ଭୁବନେଶ୍ୱର, ୩୦।୧୧:ସରକାରୀ ବାବୁଙ୍କ ସମ୍ପତ୍ତି ତାଲିକାକୁ ନେଇ କଠୋର ହେଲେ ସରକାର । ସମ୍ପତ୍ତି ତାଲିକା ନଦେଲେ ସରକାରୀ କର୍ମଚାରୀଙ୍କର ହେବନାହିଁ ପଦୋନ୍ନତି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ଜାରି ହୋଇଛି ଚିଠି । ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏନେଇ ସବୁ ବିଭାଗକୁ ଚିଠି ଲେଖିଛନ୍ତି । ଜାନୁଆରୀ ସୁଦ୍ଧା ସମ୍ପତ୍ତି ତାଲିକା ଦେବାକୁ ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହା ପୂର୍ବରୁ ବହୁବାର ଜିଏ ବିଭାଗ ପକ୍ଷରୁ ସମ୍ପତ୍ତି ତାଲିକା ଦେବାକୁ ଚିଠି ଲେଖାଯାଇଥିଲା । ହେଲେ ଅନେକ ବାବୁ ଦେଇନାହାନ୍ତି ସମ୍ପତ୍ତି ତାଲିକା । ଯେଉଁଥିରେ ସରକାର ଏବେ କଠୋର ହୋଇଛନ୍ତି l
ବର୍ତ୍ତମାନସବୁ ବିଭାଗର ମୁଖ୍ୟ, ଆରଡିସି ଓ ଜିଲ୍ଲାପାଳଙ୍କୁ ଚିଠି ଲେଖି ବିଭାଗୱାରୀ ବାବୁଙ୍କର ସମ୍ପତ୍ତି କେତେ ତାହା ଏଚଆରଏମଏସ ପୋର୍ଟାଲରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଉ ଏଥିପାଇଁ ମେ ୩୧କୁ ଡେଡଲାଇନ ରଖାଯାଇଛି ।

More Stories
ଚାଇନା ପରେ ଭାରତ ତିଆରି କରୁଛି ସୂର୍ଯ୍ୟ, ୨୦କୋଟି ଡିଗ୍ରୀର ମହାପ୍ରୟୋଗ, ବିଶ୍ୱରେ ଚହଳ!
WHOରୁ ଇସ୍ତଫା ଦେଲେ ଶେଖ୍ ହାସିନାଙ୍କ ଝିଅ, ଇସ୍ତଫାପତ୍ରରେ ଲେଖିଲେ ଏହି ବଡ଼ କାରଣ…
ୟୁଏଇ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ହେବ…