ଭୁବନେଶ୍ବର: ମଝିରେ ମଝିରେ ଶ୍ରୀମୟୀ ମିଶ୍ର ଯେପରି ବାଣ ମାରୁଛନ୍ତି ଏଥିରେ ବିଜେଡି ଘାଇଲା ହେବାରେ ଲାଗିଛି। ଏପରିକି ତାଙ୍କର ନେତାମାନେ ଭିତରେ ଭିତରେ ବେଶ ଆଲୋଚନା କରିବାରେ ଲାଗିଛନ୍ତି। ହେଲେ କେହି ପଦାରେ କିଛି କହୁ ନାହାଁନ୍ତି। କେତେବେଳେ ଭି କେ ପାଣ୍ଡିଆନଙ୍କୁ, କେତେବେଳେ ସୁଜାତା ରାଉତଙ୍କୁ ତ କେତେବେଳେ ଅନ୍ୟ କୌଣସି ନେତାଙ୍କୁ।
ହେଲେ ଏଥର ସେ ସିଧା ଟାର୍ଗେଟ କରିଛନ୍ତି ସନ୍ତୃପ୍ତ ମିଶ୍ରଙ୍କୁ।
ଆଜି ତାଙ୍କର ସାମାଜିକ ଗଣମାଧ୍ୟମରେ ଶ୍ରୀମୟୀ ସନ୍ତୃପ୍ତଙ୍କୁ ବସ କଣ୍ଡକ୍ଟର ଭାବେ ସମାଲୋଚନା କରିଛନ୍ତି। କାରଣ ହେଲା ସେ ନୂଆପଡାରେ ନବୀନଙ୍କ ରୋଡ ସୋରେ ସେ ବସ କେଉଁଠି ରହିବ ତାହା ନିୟନ୍ତ୍ରଣ କରୁଥିଲେ। ଏ ନେଇ ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ବେଶ ଭାଇରାଲ ହେବାରେ ଲାଗିଲା। ଏହାକୁ ଲକ୍ଷ୍ୟ ରଖି ଶ୍ରୀମୟୀ ସନ୍ତୃପ୍ତଙ୍କୁ ବସ କଣ୍ଡକ୍ଟର ବୋଲି କହିଛନ୍ତି।
ସେ ଯାହା ଲେଖିଛନ୍ତି ତାହା ହେଲା…….
କାହାର ରହିଛି କେତେ ଜୋର୍ଶକ୍ତି ନାନୀ ନା ବସ୍ କଣ୍ଡକ୍ଟର
ବରିଷ୍ଠ ରହିଯିବେ ମୁଣ୍ଡ ଆଉଁସିପୁଣି ନିଷ୍ପତ୍ତି ନେବେ ଭଣ୍ଡ ସନ୍ୟାସୀ
ଦଳୀୟ ସଂଗଠନ ପାଇଁ କିଛି ଅବଦାନ ଓ ରାଜନୈତିକତ ଅଭିଜ୍ଞତା ନଥାଇ ଯେଉଁ ବ୍ୟକ୍ତିଙ୍କୁ କଟକ ଭଳି ପ୍ରତିଷ୍ଠିତ ଲୋକସଭା ଆସନରୁ ଲଢ଼ିବାକୁ ଦିଆଗଲା ଓ ସେ ବୃହତ୍ ଭୋଟ ବ୍ୟବଧାନରେ ହାରିଲେ, ଆଉ ନୂଆପଡ଼ା ଉପନିର୍ବାଚନ ପ୍ରଚାରରେ ନବୀନବାବୁଙ୍କ ବସ୍ କଣ୍ଡକ୍ଟର ବି ହେଲେ। ସେହି ଅତୃପ୍ତ ଏବେ ରାଜ୍ୟସଭା ଆଶାୟୀ।
ଦେଖାଯାଉ, ଶକ୍ତି ନାନୀର ଶକ୍ତି ବେଶୀ ନା ବସ୍ କଣ୍ଡକ୍ଟର ନିଜ ପାଇଁ Berth Secure କରିବାରେ ସଫଳ ହେଉଛନ୍ତି..?
Cyber Safety for Elders: Silver Age Foundation holds Masterclass for Senior Citizens (Click Here)
ଭୁବନେଶ୍ବର: ମଝିରେ ମଝିରେ ଶ୍ରୀମୟୀ ମିଶ୍ର ଯେପରି ବାଣ ମାରୁଛନ୍ତି ଏଥିରେ ବିଜେଡି ଘାଇଲା ହେବାରେ ଲାଗିଛି। ଏପରିକି ତାଙ୍କର ନେତାମାନେ ଭିତରେ ଭିତରେ ବେଶ ଆଲୋଚନା କରିବାରେ ଲାଗିଛନ୍ତି। ହେଲେ କେହି ପଦାରେ କିଛି କହୁ ନାହାଁନ୍ତି। କେତେବେଳେ ଭି କେ ପାଣ୍ଡିଆନଙ୍କୁ, କେତେବେଳେ ସୁଜାତା ରାଉତଙ୍କୁ ତ କେତେବେଳେ ଅନ୍ୟ କୌଣସି ନେତାଙ୍କୁ। ହେଲେ ଏଥର ସେ ସିଧା ଟାର୍ଗେଟ କରିଛନ୍ତି ସନ୍ତୃପ୍ତ ମିଶ୍ରଙ୍କୁ।
ସେ ଯାହା ଲେଖିଛନ୍ତି ତାହା ହେଲା…….
କାହାର ରହିଛି କେତେ ଜୋର୍ଶକ୍ତି ନାନୀ ନା ବସ୍ କଣ୍ଡକ୍ଟର
ବରିଷ୍ଠ ରହିଯିବେ ମୁଣ୍ଡ ଆଉଁସିପୁଣି ନିଷ୍ପତ୍ତି ନେବେ ଭଣ୍ଡ ସନ୍ୟାସୀ

More Stories
ତହସିଲ୍ଦାରଙ୍କରାଜଧାନୀରେ୨କୋଠା୭_ପ୍ଲଟ୍ |
୫୪ ବର୍ଷ ପରେ ପୁଣି ଚନ୍ଦ୍ରକୁ ଯିବ ମଣିଷ, ସାମ୍ନାକୁ ଆସିଲା ନାସାର ଆର୍ଟେମିସ୍-୨ ମିଶନର ଉତକ୍ଷେପଣ ତାରିଖ
ସୁନାମିରେ ଛାରଖାର୍ ହୋଇଯିବ ଜାପାନ, ଭୟରେ ଥରିଲେଣି ଲୋକେ |