ନୂଆପଡ଼ା- ୧୧ ତାରିଖରେ ନୂଆପଡ଼ା ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ। ଏନେଇ ରବିବାର ଅପରାହ୍ନ ୪ଟାରୁ ନୂଆପଡ଼ାରେ ନୀରବ ଅବଧି ଆରମ୍ଭ ହୋଇଯାଇଛି। ଏପରିକି ଉପନିର୍ବାଚନ ପାଇଁ ନୂଆପଡ଼ାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।ଅନ୍ୟପକ୍ଷେ ନୂଆପଡ଼ା ନିର୍ବାଚନମଣ୍ଡଳୀର ସମସ୍ତ ବୁଥରେ ସୁରକ୍ଷା ସୁବ୍ୟବସ୍ଥା କଡ଼ାକଡି କରିଦିଆଯାଇଛି। ନୂଆପଡ଼ାରେ ୧୪ କମ୍ପାନୀ CAPF ମୁତୟନ ରହିବେ ବୋଲି ଏସ୍ପି କହିଛନ୍ତି। ଏପରିକି ଇନର କର୍ଡନରେ CAPFଙ୍କୁ ନିୟୋଜିତ କରାଯାଇଥିବା ବେଳେ ବାହାରେ ସ୍ଥାନୀୟ ପୋଲିସକୁ ମୁତୟନ କରାଯିବ। ୧୦୦ରୁ ଊର୍ଦ୍ଧ୍ୱ ବୁଥରେ CAPFଙ୍କୁ ମୁତୟନ କରାଯିବ ବୋଲି ଏସ୍ପି କହିଛନ୍ତି। admin November 9, 2025 Spread the love Post Views: 0 Continue Reading Previous: ମାନିଲା: ଫିଲିପାଇନ୍ସରେ ସାମୁଦ୍ରିକ ଝଡ଼ ‘କାଲମେଗି’ର ତାଣ୍ଡବ ଦେଖିବାକୁ ମିଳିଛି। ଏଥିରେ ୧୧୪ ଜଣଙ୍କର ପ୍ରାଣହାନି ଘଟିଥିବାବେଳେ ଶତାଧିକ ନିଖୋଜ ଅଛନ୍ତି। ବୁଧବାର ଦକ୍ଷିଣ ଚୀନ ସାଗରରେ ସୃଷ୍ଟି ଏହି ଝଡ଼ ଯୋଗୁଁ ସେବୁ ପ୍ରଦେଶ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି। ସେବୁ ପ୍ରଦେଶରେ ୭୧ ଜଣ ପ୍ରାଣ ହରାଇଥିବା କୁହାଯାଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ୨୦ ଲକ୍ଷ ଲୋକ ପ୍ରଭାବିତ ହୋଇଥିବାବେଳେ ୫.୬ ଲକ୍ଷ ଲୋକ ବାସଚ୍ୟୁତ ହୋଇଥିବା କୁହାଯାଇଛି। ୪ ଲକ୍ଷ ୫୦ ହଜାର ଲୋକଙ୍କୁ ଅସ୍ଥାୟୀ ରିଲିଫ ଶିବିରକୁ ସ୍ଥାନାନ୍ତର କରାଯାଇଛି। ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରପତି ଫର୍ଡିନାଣ୍ଡ ମାର୍କୋସ ଜୁନିଅର ଦେଶରେ ଜରୁରୀ ପରିସ୍ଥିତି ଘୋଷଣା କରିଛନ୍ତି।ବାତ୍ୟା ପ୍ରଭାବିତ ଅଞ୍ଚଳରେ ସଡକଗୁଡିକ କ୍ଷତିଗ୍ରସ୍ତ ହୋଇଥିବାରୁ ରିଲିଫ୍ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ବୁଧବାର ବାତ୍ୟାଞ୍ଚଳକୁ ରିଲିଫ୍ ଯୋଗାଇବାକୁ ଯାଇଥିବାବେଳେ ଫିଲିପାଇନ୍ସ ବାୟୁସେନାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଛଅଜଣଙ୍କର ପ୍ରାଣହାନି ଘଟିଛି। କାଲମେଗି ଯୋଗୁଁ ଫାଲିପାଇନ୍ସର କେତେକ ସ୍ଥାନରେ ଆକସ୍ମିକ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏକାଧିକ ନଦୀର ଜଳପତ୍ତନ ବୃଦ୍ଧି ପାଇଥିବାରୁ କେତେକ ଗ୍ରାମରେ ଲୋକେ ଜଳବନ୍ଦୀ ଅବସ୍ଥାରେ ରହିଥିବା ଲକ୍ଷ୍ୟ କରାଯାଇଛି। ଫିଲିପାଇନ୍ସ ସରକାର ଝଡ଼ର ମୁକାବିଲା ପାଇଁ ପ୍ରସ୍ତୁୁତ ଥିବାବେଳେ ଆକସ୍ମିକ ବନ୍ୟା ସ୍ଥିତିକୁ ଅଧିକ ଜଟିଳ କରିଛି ବୋଲି ସେବୁ ପ୍ରଦେଶ ଗଭର୍ଣ୍ଣର ପାମେଲା ବାରିକ୍ୟୁଆତ୍ରୋ କହିଛନ୍ତି। ସୂଚନାଯୋଗ୍ୟ ଗତ ସେପ୍ଟେମ୍ବର ୩୦ରେ ସେବୁ ପ୍ରଦେଶରେ ୬.୯ ତୀବ୍ରତାର ଭୂମିକମ୍ପ ହୋଇଥିବାବେଳେ ୭୯ ଲୋକ ପ୍ରାଣ ହରାଇଥିଲେ। ଫିଲିପାଇନ୍ସ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ପ୍ରଶାନ୍ତ ମହାସାଗରରେ ଆଉ ଏକ ସାମୁଦ୍ରିକ ଝଡ଼ ଦାନା ବାନ୍ଧୁଥିବାବେଳେ ଆଗାମୀ ସପ୍ତାହରେ ଏହା ଉତ୍ତର ଫିଲିପାଇନ୍ସରେ ବ୍ୟାପକ କ୍ଷତି କରିବ।Next: ଟୋକିଓ: ରବିବାର ଉତ୍ତର ଜାପାନ ଉପକୂଳରେ ଏକ ଶକ୍ତିଶାଳୀ ଭୂମିକମ୍ପ ହେବା ପରେ ଜାପାନ ପାଣିପାଗ ସଂସ୍ଥା ସୁନାମି ଚେତାବନୀ ଜାରି କରିଛି। ପାଣିପାଗ ସଂସ୍ଥା ରିପୋର୍ଟ କରିଛି ଯେ ୬.୭ ତୀବ୍ରତାର ପ୍ରାରମ୍ଭିକ ଭୂମିକମ୍ପ ଇୱାଟେ ପ୍ରଦେଶର ଉପକୂଳରୁ ସମୁଦ୍ର ପତ୍ତନରୁ ୧୦ କିଲୋମିଟର ତଳେ ଆସିଥିଲା।ଏଜେନ୍ସି ଉତ୍ତର ଉପକୂଳ ଅଞ୍ଚଳରେ ୧ ମିଟର ପର୍ଯ୍ୟନ୍ତ ସୁନାମି ଚେତାବନୀ ଜାରି କରିଛି। ଏହି ସମୟରେ, ଜାପାନର ସାର୍ବଜନୀନ ପ୍ରସାରକ NHK ରବିବାର କହିଛି ଯେ ଦେଶର ଉତ୍ତରରେ ଥିବା ଇୱାଟେ ପ୍ରଦେଶ ପାଇଁ ସୁନାମି ଚେତାବନୀ ଜାରି କରାଯାଇଛି, ବାସିନ୍ଦାମାନଙ୍କୁ ଉପକୂଳ ଅଞ୍ଚଳରୁ ଦୂରେଇ ରହିବାକୁ ଅନୁରୋଧ କରାଯାଇଛି।NHK ରିପୋର୍ଟ କରିଛି ୫ଟା୧୨ (0812 GMT) ସମୟରେ ଇୱାଟେ ପ୍ରଦେଶର ଉପକୂଳରୁ ୭୦ କିଲୋମିଟର (୪୫ ମାଇଲ) ଦୂରରେ ସୁନାମି ଦେଖାଯାଇଛି ଏବଂ ଏହା ଖୁବ ଶୀଘ୍ର ପ୍ରଶାନ୍ତ ମହାସାଗର ଉପକୂଳରେ ପହଞ୍ଚିବ ବୋଲି ଆଶା କରାଯାଉଛି।ଏଥିରେ କୁହାଯାଇଛି ଯେ ଲହରୀ ପ୍ରାୟ ୧ ମିଟର (୩ ଫୁଟ, ୩ ଇଞ୍ଚ) ଉଚ୍ଚ ହେବ। ପୂର୍ବରୁ, ଆମେରିକା ସୁନାମି ଚେତାବନୀ ବ୍ୟବସ୍ଥା ଅନୁଯାୟୀ, ଜାପାନର ସର୍ବବୃହତ ଦ୍ୱୀପ, ହୋନସୁର ପୂର୍ବ ଉପକୂଳରେ ୬.୨୬ ତୀବ୍ରତାର ଏକ ଭୂମିକମ୍ପ ଆସିଥିଲା।ଜେଆର ପୂର୍ବ ରେଳବାଇ ଅପରେଟରଙ୍କ ଅନୁଯାୟୀ, ଏହି ଅଞ୍ଚଳରେ ବୁଲେଟ ଟ୍ରେନ ବିଳମ୍ବ ହୋଇଥିଲା। କ୍ୟୋଟୋ ନ୍ୟୁଜ ରିପୋର୍ଟ କରିଛି ଯେ ଭୂମିକମ୍ପ ଯୋଗୁ ବିଦ୍ୟୁତ ବିଭ୍ରାଟ ହୋଇଥିଲା। ମାର୍ଚ୍ଚ ୨୦୧୧ରେ ଏହି ଅଞ୍ଚଳରେ ଏକ ଭୟଙ୍କର ଭୂମିକମ୍ପ ଏବଂ ସୁନାମି ଆସିଥିଲା। Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Δ