ବାଂଲାଦେଶୀ ନାବାଳିକାକୁ ଓଡ଼ିଶା ଚାଲାଣ ମାମଲାରେ ଜାତୀୟ ତଦନ୍ତ ସଂସ୍ଥା (ଏନ୍ଆଇଏ) ୧୦ ଜଣ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ଦାଖଲ କରିଛି। ଏନ୍ଆଇଏ ଭୁବନେଶ୍ୱର ସ୍ପେଶାଲ୍ କୋର୍ଟରେ ଏହି ଚାର୍ଜସିଟ୍ ଦାଖଲ କରିଛି। ଅଭିଯୁକ୍ତମାନେ ବାଂଲାଦେଶୀ ନାବାଳିକାଙ୍କୁ ଚାକିରି ପ୍ରଲୋଭନ ଦେଖାଇଥିଲେ। ସୂଚନା ଅନୁସାରେ ଅଭିଯୁକ୍ତମାନେ ପରିବାର ଲୋକଙ୍କୁ ଆର୍ôଥକ ଲୋଭ ଦେଖାଇ ତଥା ଓଡ଼ିଶାରେ ଚାକିରି ପ୍ରଲୋଭନ ଦେଖାଇ ନାବାଳିକାକୁ ଆଣିଥିଲେ।ତଦନ୍ତ ସମୟରେ ଏନ୍ଆଇଏ ମାନବ ଚାଲାଣ ରାକେଟ୍ ସଂପର୍କରେ ଅନେକ ତଥ୍ୟ ହାସଲ କରିଛି। ଓଡ଼ିଶା ପୁଲିସ ଆରମ୍ଭରୁ ପୋକ୍ସୋ କୋର୍ଟରେ ୬ ଜଣ ଅଭିଯୁକ୍ତଙ୍କ ବିରୋଧରେ ୨ଟି ଚାର୍ଜସିଟ୍ ଦାଖଲ କରିଥିଲା। ପରେ ଏହି ମାମଲାକୁ ଏନ୍ଆଇଏକୁ ହସ୍ତାନ୍ତର କରାଯାଇଥିଲା। ପ୍ରମାଣ ହସ୍ତଗତ ହେଲା ପରେ ଏନ୍ଆଇଏ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ଚଢ଼ଉ କରି ଦୁଇ ଜଣଙ୍କୁ ଗିରଫ କରିଥିଲା। ଏନ୍ଆଇଏ ଅଭିଯୁକ୍ତମାନଙ୍କର ବିଭିନ୍ନ ସୋସିଆଲ ମିଡିଆ ଆକାଉଣ୍ଟ ଏବଂ ଆର୍ôଥତ ନେଣଦେଣ ସଂପର୍କିତ ତଥ୍ୟ ହାସଲ କରିଛି। ଅନ୍ୟ ଏକ ମାମଲାରେ ଏନ୍ଆଇଏ ଆନ୍ତଃରାଜ୍ୟ ମାଷ୍ଟରମାଇଣ୍ଡ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି, ଯାହାର ପାକିସ୍ତାନରୁ ପରିଚାଳିତ ସଂସ୍ଥା ସହିତ ସଂପର୍କ ରହିଛି।

More Stories
ଚାଇନା ପରେ ଭାରତ ତିଆରି କରୁଛି ସୂର୍ଯ୍ୟ, ୨୦କୋଟି ଡିଗ୍ରୀର ମହାପ୍ରୟୋଗ, ବିଶ୍ୱରେ ଚହଳ!
WHOରୁ ଇସ୍ତଫା ଦେଲେ ଶେଖ୍ ହାସିନାଙ୍କ ଝିଅ, ଇସ୍ତଫାପତ୍ରରେ ଲେଖିଲେ ଏହି ବଡ଼ କାରଣ…
ୟୁଏଇ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ହେବ…