ପାଳଲହଡା ନିର୍ବାଚନ ମଣ୍ଡଳୀର ପାଳଲହଡା ଭାରତୀୟ ଜନତା ପାଟି ର ମଣ୍ଡଳର ସଭାପତି ଆଶିଷ ସାମଲଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆସିଛି । ଆଶିଷ ସାମଲ ଆଇରନ ଚୋରି କେସ ମଧ୍ୟ ମାମଲା ରୁଜୁ ହୋଇଥିଲା। ସେ କୋର୍ଟ ଚାଲାଣ ମଧ୍ୟ ହୋଇଥିଲେ। ଆଶିଷ ସାମଲ ବେଆଇନ୍ ଭାବେ ରାଜ୍ୟ ସରକାରଙ୍କୁ ଟିକସ ଡାଳ ଗାଁ କ୍ରସର ଭିତରେ ମାଟି ଇଟା ତିଆରି କରଖାନ କରିଥିଲେ।ରାତି ରାତି ଚୋରା ବାଲି ଆଣି ଟ୍ରିପ ଟ୍ରିପ ତାଙ୍କ ପୁମ୍ପ ରେ ଏବଂ ପାଖ ଜଙ୍ଗଲ ଭିତରେ ଗଦା କରି ରଖିଛନ୍ତି ଯାହାର ଚାଲାଣ ମଧ୍ୟ ନାହିଁ ବୋଲି ଚର୍ଚ୍ଚା ଆଲୋଚନା ହେଉଛି ! ଖବର କାଗଜରେ ଏହି ଖବର ପ୍ରସାରଣ ହେବା ପରେ ପାଳଲହଡାର ଉପ ଜିଲ୍ଲାପାଳ ବେଆଇନ୍ ଭାବେ କରିଥିବା ତାଙ୍କ ମାଟି ଇଟାଭାଟି କୁ ଭାଙ୍ଗି ଦେଇଥିଲେ। ବର୍ତ୍ତମାନ ସେ ଗୋଟିଏ ଦଳ ର ପାଳଲହଡା ମଣ୍ଡଳ ର ସଭାପତି ଥାଇ ସମସ୍ତ ଠିକାଦାର ମାନଙ୍କ ଠାରୁ ଚାନ୍ଦା ଆଦାୟ କରି ଉପରିସ୍ଥ ନେତା ଙ୍କୁ ଦେଉଛନ୍ତି। ବହୁ ଦୁର୍ନୀତି କାର୍ଯ୍ୟରେ ଲିପ୍ତ ଥିବା ନେଇ ସେଇ ଦଳ ର କିଛି ମହିଳା ନେତ୍ରୀ ନିଜ ନାଆଁକୁ ଗୋପନ ରଖି ଆମ ଜିଲ୍ଲା ପ୍ରତିନିଧିଙ୍କ ଆଗରେ କହିଛନ୍ତି।ଆଉ ମଧ୍ୟ ମହୋତ୍ସବ ନା ରେ ଖେଳ ନା ରେ ପୂଜା ନା ରେ ସଂଗଠନ ନା ରେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଆଦାୟ କରୁଛନ୍ତି! ହେଲେ ତାଙ୍କୁ ବର୍ତ୍ତମାନ ସମୟରେ ବିରୋଧ କଲେଣି। ସେଇ ଦଳ ର କିଛି ମହିଳା ନେତ୍ରୀ ମାନେ ମାନ୍ୟବର ଲୋକଙ୍କ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଦଳ ର ସଭାପତି ମନମୋହନ ସାମଲଙ୍କୁ ପ୍ରାର୍ଥନା କରି କହିଛନ୍ତି କି ମଣ୍ଡଳ ସଭାପତି ଆଶିଷ ସାମଲଙ୍କୁ ତାଙ୍କ ପଦରୁ ବହିଷ୍କୃତ କରାଯାଉ ଓ ଦଳର ଗାରିମାକୁ ରଖାଯାଉ ପାଳଲହଡା ବିଜେପିକୁ ସୁଧାର ଅଣାଯାଉ ବୋଲି ଗଣମାଧ୍ୟମରେ କହିଛନ୍ତି ।

More Stories
କିସ ଛାତ୍ରଙ୍କ ମୃତ୍ୟୁ ଘଟଣା; ତଣ୍ଟି ଚିପି ହତ୍ୟା କରିଛନ୍ତି ୩ ସାଙ୍ଗ
ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…
ସ୍ୱାମୀକୁ ହତ୍ୟାକଲା ସ୍ତ୍ରୀ, ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ