March 14, 2026

Now Odisha

Now Odisha

ଅଙ୍ଗନଓ୍ବାଡି କେନ୍ଦ୍ରରେ ଅଣ୍ଡା ବଣ୍ଟନକୁ ନେଇ ଅସନ୍ତୋଷ, ଖଣ୍ଡନ କଲେ ଯାଞ୍ଚ କମିଟି ସଭାନେତ୍ରୀ, ସୁପରଭାଇଜର

Spread the love

କଳାହାଣ୍ଡି କେସିଙ୍ଗା ସମନ୍ବିତ ଶିଶୁ ବିକାଶ ଅଧିନସ୍ଥ ପାଷ୍ଟିକୁଡ଼ି ଅଙ୍ଗନୱାଡି କେନ୍ଦ୍ରରେ ଅଣ୍ଡା ଓ ଛତୁଆ ବଣ୍ଟନକୁ ନେଇ ନିର୍ଦ୍ଧିଷ୍ଟ ହିତାଧିକାରୀ ସିଡିପିଓଙ୍କ ନିକଟରେ ଅଭିଯୋଗ କରିଥିବାର ଜଣାପଡିଛି।

ସୂଚନାନୁସାରେ,ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ରାଜ୍ୟର ପ୍ରତ୍ୟେକ ଅଙ୍ଗନୱାଡ଼ି କେନ୍ଦ୍ରରେ ଅଣ୍ଡା ଗୋଟାଏ ପ୍ରତି ୫ଟଙ୍କା ଲେଖାଏ ଦେଉଥିଲେ।

କିନ୍ତୁ ବଜାର ଦରରେ ଅଣ୍ଡା ପ୍ରତି ୭ଟଙ୍କା ବିକ୍ରୟ ହେଉଥିଲା। ଅଙ୍ଗନୱାଡ଼ି କେନ୍ଦ୍ରର କାର୍ଯ୍ୟରତ ଅଙ୍ଗନୱାଡ଼ି କର୍ମୀ ଅଣ୍ଡା ପ୍ରତି ୨ଟଙ୍କା ନିଜସ୍ବ ଅର୍ଥରୁ ଖର୍ଚ୍ଚ କରି ସପ୍ତାହରେ ତିନିଟା ଲେଖାଏ ଅଣ୍ଡା ହିସାବରେ ମାସକୁ ୧୨ଟି ଅଣ୍ଡା ହିତାଧିକାରୀଙ୍କୁ ସୁଚାରୁରୂପେ ବଣ୍ଟନ କରୁଥିଲେ। କିନ୍ତୁ ପାଷ୍ଟିକୁଡି ଅଙ୍ଗନବାଡ଼ି କେନ୍ଦ୍ର -୨ରେ ହିତାଧିକାରୀ ନ ବୁଝି ନ ଶୁଝି ଅଙ୍ଗନୱାଡି କର୍ମୀ ଖାଇଦେଉଛନ୍ତି, କମ ଦେଉଛନ୍ତି ବୋଲି ମିଥ୍ୟା ଅଭିଯୋଗ କରିଥିବା ଜଣାପଡ଼ିଛି। ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଗତ ମାର୍ଚ୍ଚ ୨୦୨୫ରୁ ଅଣ୍ଡା ପ୍ରତି ୭ଟଙ୍କା ଲେଖାଏ ଦେଉଛନ୍ତି। କିନ୍ତୁ ପାଷ୍ଟିକୁଡ଼ି ଗ୍ରାମର ନିର୍ଦ୍ଧିଷ୍ଟ ବ୍ୟକ୍ତି କମ ଅଣ୍ଡା ଦେଉଛନ୍ତି ବୋଲି ଯେଉଁ ଅଭିଯୋଗ କରିଛନ୍ତି ତାହା ଭିତ୍ତିହୀନ ବୋଲି ଜଣାପଡ଼ିଛି।

ଏ ନେଇ ଯାଞ୍ଚ କମିଟିର ସଭାନେତ୍ରୀ ଆରତିଲତା ଦାଶ, ମାତୃ କମିଟିର ସଦସ୍ୟା ତଥା ହିତାଧିକାରୀ ଜ୍ୟୋସ୍ନା ବାଗ, ନିବେଦିତା ଗୌଡ଼, ୱାର୍ଡ ସଭ୍ୟ ବିରେନ୍ଦ୍ର ବାଗ ଙ୍କୁ ପଚାରିବାରୁ ବର୍ତ୍ତମାନ ପାଷ୍ଟିକୁଡ଼ି ଅଙ୍ଗନଓ୍ବାଡ଼ି କେନ୍ଦ୍ର୨୍‌ରେ ଠିକ ହିସାବରେ ଅଣ୍ଡା , ଛତୁଆ ବଣ୍ଟନ କରା ଯାଉଛି ବୋଲି ପ୍ରକାଶ କରିଥିଲେ। ଏ ସଂକ୍ରାନ୍ତରେ ସୁପରଭାଇଜର ଶାନ୍ତିଲତା ବାରିକଙ୍କୁ ପଚାରିବାରୁ ଅଣ୍ଡା ଛତୁଆ ଠିକ ଭାବେ ବଣ୍ଟନ କରାଯାଉଛି। ଅଙ୍ଗନବାଡି କର୍ମୀଙ୍କ ସ୍ବାମୀଙ୍କ ସହ ବ୍ୟକ୍ତିଗତ ବିବାଦକୁ ନେଇ ଜଣେ ଖଳ ପ୍ରକୃତିର ଲୋକ ଅଙ୍ଗନଓ୍ବାଡ଼ି କର୍ମୀଙ୍କ ନାମରେ ମିଥ୍ୟା ଅଭଯୋଗ କରି ଯେଉଁ ଅଭିଯୋଗ କରୁଥିଲେ ତାହା ଭିତ୍ତିହୀନ ବୋଲି ପ୍ରକାଶ କରିଥିଲେ।

error: Content is protected !!