ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ-୩ ସମ୍ମୁଖରେ ବୋମାମାଡ ଘଟଣାରେ ତନାଘନା କରୁଛି ଏନଆଇଏ । ଆଜି ସକାଳୁ ସ୍କୁଲରେ କ୍ଲାସ ଆରମ୍ଭ ହେବା ମାତ୍ରେ କେହି ଜଣେ ଦୁର୍ବୃତ୍ତ ବୋମାମାଡ କରି ଫେରାର ହୋଇଯାଇଛି । ବାଇକରେ ଆସି ଦୁଇଟି ବୋମାମାଡ କରିଥିଲେ ଦୁର୍ବୃତ୍ତ । ବୋମାମାଡ ପରେ ଭୟଭୀତ ଅବସ୍ଥାରେ ଅଛନ୍ତି ସ୍କୁଲ ଛାତ୍ରଛାତ୍ରୀ ।
ଘଟଣାସ୍ଥଳରେ ପୁଲିସ ପହଞ୍ଚି ତନାଘନା କରିବା ପରେ ସିସିଟିଭି ଆଧାରରେ ତଦନ୍ତ ଜାରି ରହିଛି । ଏନଆଇଏ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତନାଘନା ଜାରି ରଖିଛି । କିଏ ଓ କାହିଁକି ବୋମାମାଡ କରିଲା ତାହାର କାରଣ ଜଣାପଡିନାହିଁ ।

More Stories
ଘେଁସ୍ କଲେଜର ନାମ ବଦଳିଲା: ସ୍ୱାଧୀନତା ସଂଗ୍ରାମୀ ଶହୀଦ ମାଧୋ ସିଂହଙ୍କ ନାମରେ ହେଲା ନାମିତ
ଲଗାଣ ବର୍ଷାରେ ଧୋଇଗଲା ନିର୍ମାଣାଧୀନ ରିଂ ରୋଡ୍: କାମ ନସରୁଣୁ ରାସ୍ତାର ସ୍ଥାୟିତ୍ୱକୁ ନେଇ ଉଠିଲା ପ୍ରଶ୍ନବାଚୀ
ଇତିହାସରୁ ପ୍ରେରଣା ନେଇ ଭବିଷ୍ୟତର ଓଡ଼ିଶା ପାଇଁ ସେତୁବନ୍ଧ ତିଆରି କରିବା : ଧର୍ମେନ୍ଦ୍ର ପ୍ରଧାନ