March 14, 2026

Now Odisha

Now Odisha

କାର୍‌ ବିସ୍ଫୋରଣରେ ଦୋହଲିଛି ଇସଲାମାବାଦ।

Spread the love

କାର୍‌ ବିସ୍ଫୋରଣରେ ଦୋହଲିଛି ଇସଲାମାବାଦ। ଏଠାରେ ଥିବା କଚେରି କୋର୍ଟ ବାହାରେ ରହିଥିବା କାର୍‌ରେ ଏପରି ବିସ୍ଫୋରଣ ହୋଇଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୧ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ପ୍ରକାଶ ପାଇଛି।
ସ୍ଥାନୀୟ ପୁଲିସ୍‌ କହିଛି ଯେ କୋର୍ଟରେ ପ୍ରବଳ ଭିଡ଼ ହୋଇଥିବା ବେଳେ ବାହାରେ ରହିଥିବା ଗୋଟିଏ କାର୍‌ରେ ବିସ୍ଫୋରଣ ହୋଇଛି। ଏହା ଏକ ଆତ୍ମଘାତୀ ହମଲା। ମୃତାହତଙ୍କ ମଧ୍ୟରେ ଆବେଦନକାରୀ ଓ ଓକିଲ ରହିଛନ୍ତି।
ବିସ୍ଫୋରଣ ପରେ କଚେରି କୋର୍ଟକୁ ଖାଲି କରାଯାଇଛି। କୋର୍ଟ ଭିତରେ ଉପସ୍ଥିତ ଥିବା ଓକିଲ, ବିଚାରପତି ଓ ଅନ୍ୟମାନଙ୍କୁ ପଛପଟେ ଗେଟ୍‌ରେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଘଟଣା ପରେ କୋର୍ଟ କାର୍ଯ୍ୟକୁ ବନ୍ଦ କରିଦିଆଯାଇଛି।
ଇସଲାମାବାଦ ଡିଆଇଜି, ମୁଖ୍ୟ କମିଶନର ଓ ଫରେନ୍ସିକ ଟିମ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ କରିଛନ୍ତି। ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଥିବା ପିମ୍ସ ହସ୍ପିଟାଲରେ ଏମର୍ଜେନ୍ସି ମଧ୍ୟ ଘୋଷଣା ହୋଇଛି। ହମଲାରେ ସାମିଲ ଥିବା ଆତ୍ମଘାତୀ ଆତଙ୍କବାଦୀର ମୁଣ୍ଡ ଘଟଣା ସ୍ଥଳରୁ ମିଳିଛି।
ବିସ୍ଫୋରଣରେ ତା’ର ବାକି ଅଂଶ ପୂରା ଛିନଛତ୍ର ହୋଇଯାଇଛି। ଆତଙ୍କବାଦୀ ଜଣଙ୍କ ନିଜ ଦେହରେ ବିସ୍ଫୋରକ ଖଞ୍ଜି ଆସିଥିଲା। କୋର୍ଟର ସାମ୍ନା ଗେଟ ନିକଟରେ କାର ରଖିବା ପରେ ନିଜକୁ ବିସ୍ଫୋରଣ କରି ଉଡ଼ାଇ ଦେଇଥିଲା। ଏବେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଘଟଣାର ଅଧିକ ଯାଞ୍ଚ କରାଯାଉଛି।
ଏହି ଘଟଣାର ଦିନକୁ ପୂର୍ବରୁ ଭାରତର ରାଜଧାନୀ ଦିଲ୍ଲୀର ଲାଲକିଲ୍ଲା ନିକଟରେ ଆତ୍ମଘାତୀ ହମଲା ହୋଇଥିଲା। ଏଥିରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି। ଦିଲ୍ଲୀ ବିସ୍ଫୋରଣ ପୂରା ଦେଶରେ ହଇଚଇ ସୃଷ୍ଟି କରିଛି।

error: Content is protected !!