ଭଦ୍ରକ – ଜନୈକା ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ କରି ବିଫଳ ହେବା ପରେ ଧାରୁଆ ଅସ୍ତ୍ରରେ ଉକ୍ତ ଯୁବକ ଆକ୍ରମଣ କରିଥିଲେ ବୋଲି ଆଗରପଡ଼ା ଥାନାରେ ଅଭିଯୋଗ ହୋଇଛି। କୌଣସି ସୂତ୍ରରୁ ଖବର ପାଇ ଥାନାଧିକାରୀ ଦେବରାଜ ଜେନା ତତକ୍ଷଣାତ୍ ଘଟଣା ସ୍ଥଳରେ ପହଁଞ୍ଚିଥିଲେ ଓ ଅଭିଯୁକ୍ତଙ୍କୁ ଧାନକ୍ଷେତ ମଧ୍ୟରେ ପ୍ରାୟ ୨ କି.ମି ଦୌଡ଼ି ଧରିବାକୁ ସଫଳ ହୋଇଛନ୍ତି। ଘଟଣାରୁ ପ୍ରକାଶ, ଆଗରପଡ଼ା ଥାନା ଅନ୍ତର୍ଗତ ଘଂଟଗଡ଼ିଆ ସ୍ଥିତ ସାହାଡ଼ଗଡ଼ିଆ ଠାରେ ୧୫ବର୍ଷ ହେବ ଉକ୍ତ ନାବାଳିକା(୧୨) ଜଣକ ତାଙ୍କ ପରିବାର ସହ ରହୁଥିଲେ। ତାଙ୍କ ମୂଳ ଘର ମହୁଲଡିହା ଥାନା ଅନ୍ତର୍ଗତ ବାଲିଡିହା ଗ୍ରାମରେ ।ସୋମବାର ସକାଳ ସମୟରେ ନାବାଳିକା ଘର ନିକଟସ୍ଥ କେନାଲକୁ ଶୌଚ ହେବାକୁ ଯାଇଥିଲେ। ସୋସୋ ଥାନା ଅଂଚଳର ଦୁଇ ଭାଇ କେନାଲରେ ମାଛ ଧରୁଥିଲେ। ନାବାଳିକାଙ୍କୁ ଏକୁଟିଆ ଦେଖି ସାନଭାଇ ନାବାଳିକାଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ। ମାତ୍ର ଏଥିରେ ନାବାଳିକା ଅରାଜି ହୋଇ ଜୋରରେ ଚିତ୍କାର କରିଥିଲେ।ଯୁବକ ଧରାପଡ଼ି ଯିବା ଭୟରେ ପାଖରେ ରଖିଥିବା ଏକ ଧାରୁଆ ଅସ୍ତ୍ରରେ ଆଘାତ କରି ଧାନକ୍ଷେତ ମଧ୍ୟରେ ପକାଇ ଦେଇ ଫେରାର ହେବାକୁ ଉଦ୍ୟମ କରିଥିଲେ। ତତକ୍ଷଣାତ ଖବର ପାଇ ଥାନାଧିକାରୀ ଶ୍ରୀ ଜେନା ଘଟଣାସ୍ଥଳରେ ପହଁଞ୍ଚି ପ୍ରାୟ ୨ କି.ମି ପର୍ଯ୍ୟନ୍ତ ଧାନ ବିଲରେ ଗୋଡ଼ାଇ ଅଭିଯୁକ୍ତଙ୍କୁ କାବୁ କରି ଥାନାକୁ ଆଣିଥିଲେ।ଏ ସଂପର୍କରେ ଭାରତୀୟ ନ୍ୟାୟ ସଂହିତା ୨୦୨୩,ଧାରା ରେ ମାମଲା ରୁଜ୍ଜୁ କରି ଥାନାଧିକାରୀ ଶ୍ରୀ ଜେନା ଅଧିକ ତଦନ୍ତ ଜାରୀ ରଖିବା ସହ ପୀଡିତାଙ୍କୁ ଡାକ୍ତର ମାଇନା ପାଇଁ ପଠାଇଛନ୍ତି। ପୀଡିତାଙ୍କ ମୁହଁ, ମୁଣ୍ଡରେ ଗଭୀର ଆଘାତ ଲାଗି ଥିବାରୁ ସେ ବର୍ତମାନ ଭଦ୍ରକ ମେଡିକାଲରେ ଚିକିତ୍ସାଧୀନ ରହିଛନ୍ତି।ଏହି ଘଟଣା ସପୁକ୍ତ ଅଂଚଳରେ ଚାଂଚଲ୍ୟ ସୃଷ୍ଟି କରିଛି

More Stories
ଏଲଓସି ନିକଟରୁ ଜବତ ହେଲା ୮ କୋଟିର ହେରୋଇନ |
ଇରାନକୁ ବଡ଼ ଝଟକା : କ୍ଷେପଣାସ୍ତ୍ର ମାଡ଼ରେ ଇରାନର ନୂଆ ସୁପ୍ରିମ ଲିଡର୍ ଗୁରୁତର ଆହତ
ଭୁବନେଶ୍ୱର କୋର୍ଟକୁ ବୋମା ଧମକ, ଇ-ମେଲ୍ ପରେ ପୋଲିସର ତନାଘନା