ଶ୍ରୀରାମ ମନ୍ଦିରରେ ଧର୍ମଧ୍ବଜା ସ୍ଥାପନା ପରେ ମୋଦିଙ୍କ ଅଭିଭାଷଣ।’ଏହି ଧ୍ୱଜା ଦୂରରୁ ହିଁ ରାମଲଲ୍ଲାଙ୍କ ଜନ୍ମଭୂମିର ଏକ ଝଲକ ଦେଖାଇବ’। ‘ଯୁଗ ଯୁଗ ଧରି ଏହି ଧ୍ୱଜା ମାନବଜାତିକୁ ଶ୍ରୀରାମଙ୍କ ପ୍ରେରଣା ପହଞ୍ଚାଇବ’।’ଏହି ଅବିସ୍ମରଣୀୟ ମୁହୂର୍ତ୍ତରେ ସମସ୍ତ ଭକ୍ତଙ୍କୁ ମୁଁ ପ୍ରଣାମ କରୁଛି’।ରାମ ମନ୍ଦିର ନିର୍ମାଣରେ ଯେଉଁମାନେ ଯେକୌଣସି ଭାବେ ଯୋଗଦାନ ଦେଇଛନ୍ତି, ସେମାନଙ୍କୁ ମୁଁ କୃତଜ୍ଞତା ଜ୍ଞାପନ କରୁଛି।’ନିର୍ମାଣରେ ନିଯୁକ୍ତ ପ୍ରତ୍ୟେକ ଶ୍ରମିକ, କାରିଗର, ସ୍ଥପତିଙ୍କୁ ଅଭିନନ୍ଦନ’।
ଶ୍ରୀରାମ ମନ୍ଦିରରେ ଧର୍ମଧ୍ବଜା ସ୍ଥାପନା ପରେ ମୋଦିଙ୍କ ଅଭିଭାଷଣ।’ଆଗାମୀ ୧୦୦୦ ବର୍ଷ ପାଇଁ ଭାରତର ନିଆରା ମଜବୁତ୍ କରିବାକୁ ହେବ’।’ଯିଏ କେବଳ ବର୍ତ୍ତମାନର ଚିନ୍ତା କରେ, ଆଗାମୀ ପିଢ଼ିଙ୍କ ସହିତ ଅନ୍ୟାୟ କରେ’।’ଆମକୁ ଭବିଷ୍ୟତ ପିଢ଼ିଙ୍କ ବିଷୟରେ ମଧ୍ୟ ଭାବିବାକୁ ହେବ’। ‘ଶ୍ରୀରାମ ଆମ ସହିତ ଭାବାବେଗରେ ଯୋଡ଼ିହୁଅନ୍ତି, ଭେଦଭାବରେ ନୁହନ୍ତି’।ତାଙ୍କ ପାଇଁ ଭକ୍ତି ଗୁରୁତ୍ୱପୂର୍ଣ୍ଣ, ବଂଶ ନୁହେଁ; ସହଯୋଗ ଗୁରୁତ୍ୱପୂର୍ଣ୍ଣ, କ୍ଷମତା ନୁହେଁ।

More Stories
ପୁଣି ଚର୍ଚ୍ଚାରେ ଦାନ ମାଝୀ
ଏସିଏଫ ସୋମ୍ୟରଞ୍ଜନ ମୃତ୍ୟୁ ମାମଲା; ଜାମିନ ଆବେଦନ ଖାରଜ ପରେ ଜେଲ୍ ଗଲେ ପୂର୍ବତନ DFO
ସନ୍ଧ୍ୟା ସୁଦ୍ଧା ସାଳନ୍ଦୀ, ଜଳକା , ବୈତରଣୀରେ ବଡ଼ ବନ୍ୟା