିବୃତ୍ତ କରାଯିବ ବୋଲି କୁହାଯାଇଛି। ଇତିପୂର୍ବରୁ ୨୦୨୩ରେ ବାହୁବଳୀ ରକେଟ ‘ଚନ୍ଦ୍ରଯାନ-୩’କୁ ନେଇ ମହାକାଶକୁ ଯାତ୍ରା କରିଥିଲା। ଏ ପର୍ଯ୍ୟନ୍ତ ଇସ୍ରୋ ପକ୍ଷରୁ ସାତଥର ବାହୁବଳୀ ରକେଟ ବ୍ୟବହୃତ ହୋଇସାରିଥିବାବେଳେ ସବୁଥର ଏହାର ପ୍ରଦର୍ଶନ ୧୦୦ ପ୍ରତିଶତ ସଫଳ ପ୍ରମାଣିତ ହୋଇଛି। ବାହୁବଳୀ ରକେଟର ଲମ୍ବ ୪୩.୫ ମିଟର ହୋଇଥିବାବେଳେ ଓଜନ ୬୪୨ ଟନ୍।

More Stories
ସବୁଠୁ ଓଜନିଆ’ ଉପଗ୍ରହ CMS-03ର ସଫଳ ଉତକ୍ଷେପଣ କଲା ISRO…
୩ କଫ୍ ସିରପ୍ ବିଷ ସଦୃଶ: ଚେତାବନୀ ଜାରି କଲା WHO…
ଭେଷଜ ଓ ପଦାର୍ଥ ବିଜ୍ଞାପନ ପରେ ଆଜି ରସାୟନ ବିଜ୍ଞାନ କ୍ଷେତ୍ରରେ ଉତ୍କୃଷ୍ଠତା ପ୍ରଦର୍ଶନ ପାଇଁ ନୋବେଲ(Nobel) ବିଜେତାଙ୍କ ନାଁ ଘୋଷଣା କରାଯାଇଛି।