ଜଣେ ବିବାହିତା ମହିଳାଙ୍କୁ ବାରମ୍ବାର ପ୍ରେମ ନିବେଦନ କରିବା, ଅଶ୍ଳୀଳ ଭାଷାରେ ଗାଳିଗୁଲଜ ଓ ଜୀବନରେ ମାରିଦେବା ଆଦି ଧମକ ଦେବା ଅଭିଯୋଗରେ ଜଣେ କନ୍ଷ୍ଟେବଲଙ୍କୁ ବୁଧବାର କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ପୋଲିସ ଗିରଫ ପରେ କୋର୍ଟ ଚାଲାଣ କରିଛି। ସେ ହେଲେ ଅଜୟ ସାହୁ। ତାଙ୍କ ବିରୋଧରେ ମାର୍ଶାଘାଇ ଥାନାରେ ନଂ.୨୫୩/୨୫ରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ତଦନ୍ତକାରୀ ଅଧିକାରୀ ଇନ୍ସପେକ୍ଟର ନାରାୟଣ ସାହୁ କହିିଛନ୍ତି।
.
ଯେ, ମାର୍ଶାଘାଇ ଅଞ୍ଚଳର ଜଣେ ବିବାହିତା ମହିଳା କୌଣସି ଏକ ମାମଲା ନେଇ ମାର୍ଶାଘାଇ ଥାନାକୁ ଯାଇଥିବା ବେଳେ ସେତେବେଳେ କାର୍ଯ୍ୟରତ କନ୍ଷ୍ଟେବଲ ଅଜୟ ସାହୁଙ୍କ ସହ ତାଙ୍କର ପରିଚୟ ହୋଇଥିଲା। ଅଜୟ ତାଙ୍କ ଫୋନ ନମ୍ବର ରଖିଥିଲେ। ଇତିମଧ୍ୟରେ ଅଜୟଙ୍କର କୁଦାନଗରୀ ଥାନାକୁ ବଦଳି ହୋଇଯାଇଥିଲା। ଅଗଷ୍ଟ ୨୨ ତାରିଖରେ ଅଜୟ ଉକ୍ତ ମହିଳାଙ୍କୁ ମୋବାଇଲରେ ଫୋନ କରି ପ୍ରେମ ନିବେଦନ କରିବା ସହ ବାହାରକୁ ବୁଲିଯିବା ପାଇଁ ପ୍ରସ୍ତାବ ଦେଇଥିଲେ। ମହିଳା ଜଣକ ଏହାକୁ ପ୍ରତ୍ୟାଖ୍ୟାନ କରିବାରୁ ସେ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ସହ ଜୀବନରେ ମାରିଦେବାକୁ ଧମକ ଦେଇଥିବା ଭିଡିଓ ସେତେବେଳେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ପରେ ମହିଳା ଜଣକ ମାର୍ଶାଘାଇ ଥାନାରେ ଏ ସମ୍ପର୍କରେ ଲିଖିତ ଅଭିଯୋଗ କରିଥିଲେ। ମାମଲା ରୁଜୁ ହେବାରୁ କନ୍ଷ୍ଟେବଲ ଅଜୟ ଗିରଫ ଭୟରେ ଫେରାର ହୋଇଯାଇଥିଲେ। ପରେ ଜିଲା ପୋଲିସ ପକ୍ଷରୁ ତାଙ୍କୁ ନିଲମ୍ବନ କରାଯାଇଥିଲା। ମାର୍ଶାଘାଇ ପୋଲିସ ବୁଧବାର ଶିଳିପୁରରେ ଥିବା ଅଜୟଙ୍କ ଭଡା ଘରେ ଚଢ଼ାଉ କରି ତାଙ୍କୁ ଗିରଫ କରିଛି ।

More Stories
ପୁଣି ଚର୍ଚ୍ଚାରେ ଦାନ ମାଝୀ
ଏସିଏଫ ସୋମ୍ୟରଞ୍ଜନ ମୃତ୍ୟୁ ମାମଲା; ଜାମିନ ଆବେଦନ ଖାରଜ ପରେ ଜେଲ୍ ଗଲେ ପୂର୍ବତନ DFO
ସନ୍ଧ୍ୟା ସୁଦ୍ଧା ସାଳନ୍ଦୀ, ଜଳକା , ବୈତରଣୀରେ ବଡ଼ ବନ୍ୟା