ଗାର୍ଲଫ୍ରେଣ୍ଡକୁ ଆଇଫୋନ ଉପହାର ଦେବାକୁ କରୁଥିଲେ ଗଂଜେଇ ବେପାର। ହେଲେ ପ୍ରେମିକାକୁ ଉପହାର ଦେବା ପୂର୍ବରୁ ପୋଲିସ ହାବୁଡରେ ପଡିଗଲେ। ମାଲକାନଗିରି ଜିଲ୍ଲା କାଲିମେଳା ଅଞ୍ଚଳର ଏ ଘଟଣା। ଗଂଜେଇ ଚାଲାଣବେଳେ ପୋଲିସ ହାତରେ ଧରାପଡ଼ିଛନ୍ତି ୨ ପ୍ରେମିକ। ଗଂଜେଇ ଧରି ଯାଉଥିବାବେଳ MV-79 ପୋଲିସ ସେମାନଙ୍କୁ ଧରିଥିଲା।
ପୋଲିସ ପାଟ୍ରୋଲିଂ ପାର୍ଟି ହାବୁଡରେ ପଡିଯାଇଥିଲେ ଦୁଇ ଗଂଜେଇ ବେପାରୀ। ଏକ ସ୍କୁଟର ସହ ୨୨ କେଜି ଗଂଜେଇ ଜବତ କରିଛି ପୋଲିସ। ଜବତ ଗଂଜେଇର ବଜାର ମୂଲ୍ୟ ପ୍ରାୟ ଦେଢ ଲକ୍ଷ ଟଙ୍କା ହେବ। ଧରାପଡ଼ିଥିବା ଯୁବକ ଦୁଇ ଯୁବକ ହେଲେ ଟି.
ତ୍ରିନାଥ କୁମାର ଓ ବି. ୟୁବାଚରଣ ଆଦିତ୍ୟ॥ ଉଭୟ ତେଲଙ୍ଗାନା ଖମ୍ମମ ଜିଲ୍ଲା ବାସିନ୍ଦା। ମାଲକାନଗିରି ଜିଲ୍ଲାରୁ ତେଲଙ୍ଗାନାକୁ ଚାଲାଣ କରୁଥିଲେ ଗଂଜେଇ। ଗଂଜେଇ ବିକି ଏହି ଟଙ୍କାରେ ଆଇଫୋନ କିଣିବାକୁ ଯୋଜନା କରିଥିଲେ।

More Stories
ପୁଣି ଚର୍ଚ୍ଚାରେ ଦାନ ମାଝୀ
ଏସିଏଫ ସୋମ୍ୟରଞ୍ଜନ ମୃତ୍ୟୁ ମାମଲା; ଜାମିନ ଆବେଦନ ଖାରଜ ପରେ ଜେଲ୍ ଗଲେ ପୂର୍ବତନ DFO
ସନ୍ଧ୍ୟା ସୁଦ୍ଧା ସାଳନ୍ଦୀ, ଜଳକା , ବୈତରଣୀରେ ବଡ଼ ବନ୍ୟା