ଓକିଲ ସୀମା ଖୁସୱାହଙ୍କ କହିବା ଅନୁସାରେ ଆସନ୍ତା କାଲି ଅର୍ଥାତ ମାର୍ଚ୍ଚ ୨୦ ଶୁକ୍ରବାର ମାନେ କାଲି ନିର୍ଭୟା କେଶରେ ଜଡିତ ଥିବା ସମସ୍ତ ଦୋଷୀଙ୍କୁ ଫାଶୀ ଦଣ୍ଡ ଦିଆଯିବ । ଏହା ପୂର୍ବରୁ ବହୁତ ଥର ଏମାନଙ୍କ ଫାଶି ଘୁଞ୍ଚିଛି ଓ ସେମାନେ ବାରମ୍ବାର ରକ୍ଷା ପାଇ ଯାଉଛନ୍ତି । ଓକିଲ ସୀମା ଖୁସୱାହଙ୍କ କହିବାନୁସାରେ ଆସନ୍ତା କାଲି ସାଢେ ୫ଟା ରେ ଦୋଷୀଙ୍କୁ ଫାଶୀ ଓ ନିର୍ଭୟାକୁ ନ୍ୟାୟ ମିଳିବ ।
ଫାଶି ପରେ ନିର୍ଭୟାଙ୍କ ବାପା ଓ ମା ତାଙ୍କ ଝିଅ ଫଟୋରେ ଫୁଲହାର ଚଢାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ ।
ସୀମା ଖୁସୱାହ ଏହା ମଧ୍ୟ କହିଲେ କି ସେ ବାରମ୍ବାର ନିର୍ଭୟାଙ୍କ ଫଟୋ ସାମ୍ନାରେ ଠିଆ ହୋଇ ତାଙ୍କୁ ପଚାରିଛନ୍ତି କି ତୁମର ତ କୌଣସି ଦୋଷ ନ ଥିଲା ତଥାପି ତୁମ ସହିତ କାହିଁକି ଏପରି ହୀନକର୍ମ ହେଲା ଓ ତାଙ୍କୁ ବାରମ୍ବାର ଏହି ଉତ୍ତର ମିଳେ କି ଆମ ଦେଶରେ ନାରୀଙ୍କ ଇଜ୍ଜତ କମିବାରେ ଲାଗିଛି । ସମସ୍ତଙ୍କ ନଜରରେ ନାରୀମାନେ ଚାରି କାନ୍ଥ ଭିତରେ ରହିବା କଥା ଆଜି ଯେତେବେଳେ ନାରୀ ଗୋଡ କାଢି ବାହାରୁଛି ସେତେବେଳେ ସେ ଦୁର୍ବ୍ୟବହାର ସଙ୍ଗେ ସଙ୍ଗେ ତାର ଇଜତ ଲୁଟିବାକୁ ଲୋକ ମଧ୍ୟ ପଛଉନାହାନ୍ତି।Image Courtesy: Google
ଏହି ଭଳି ଚିନ୍ତା ଧାରା କିପରି ଲୋକ ସମାଜରୁ ଦୂରେଇପାରିବ ଓ ଆଜିର ସମାଜରେ ନାରୀ କିପରି ସୁରକ୍ଷିତ ବଞ୍ଚିପାରିବ ସେଥିପାଇଁ ଲୋକସଚେତନ ଆସିବା ଦରକାର। ଏବଂ ସମସ୍ତେ ଜାଣିବା ଦରକାର କି ନାରୀ କେବେ ଅବଳା ଓ ଦୁର୍ବଳା ନୁହେଁ । ସେ ନାରୀ ବେଳ ପଡିଲେ ମା ହୋଇ ସ୍ନେହ କରିପାରେ, ଭଉଣୀ ହୋଇ ରକ୍ଷା କରିପାରେ ଓ ଝିଅ ହୋଇ ଦୁଖ ଦୂର କରିପାରେ ଠିକ ସେହିପରି ମା ଦୂର୍ଗା ମଧ୍ୟ ସାଜି ଦୋଷିକୁ ଦଣ୍ଡ ଦେଇପାରେ। ଯେତେବେଳେ ଲୋକଙ୍କ ମନରେ ନାରୀ ପ୍ରତି ଇଜତ ଓ ସମ୍ମାନ ଆସିଯିବ ସେତେବେଳେ କୌଣସି ଝିଅ ନିର୍ଭୟା ଭଳି ବିନା ଦୋଷରେ ଦଣ୍ଡ ପାଇବନି।Image Courtesy: Google
ସେ ଆହୁରି ମଧ୍ୟ କହିଛନ୍ତି କି ଅପରପକ୍ଷ ଓକିଲ କେଶ ରୋକିବାପାଇଁ ପିଟିସନ ପକାଇଥଲେ ଓ ସର୍ବୋଚ ନ୍ୟାୟାଳୟ ସବୁ ପିଟିସନକୁ ରଦ୍ଧ କରି କାଲି ସାଢେ ୫ ଟାରେ ଫାଶୀ ହେବ ବୋଲି ନ୍ୟାୟ ପ୍ରଦାନ କରିଛନ୍ତି।ଓକିଲ କହିଛନ୍ତି କି ୭ ବର୍ଷ ହେଲାଣି ତାଙ୍କୁ କେବେବି ଶ୍ରଦ୍ଧାଞ୍ଜଳି ଦେଇନଥିଲେ କାରଣ ସେ ଶପଥ ପାଠ କରିଥିଲେ କି ଯେବେ ତାଙ୍କୁ ନ୍ୟାୟ ମିଳିବ ସେ ତାଙ୍କ ଫୋଟରେ ଫୁଲମାଳ ଚଢାଇ ତାଙ୍କୁ ତାଙ୍କ ବିଜୟର ବଧାଇ ଦେବେ। ସର୍ବଦା ନାରୀର ସମ୍ମାନ ମାତୃଭୂମିର ସମ୍ମାନ ।

More Stories
ପୁଣି ଚର୍ଚ୍ଚାରେ ଦାନ ମାଝୀ
ଏସିଏଫ ସୋମ୍ୟରଞ୍ଜନ ମୃତ୍ୟୁ ମାମଲା; ଜାମିନ ଆବେଦନ ଖାରଜ ପରେ ଜେଲ୍ ଗଲେ ପୂର୍ବତନ DFO
ସନ୍ଧ୍ୟା ସୁଦ୍ଧା ସାଳନ୍ଦୀ, ଜଳକା , ବୈତରଣୀରେ ବଡ଼ ବନ୍ୟା