January 26, 2026

Now Odisha

Now Odisha

ତଟ ସୁରକ୍ଷା,ହାଇସ୍ପିଡ ବୋଟ ଖୋଜୁଛି ଏନ୍ତୁଡିଶାଳ, ଟ୍ରଲର କୁ ନେଇ ମନ୍ଥରଗତିରେ ଚାଲିଛି ଉପକୂଳ ସୁରକ୍ଷା

Spread the love

ଓଡିଶା ଉପକୂଳକୁ ୬ଟି ଉପକୂଳ ଜିଲ୍ଲାରେ ଭାଗ କରାଯାଇଥିବା ବେଳେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂପୁର, ପୁରୀ ଏବଂ ଗଞ୍ଜାମ। ଏହି ୬ଟି ଜିଲ୍ଲାରେ ଉପକୂଳ ଇଲାକା ୪୮୦ କି.ମି ପର୍ଯ୍ୟନ୍ତ ପରିବ୍ୟାପ୍ତ। ବାଲେଶ୍ୱର ଜିଲ୍ଲାର ୮୦କି.ମି, ଭଦ୍ରକର ୫୦କି.ମି,କେନ୍ଦ୍ରାପଡା ଜିଲ୍ଲାର ୬୮ କିମି, ଜଗତସିଂପୁରର ୬୭ କି.ମି, ପୁରୀ ଜିଲ୍ଲା ୧୫୫ କିମିଏବଂ ଗଞ୍ଜାମ ଜିଲ୍ଲା ର ସୀମା ୬୦ କି.ମି ,ପର୍ଯ୍ୟନ୍ତ ଉପକୂଳ ପରିବ୍ୟାପ୍ତ।

ଉହି ଉପକୂଳ ଇଲାକାରେ ୧୮ଟି ସାମୁଦ୍ରିକ ଥାନା ସରକାର ସ୍ଥାପନ କରିଥିବା ବେଳେ ତଟ ସୁରକ୍ଷା କୁ ୨୦୦୫ ମସିହା ଠାରୁ ରାଜ୍ୟ ସରକାର ପ୍ରାଧାନ୍ୟ ଦେଇ ଆସୁଛନ୍ତି। ୨୦୧୫ ମସିହାରେ ପ୍ରଥମ ପର୍ଯ୍ୟାୟରେ ୫ଟି ସାମୁଦ୍ରିକ ଥାନା ଦ୍ୱିତୀୟ ପର୍ଯ୍ୟାୟରେ୧୩ଟି ସାମୁଦ୍ରିକ ଥାନା ପ୍ରତିଷ୍ଠା କରାଯାଇଥିବା ବେଳେ ରାଜ୍ୟ ସରକାର ୧୫ଟି ସ୍ପିଡ ବୋଟ ଆଣି ୧୫ଟି ଥାନାକୁ ଭାଗ କରି ଦେଇଥିଲା। ଆଜି ଭଳି ଦିନରେ ଏହି ତଟ ସୁରକ୍ଷା ଏକ ପ୍ରହେଳିକା ସୃଷ୍ଟି କରିଛି। ଉପକୂଳ ଇଲାକା ତଥା ବଙ୍ଗୋପସାଗର କୂଳରେ ଥିବା ବାଲେଶ୍ୱର, ଭଦ୍ରକ,କେନ୍ଦ୍ରାପଡା ଜିଲ୍ଲା ଗୁଡିକରେ ଉପକୂଳ ସୁରକ୍ଷା ଚାଲିଛି ବୋଲି ସରକାରଙ୍କ ଗୃହ ବିଭାଗ ଡିଣ୍ଡିମ ପିଟି ଚାଲିଥିବା ବେଳେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଏହି ୩ଟି ଜିଲ୍ଲା ସ୍ଥାୟୀ ଠିକଣା ପାଲଟଛି।

ଭଦ୍ରକ ଜିଲ୍ଲାରେ ଥିବା କଷିଆ ଏବଂ ଧାମରା ସାମୁଦ୍ରିକ ଥାନା ନାହିଁ ନାହିଁରେ ଚାଲିଛି। ଏହି ଥାନାରେ ନା ଅଛି ପର୍ଯ୍ୟାପ୍ତ ପରିମାଣରେ ଷ୍ଟାଫ ନା ଅଛି ଅସ୍ତ୍ରଶସ୍ତ୍ର ନା ଅଛି ହାଇସ୍ପିଡ ବୋଟ।ପ୍ରଥମ ପର୍ଯ୍ୟାୟରେ ସରକାରଙ୍କ ତରଫରୁ ଧାମରାକୁ ୩ଟି ହାଇସ୍ପିଡ ବୋଟ ଆସିଥିବା ବେଳେ ପର୍ଯ୍ୟାୟ କ୍ରମେ ଏହି ୩ଟି ସ୍ପିଡ ବୋଟ ମଧ୍ୟରୁ ଗୋଟିଏ ସଂପୂର୍ଣ ଖରାପ ହୋଇ ପଡିଥିଲା। ପରେ ଥିବା ୨ଟି ସ୍ପିଡ ବୋଟ ମଧ୍ୟରୁ ଗୋଟିଏକୁ ଗଞ୍ଜାମ ଜିଲ୍ଲାର ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନାକୁ ପଠାଇଦିଆଯାଇଥିଲା। ପରେ ବଳକା ଥିବା ସାଳନ୍ଦୀ ନାମକ ସ୍ପିଡ ବୋଟ ଟି ଦୀର୍ଘ ୧ସପ୍ତାହରୁ ଅଧିକ ଦିନ ହେବ ସଂପୂର୍ଣ ଖରାପ ହୋଇ ପଡିଛି।

ରାଜ୍ୟ ତଥା କେନ୍ଦ୍ର ସରକାର ଦୀର୍ଘ ୧୫ ବର୍ଷ ମଧ୍ୟରେ ତଟ ସୁରକ୍ଷା କଥା ଭୁଲିଯାଇ ଆଉ ନୂତନ ଭାବେ ନୂତନ ବୋଟ କ୍ରୟ କଲେ ନାହିଁ ତାହା ରାଜ୍ୟ ବାସୀଙ୍କୁ ଆଶ୍ଚର୍ଯ୍ୟରେ ପକାଇଛି। ଗୋଟିଏ ପଟେ ୪୮୦ କି.ମି ପରିବ୍ୟାପ୍ତ ମୁକୁଳା ଉପକୂଳ ଅନ୍ୟ ପକ୍ଷରେ ଏହାକୁ ସୁରକ୍ଷା ଦେବା ଏକ ପ୍ରହସନ ପାଲଟିଛି।ଦୀର୍ଘ ୧ସପ୍ତାହ ହେବ ଧାମରା ଥିବା ହାଇସ୍ପିଡ ବୋଟ ଅଚଳ ହୋଇ ପଡିଛି। ଫଳରେ ରାଜ୍ୟ ସରକାର ଆଉ ନୂତନ ଭାବେ ସ୍ପିଡ ବୋଟ (ଅଥବା ଫାର୍ଷ୍ଟ ଇଂଟରସେପ୍ଟର ବୋଟ) ନଆଣି ଭଡା ସୂତ୍ରରେ ମାଛ ଧରା ଟ୍ରଲରକୁ ଆଣି ତଟ ସୁରକ୍ଷା ପାଇଁ ନିୟୋଜିତ କରିଛନ୍ତି। ଆଜି ଭଳି ଦିନରେ ଧାମରା ସାମୁଦ୍ରିକ ଥାନାରେ ଏହି ମାଛ ଧରା ଟ୍ରଲରଟି ଉପକୂଳ ସୁରକ୍ଷା ନାମରେ ତଟ ସୁରକ୍ଷା କରୁଛି । କେଉଁ ପରିସ୍ଥିତିରେ ଉପକୂଳ ସୁରକ୍ଷା ବନାମ ବାଂଲାଦେଶୀ ଅନୁପ୍ରବେଶ କାରୀଙ୍କୁ ସାମୁଦ୍ରିକ ଥାନା ଅଟକାଇବ ଅଥବା ସେମାନଙ୍କୁ ତଟ ସୁରକ୍ଷା ନାମରେ ରାଜ୍ୟ ସରକାର ସୁରକ୍ଷା ଯୋଗାଉଛନ୍ତି ତାହା ପ୍ରଶ୍ନବାଚୀ ହୋଇ ପଡିଛି।

error: Content is protected !!