January 25, 2026

Now Odisha

Now Odisha

ଆଜି ରାତି ସାଢ଼େ ୧୧ଟାରେ ଟ୍ରମ୍ପ କରିବେ ବଡ଼ ଘୋଷଣା, ରାଷ୍ଟ୍ରପତି ପଦରୁ ଦେଇପାରନ୍ତି ଇସ୍ତଫା

Spread the love

ଟାରିଫ ଯୁଦ୍ଧ ଆରମ୍ଭ କରି ବିଶ୍ବକୁ ଆର୍ଥିକ ସଙ୍କଟରେ ପକାଇଥିବା ଆମେରିକା ରାଷ୍ଟ୍ରପତି ଆଜି ରାତିରେ ଦେଇ ଦେବେ ବି ଇସ୍ତଫା । ଭାରତୀୟ ସମୟ ରାତି ସାଢ଼େ ୧୧ଟାରେ ଟ୍ରମ୍ପ ବଡ଼ ଘୋଷଣା କରିବାକୁ ଯାଉଛନ୍ତି । ଏଥିରେ ସେ ତାଙ୍କ ଇସ୍ତଫା ସମ୍ପର୍କରେ କହିବେ ବୋଲି ଚର୍ଚ୍ଚା ଜୋର ଧରିଛି ।ସୂଚନାଯୋଗ୍ୟ, ଟ୍ରମ୍ପ ଟାରିଫ ଲଗାଇବା ପରେ ଆମେରିକା ବିଶ୍ବରେ ଏକ ପ୍ରକାର ଏକଘରିଆ ହେବାରେ ଲାଗିଛି ।

ଭାରତ, ବ୍ରାଜିଲ ଓ ଚୀନ ପରି ଦେଶ ଟ୍ରମ୍ପଙ୍କ ଟାରିଫକୁ ଖୋଲା ବିରୋଧ କରିଥିବା ବେଳେ କିଛି ଦେଶ ଆଲୋଚନା ମଧ୍ୟମରେ ଟାରିଫ କମ କରିଛନ୍ତି ଓ କିଛି କମ କରିବାକୁ ଲାଗିଛନ୍ତି । ହେଲେ, ସମସ୍ତଙ୍କ ମନରେ ଆମେରିକା ଓ ଟ୍ରମ୍ପଙ୍କୁ ନେଇ ଅସନ୍ତୋଷର ନିଆଁ ଜଳୁଛି । ବିଦେଶରୁ ଆରମ୍ଭ କରି ନିଜ ଦେଶରେ ବି ଟ୍ରମ୍ପ ବିରୋଧର ସମ୍ମୁଖୀନ ହେଉଛନ୍ତି । ଏମିତି ସ୍ଥିତିରେ ଗତ ସପ୍ତାହେ ହେବ ଟ୍ରମ୍ପଙ୍କୁ କୌଣସି ସାମାଜିକ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିନି । ଏହି କାରଣରୁ ବିଭିନ୍ନ ପ୍ରକାରର ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ହ୍ବାଇଟ୍ ହାଉସ ପକ୍ଷରୁ ସୂଚନା ଦିଆଯାଇଛି, ଆଜି ରାତି ସାଢ଼େ ୧୧ଟାରେ ଟ୍ରମ୍ପ ଏକ ବଡ଼ ଘୋଷଣା କରିବାକୁ ଯାଉଛନ୍ତି । ଏହି ଘୋଷଣା ପରେ ଟ୍ରମ୍ପଙ୍କୁ ନେଇ ସୋସିଆଲ ମିଡ଼ିଆରେ ବିଭିନ୍ନ ପ୍ରକାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଟ୍ରମ୍ପ ଇସ୍ତଫା ଦେବାକୁ ଯାଉଥିବା କିଛି ଲୋକ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛନ୍ତି । ଆଉ କିଛି ଲୋକ ଏମିତି ବି କହୁଛନ୍ତି, ଟ୍ରମ୍ପ ଯେଉଁ ଘୋଷଣା କରିବାକୁ ଯାଉଛନ୍ତି, ଆମେରିକା ଇତିହାସରେ ସେମିତି କେବେ ହୋଇନି ।

ହ୍ବାଇଟ୍ ହାଉସ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି, ମଙ୍ଗଳବାର ଅପରାହ୍ନ ୨ଟା (ଭାରତୀୟ ସମୟ ରାତି ସାଢ଼େ ୧୧ଟା)ରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଘୋଷଣା କରିବେ । ଗତ ସପ୍ତାହରୁ ଟ୍ରମ୍ପଙ୍କୁ କୌଣସି କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁ ନଥିବାରୁ ସେ ଅସୁସ୍ଥ ଥିବା ମଧ୍ୟ ଚର୍ଚ୍ଚା ହେଉଛି ।

ସୋସିଆଲ ମିଡିଆରେ ବର୍ତ୍ତମାନ ଟ୍ରମ୍ପଙ୍କ ଇସ୍ତଫା ଦେବା ଟ୍ରଣ୍ଡ କରୁଛି । ଏହା ଅଜବ ଲଗୁଥିଲେ ବି ଟ୍ରମ୍ପଙ୍କ ସ୍ବାସ୍ଥ୍ୟକୁ ନେଇ ଉଠୁଥିବା ପ୍ରଶ୍ନ କାରଣରୁ ଏପରି ଚର୍ଚ୍ଚା ଜୋର ଧରିଛି । ଗତ ଶୁକ୍ରବାର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ Trump Is Dead ଓ Where Is Trump ? ପରି ହାସଟ୍ୟାଗ ଟ୍ରେଣ୍ଡ କରିଥିଲା । ୨୭ ଅଗଷ୍ଟରେ ହ୍ବାଇଟ୍ ହାଉସରେ ହୋଇଥିବା କ୍ୟାବିନେଟ ମିଟିଂ ପରଠୁ ଆଉ ଟ୍ରମ୍ପଙ୍କୁ ଦେଖିବାକୁ ମିଳିନି । ଏହି ମିଟିଂର ଏକ ଫଟୋ ଭାଇରାଲ ହୋଇଥିଲା । ତାଙ୍କ ହାତରେ ଆଘାତ ଲାଗିଥିବା ଦେଖିବାକୁ ମିଳିଥିଲା । ହ୍ବାଇଟ ହାଉସ ପ୍ରେସ ସେକ୍ରେଟାରୀ କେରାଊିନ ଲାଓ୍ବିନ କହିଥିଲେ, ବାରମ୍ବାର ହାତ ମିଶାଇବା କାରଣରୁ ଟ୍ରମ୍ପ ହାତରେ ଏହି ଚିହ୍ନ ହୋଇଛି । ହେଲେ ଏପରି ସ୍ପଷ୍ଟିକରଣ ସୋସିଆଲ ମିଡ଼ିଆ ୟୁଜରଙ୍କୁ ସନ୍ତୁଷ୍ଠ କରିପାରି ନଥିଲା ଓ ଏବେ କି ଟ୍ରମ୍ପଙ୍କୁ ନେଇ ବିଭିନ୍ନ ପ୍ରକାର ଚର୍ଚ୍ଚା ଚାଲିଛି । ଅଗଷ୍ଠ ୩୦ ତାରିଖରେ ଟ୍ରମ୍ପଙ୍କୁ ତାଙ୍କ ଗଲ୍ଫ କ୍ଲବରେ ଦେଖିବାକୁ ମିଳିଥିଲା । ହେଲେ ସେତେବେଳେ ବି ସୋସିଆଲ ମିଡିଆରେ ବ୍ୟକ୍ତି ଜଣଙ୍କ ଟ୍ରମ୍ପ ନୁହଁନ୍ତି, ତାଙ୍କ ବଡ଼ି ଡବଲ ବୋଲି ଚର୍ଚ୍ଚା ହୋଇଥିଲା । ତେବେ ଟ୍ରମ୍ପ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଆକ୍ଟିବ ରହିଛନ୍ତି । କିଛି ୟୁଜର୍ସ ମଜାରେ ଲେଖିଛନ୍ତି, ଆଜି ନୂଆ ରାଷ୍ଟ୍ରପତି ଘୋଷଣା ହୋଇପାରେ ।

error: Content is protected !!