March 14, 2026

Now Odisha

Now Odisha

ଘର ପଛପଟେ ପୁଲିସ କନେଷ୍ଟବଳଙ୍କ ମୃତଦେହ ଲୁଚାଇଥିଲା ଅଭିଯୁକ୍ତ |

Spread the love

 ପୁଲିସ କନେଷ୍ଟବଳଙ୍କୁ ବୀଭତ୍ସ ହତ୍ୟା କରାଯାଇଛି। ଘର ପଛପଟୁ ମୃତଦେହ ଉଦ୍ଧର ସହ ଘଟଣାରେ ଜଡ଼ିତ ଜଣଙ୍କୁ ଅଟକ ରଖିଛି ପୁଲିସ। ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଯାଜପୁର ଗ୍ରାମର ବାଲିସାହିରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୃତ ବ୍ୟକ୍ତି ହେଲେ ଉଦୟରଂଜନ ପଟ୍ଟନାୟକ।

ଏକ ନିର୍ଦ୍ଦଷ୍ଟ ଅଞ୍ଚଳରୁ ଦୁର୍ଗନ୍ଧ ବାହାରିବା ପରେ ସ୍ଥାନୀୟ ଲୋକେ ପୁଲିସକୁ ସୂଚନା ଦେଇଥିଲେ।

ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଥିଲା। ଏହି ସମୟରେ ଜଣଙ୍କ ଘର ବାଡ଼ିପଟେ ମୃତଦେହ ପତ୍ର ଢାଙ୍କି ହୋଇଥିବା ଶବକୁ ପୁଲିସ ଠାବ କରିଥିଲଶ। ମୃତଦେହଟି ୨ ଦିନରୁ ଉର୍ଦ୍ଧ୍ବ ହେବା ନେଇ ଅନୁମାନ କରାଯାଉଛି। ଏସଡ଼ିପିଓ ଲରେନ୍ସ ରାଉତରାୟ ସାଇଣ୍ଟିଫିକ ଟିମ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ପରିବାର ଲୋକଙ୍କ ହତ୍ୟା ଅଭିଯୋଗ

ସୂଚନା ଅନୁସାରେ ପୁଲିସ କନେଷ୍ଟବଳ ଉଦୟରଞ୍ଜନ ପଟ୍ଟନାୟକ କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରର ପେଂଜିସାହିର ବାସିନ୍ଦା। ସେ ଦୀର୍ଘଦିନ ହେବ ଯାଜପୁର ବାଲିସାହିରେ ଘରକରି ରହୁଥିଲେ। କିନ୍ତୁ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନାରେ ପୁଲିସ କନେଷ୍ଟବଳ ଭାବେ କାର୍ଯ୍ୟରତ ଥିବା ବେଳେ ତାଙ୍କର ସ୍ୱାସ୍ଥ୍ୟଗତ କାରଣ ପାଇଁ ସେ ଗତ ବର୍ଷେ ଛୁଟିରେ ଥିଲେ। ତାଙ୍କର ୧୪ ବର୍ଷର ପୁଅ ସହ ରହୁଥିବା ପରିବାର ଲୋକେ କହିଛନ୍ତି। ସେ ନିକଟରେ ଚାକିରିରେ ଯୋଗଦେବାକୁ ଥିବା ବେଳେ ତାଙ୍କର ହତ୍ୟା ହୋଇଛି।

ତେବେ କାହିଁକି ଏଭଳି ବୀଭତ୍ସ ହତ୍ୟାକଲା ହତ୍ୟାକାରୀ? ହତ୍ୟାପରେ କାହିଁକି ଫେରାର ନ ହୋଇ ନଜାଣିଲା ଭଳି ରହୁଥିଲା ହତ୍ୟାକାରୀ? ମୃତ କନେଷ୍ଟବଳଙ୍କ ସହ କ’ଣ ଶତ୍ରୁତା ହତ୍ୟାକାରୀର? ଏଭଳି ଅନେକ ପ୍ରଶ୍ନ ଘେରରେ ରହିଥିବା ବେଳେ ତଦନ୍ତ ପରେ ଘଟଣା ଉପରୁ ପରଦା ହଟିବ ବୋଲି ଆଶା କରାଯାଉଛି। ମୃତ କନେଷ୍ଟବଳଙ୍କ ଭାଇ ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ପୁଲିସ ମାମଲା ରୁଜୁ କରିଛି।

error: Content is protected !!