January 27, 2026

Now Odisha

Now Odisha

ମୁଖ୍ୟମନ୍ତ୍ରୀଙ୍କ ରୋଡ ଶୋ ପାଇଁ ରାସ୍ତାରେ ଷ୍ଟେଜ୍ କରାଯିବାକୁ ନେଇ ବର୍ଷିଲା ବିଜେଡି

Spread the love

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ରୋଡ ଶୋ’ ପାଇଁ ରାସ୍ତାରେ ବିଜେପିର ଷ୍ଟେଜ କରାଯିବା ପ୍ରସଙ୍ଗକୁ ନେଇ ବର୍ଷିଲା ବିଜେଡି । ଗତକାଲି ନବୀନ ପଟ୍ଟନାୟକଙ୍କ ବିଶାଳ ରୋଡ ଶୋରେ ହଜାର ହଜାର ଲୋକଙ୍କୁ ଦେଖି ଭୟଭୀତ ହୋଇ ତରବରିଆ ଭାବେ ରୋଡ ଶୋ କରୁଛନ୍ତି । ଶାସନ ପ୍ରଶାସନର ସହାୟତାରେ ରାସ୍ତା ମଝିରେ ଷ୍ଟେଜ କରିଛନ୍ତି ।

୯୦ ଭାଗ ରାସ୍ତା ବନ୍ଦ କରି ଷ୍ଟେଜ କରିଛନ୍ତି । ୱାର୍କିଂ ଡେ’ ରେ ଏଭଳି କରିବା ଦ୍ୱାରା ଲୋକେ ବହୁ ହଇରାଣ ହେଉଛନ୍ତି । ପ୍ରଶାସନକୁ ଜଣାଇବା ପରେ ବି ସେମାନେ ଶୁଣିବାକୁ ନାରାଜ। ଜିଲ୍ଲାପାଳଙ୍କୁ ବାରମ୍ବାର ଫୋନ କରିବା ପରେ ବି ସେ ଫୋନ ଉଠାଉନାହାନ୍ତି । ନିର୍ବାଚନ ପର୍ଯ୍ୟବେକ୍ଷକମାନେ ମଧ୍ୟ ଫୋନ ରିସିଭ କରୁ ନାହାନ୍ତି । ଯଦି ପ୍ରତିନିଧିଙ୍କୁ ନ ଭେଟିବେ ତା’ହେଲେ କାହିଁକି ପର୍ଯ୍ୟବେକ୍ଷକ ଅଛନ୍ତି ବୋଲି ପ୍ରଶ୍ନ କରିଛି ଦଳ ।

ବେଆଇନ କାମ କରି ରାସ୍ତାକୁ ବନ୍ଦ କରି ମିଟିଂ କରୁଛନ୍ତି । ଜିଲ୍ଲାପାଳ, ଏସପି ଶାସକ ଦଳର ଏଜେଣ୍ଟ ଭଳି କାମ କରୁଛନ୍ତି । ଏଭଳି ପରିସ୍ଥିତି କେବେ ଦେଖାଯାଇ ନଥିଲା । ଅଭିଯୋଗ ନ ଶୁଣିବା କେବେ ଦେଖିବାକୁ ମିଳି ନଥିଲା । ଏକତରଫା ନିର୍ବାଚନ କରିବାକୁ ଉଦ୍ୟମ ହେଉଛି । ଭୟର ବାତାବରଣ ସୃଷ୍ଟି ପାଇଁ ଉଦ୍ୟମ ହେଉଛି । ବିଜେଡି ପୋଷ୍ଟର ବ୍ୟାନର ହଟାଯାଇ ବିଜେପି ପୋଷ୍ଟର ଲଗାଯାଉଛି । ପ୍ରଶାସନ ବ୍ୟାନର ପୋଷ୍ଟର ଲଗାଉଛି । ଯାହାକୁ କଡା ନିନ୍ଦା କରିଛି ବିଜେଡି ।

ଦଳ ପକ୍ଷରୁ କୁହାଯାଇଛି, ସେମାନେ ଜାଣିସାରିଲେଣି ସେମାନଙ୍କ ଲୋକପ୍ରିୟତା ନାହିଁ । ମୋହନ ମାଝୀଙ୍କ ସଭାରେ ଲୋକ ହେଉ ନାହାଁନ୍ତି । ରାସ୍ତା ବ୍ଲକ କରି ଭିଡ଼ ଦେଖାଇବାକୁ ଉଦ୍ୟମ କରାଯାଉଛି । ବିଜେପି ନେତା ମନ୍ତ୍ରୀଙ୍କୁ ଲୋକେ ଚିହ୍ନୁ ନାହାଁନ୍ତି । ସେଥିପାଇଁ ଜବରଦସ୍ତ ଅନ୍ୟ ଜିଲ୍ଲାରୁ ପ୍ରଶାସନକୁ ଲଗାଇ ଲୋକଙ୍କୁ ଅଣାଯାଉଛି । ଜବରଦସ୍ତ ଲୋକପ୍ରିୟତା ଆସେ ନାହିଁ ବୋଲି କଟାକ୍ଷ କରିଛି ବିଜେଡି ।

error: Content is protected !!