ନୂଆଦିଲ୍ଲୀ: ୨୦୨୬ ମସିହାରେ ଭାରତ ଏବଂ ଶ୍ରୀଲଙ୍କା ମିଳିତ ଭାବରେ ଟି ୨୦ ବିଶ୍ୱକପ୍ ଆୟୋଜନ କରିବା ନେଇ ସୂଚନା ମିଳିଛି।
ତେବେ ଏହି ଟୁର୍ଣ୍ଣାମେଣ୍ଟ ଫେବୃଆରୀ ୭ ତାରିଖରେ ଆରମ୍ଭ ହୋଇ ଫାଇନାଲ ମ୍ୟାଚ୍ ମାର୍ଚ୍ଚ ୮ ତାରିଖରେ ଶେଷ ହେବା ନେଇ କୁହା ଯାଉଛି। ଏହାର ପ୍ରଥମ ମ୍ୟାଚ ଭାରତ ଓ ଆମେରିକା ମଧ୍ୟରେ ଫେବୃଆରୀ ୮ ତାରିଖରେ ଅହମଦାବାଦ ରେ ଖେଳାଯିବ ଓ ଫେବୃଆରୀ ୧୨ ତାରିଖରେ ଦିଲ୍ଲୀରେ ଭାରତ ନାମ୍ବିଆ ବିପକ୍ଷରେ ଓ ଫେବୃଆରୀ ୧୮ ତାରିଖରେ ମୁମ୍ବାଇ ରେ ନେଦରଲାଣ୍ଡ ବିପକ୍ଷରେ ଖେଳିବା ନେଇ ସୂଚନା ମିଳିଛି।
ଏଥିସହିତ ଫେବୃଆରୀ ୧୫ ତାରିଖରେ ଭାରତ, ପାକିସ୍ତାନ ବିପକ୍ଷରେ କଲମ୍ବୋରେ ଖେଳିବା ନେଇ କୁହା ଯାଉଛି।
ଚଳିତ ବର୍ଷ ୨୦ଟି ଦଳକୁ ୪ଟି ଗ୍ରୁପରେ ବିଭକ୍ତ କରାଯାଇଛି ଓ ପ୍ରତ୍ୟେକ ଟିମ୍ ରେ ୫ଟି ଦଳ ରହିଥିବା ନେଇ ରିପୋର୍ଟ ରୁ ଜଣା ପଡ଼ିଛି। ଚଳିତ ବର୍ଷ ଭାରତର ଗ୍ରୁପରେ ପାକିସ୍ତାନ, ଆମେରିକା, ନାମ୍ବିଆ ଏବଂ ନେଦରଲ୍ୟାଣ୍ଡସ୍ ଅନ୍ତର୍ଭୁକ୍ତ ରହିଛି।

More Stories
ହାଟଡିହୀରେ ରୋମିଓଙ୍କ ହାଇଭୋଲଟେଜ୍ ଡ୍ରାମା: ଗିଫ୍ଟ ଫେରାଇ ବ୍ଲକ୍ କରିବାରୁ ଛାତ୍ରୀଙ୍କୁ ପିଟିଲେ ‘ଇନଷ୍ଟା ଆଶିକ୍’
ସାମାନ୍ୟ କଥାରୁ କୁରାଢ଼ି ଚୋଟ: ଗୁରୁତର ବୃଦ୍ଧଙ୍କୁ ଚିକିତ୍ସା କରିବା ସମୟରେ ଛୁଞ୍ଚି-ସୂତା ଅଭାବ, ବାହାରୁ କିଣି ଚିକିତ୍ସା କଲେ ଡାକ୍ତର |
ସମିତିସଭ୍ୟଙ୍କଠାରୁ ସୁନା ଚେନ୍ ଛଡ଼ାଇ କରିଥିଲେ ହତ୍ୟା ଉଦ୍ୟମ |