ଅହମ୍ମଦାବାଦ୍: ଗୁଜୁରାଟ ଭାବନଗରରୁ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଜଣେ ଭାଇ ନିଜ ଭଉଣୀର ଇଜ୍ଜତ ରକ୍ଷା କରିବା ପରିବର୍ତ୍ତେ ତାକୁ ରେପ୍ କରିଛି ।
ପୀଡ଼ିତା ତାଙ୍କ ଗାଁର ଜଣେ ଯୁବକଙ୍କ ସହ ୩ ବର୍ଷ ଧରି ପ୍ରେମ ସମ୍ପର୍କରେ ଅଛନ୍ତି । ଏ କଥା ଜାଣିପାରି ପୀଡ଼ିତାଙ୍କ ଭାଇ ତାଙ୍କୁ ବ୍ଲାକମେଲ୍ କରିବା ଆରମ୍ଭ କରିଥିଲା ।
ଜୁଲାଇ ୧୩ ତାରିଖରେ ଅଭିଯୁକ୍ତର ସ୍ତ୍ରୀ ନିଜ ବାପ ଘରକୁ ଯାଇଥିବାବେଳେ ଭଉଣୀକୁ ଏକୁଟିଆ ପାଇ ଭାଇ ବଳପୂର୍ବକ ତାକୁ ବଳାକ୍ରାର କରିଥିଲା ।
ଛୁରୀ ଦେଖାଇ ଭଉଣୀକୁ ପ୍ରଥମେ ଡରାଇ ତାକୁ ବଳାତ୍କାର କରିଥିବା ପୀଡ଼ିତା ନିଜ ଅଭିଯୋଗରେ ଉଲ୍ଲେଖ କରିଛନ୍ତି ।
ଦ୍ୱିତୀୟ ଥର ଅଗଷ୍ଟ ୨୨ ତାରିଖରେ ପୀଡ଼ିତା ଘରେ ଏକୁଟିଆ ଥିବାବେଳେ ତାଙ୍କ ଭାଉଜ ଜରୁରୀ କାମରେ ବାହାରକୁ ଯାଇଥିଲେ । ଭଉଣୀକୁ ପୁଣିଥରେ ଘରେ ଏକୁଟିଆ ପାଇ ଅଭିଯୁକ୍ତ ପୀଡ଼ିତାଙ୍କ ଡ୍ରେସ୍ ଚିରି, ଜଙ୍ଘରେ ସିଗାରେଟ୍ ଚେଙ୍କ ଦେଇ ତାଙ୍କ ସହ ଦୁଷ୍କର୍ମ କରିଥିଲା ।
ଅଭିଯୋଗ ମୁତାବକ ପୀଡ଼ିତାଙ୍କ ଭାଇ ପେଶାରେ ଜଣେ ଡ୍ରାଇଭର । ଭଉଣୀର ପ୍ରେମ ସମ୍ପର୍କ ବିଷୟରେ ଜାଣିବା ପରେ ପୀଡ଼ିତାଙ୍କୁ ଅଭିଯୁକ୍ତ ବାରମ୍ବାର ବ୍ଲାକମେଲ କରି ତାଙ୍କୁ ରେପ୍ କରୁଥିବା କୁହାଯାଉଛି ।

More Stories
କିସ ଛାତ୍ରଙ୍କ ମୃତ୍ୟୁ ଘଟଣା; ତଣ୍ଟି ଚିପି ହତ୍ୟା କରିଛନ୍ତି ୩ ସାଙ୍ଗ
ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…
ସ୍ୱାମୀକୁ ହତ୍ୟାକଲା ସ୍ତ୍ରୀ, ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ