January 26, 2026

Now Odisha

Now Odisha

ଟି ୨୦ ବିଶ୍ୱକପ୍: ଫେବୃଆରୀ ୧୫ରେ ଭାରତ vs ପାକିସ୍ତାନ ମ୍ୟାଚ୍ ||

Spread the love

ନୂଆଦିଲ୍ଲୀ: ୨୦୨୬ ମସିହାରେ ଭାରତ ଏବଂ ଶ୍ରୀଲଙ୍କା ମିଳିତ ଭାବରେ ଟି ୨୦ ବିଶ୍ୱକପ୍ ଆୟୋଜନ କରିବା ନେଇ ସୂଚନା ମିଳିଛି।

ତେବେ ଏହି ଟୁର୍ଣ୍ଣାମେଣ୍ଟ ଫେବୃଆରୀ ୭ ତାରିଖରେ ଆରମ୍ଭ ହୋଇ ଫାଇନାଲ ମ୍ୟାଚ୍ ମାର୍ଚ୍ଚ ୮ ତାରିଖରେ ଶେଷ ହେବା ନେଇ କୁହା ଯାଉଛି। ଏହାର ପ୍ରଥମ ମ୍ୟାଚ ଭାରତ ଓ ଆମେରିକା ମଧ୍ୟରେ ଫେବୃଆରୀ ୮ ତାରିଖରେ ଅହମଦାବାଦ ରେ ଖେଳାଯିବ ଓ ଫେବୃଆରୀ ୧୨ ତାରିଖରେ ଦିଲ୍ଲୀରେ ଭାରତ ନାମ୍ବିଆ ବିପକ୍ଷରେ ଓ ଫେବୃଆରୀ ୧୮ ତାରିଖରେ ମୁମ୍ବାଇ ରେ ନେଦରଲାଣ୍ଡ ବିପକ୍ଷରେ ଖେଳିବା ନେଇ ସୂଚନା ମିଳିଛି।

ଏଥିସହିତ ଫେବୃଆରୀ ୧୫ ତାରିଖରେ ଭାରତ, ପାକିସ୍ତାନ ବିପକ୍ଷରେ କଲମ୍ବୋରେ ଖେଳିବା ନେଇ କୁହା ଯାଉଛି।

ଚଳିତ ବର୍ଷ ୨୦ଟି ଦଳକୁ ୪ଟି ଗ୍ରୁପରେ ବିଭକ୍ତ କରାଯାଇଛି ଓ ପ୍ରତ୍ୟେକ ଟିମ୍ ରେ ୫ଟି ଦଳ ରହିଥିବା ନେଇ ରିପୋର୍ଟ ରୁ ଜଣା ପଡ଼ିଛି। ଚଳିତ ବର୍ଷ ଭାରତର ଗ୍ରୁପରେ ପାକିସ୍ତାନ, ଆମେରିକା, ନାମ୍ବିଆ ଏବଂ ନେଦରଲ୍ୟାଣ୍ଡସ୍ ଅନ୍ତର୍ଭୁକ୍ତ ରହିଛି।

error: Content is protected !!