କେନ୍ଦ୍ରରେ ଏନଡିଏ, ଓଡ଼ିଶାରେ ବିଜେଡି, ଟାଇମ୍ସ ନାଓ ଇଟିଜି ସର୍ଭେ


କେନ୍ଦ୍ରରେ ଏନଡିଏ, ଓଡ଼ିଶାରେ ବିଜେଡି। ଆଜି ଲୋକସଭା ନିର୍ବାଚନ ହେଲେ ଏଭଳି ରେଜଲ୍ଟ ଦେଖିବାକୁ ମିଳିପାରେ। ଟାଇମ୍ସ ନାଓ-ETGର ଓପିନିଅନ୍ ପୋଲରେ ଏହି ଅନୁମାନ କରାଯାଇଛି। ସର୍ଭେ ଦର୍ଶାଇଛି, ଓଡ଼ିଶାରେ ବଢିବ ବିଜେଡି ସିଟ୍ ସଂଖ୍ୟା ।୧୩ରୁ ୧୫ ଲୋକସଭା ଆସନ ପାଇବ ବିଜେଡି । ଗତ ଅଗଷ୍ଟରେ ଟାଇମ୍ସ ନାଓ ଇଟିଜି ସର୍ଭେ କହିଥିଲା ବିଜେଡିକୁ ୧୨ରୁ ୧୪ ଲୋକସଭା ଆସନ ମିଳିପାରେ । ସେହିପରି ଓପିନିଅନ୍ ପୋଲ କେନ୍ଦ୍ରରେ ଏନଡିଏକୁ ୨୯୭ରୁ ୩୧୭ ଓ ଇଣ୍ଡିଆ ମେଣ୍ଟକୁ ୧୬୫ରୁ ୧୮୫ ସିଟ୍ ମିଳିବ ବୋଲି କହିଛି ।ଅର୍ଥାତ ଏବେର ଓପିନିଅନ୍ ପୋଲ୍ କହୁଛି ଧୀରେ ଧୀରେ ବଢୁଛି ବିଜେଡିର ସିଟ୍ ସଂଖ୍ୟା । ୨୦୧୯ରେ ବିଜେଡି ୨୧ରୁ ହାତେଇଥିଲା ୧୨ଟି ଲୋକସଭା ଆସନ । ବିଧାନସଭାରେ ଦଳ ୧୧୨ ସିଟରେ ବିଜୟୀ ହୋଇଥିଲା ।ଅର୍ଥାତ ବିଧାନସଭାରେ ୭୬ ପ୍ରତିଶତ ଓ ଲୋକସଭାରେ ୫୬ ପ୍ରତିଶତ ସିଟ୍ ଅକ୍ତିଆର କରିଥିଲା ବିଜେଡି । ଏବେ ଓପିନିଅନ୍ ପୋଲ୍ ଅନୁସାରେ ବିଜେଡି ୧୩ରୁ ୧୫ ଆସନ ପାଇଲେ ବିଧାନସଭାରେ ବି ସିଟ୍ ସଂଖ୍ୟା ବଢ଼ିବ ।


error: Content is protected !!