ଶିକ୍ଷକଙ୍କ ପାଇଁ ଯୋଗ୍ୟତା ପରୀକ୍ଷା ବାଧ୍ୟତାମୂଳକ ବୋଲି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ନେଇ ଯେତିକି ପ୍ରତିକ୍ରିୟା ପ୍ରକାଶ ପାଇଛି ସେତିକି ଦ୍ବନ୍ଦ୍ବ ବି ଦେଖାଦେଇଛି । ଶିକ୍ଷା ରାଜ୍ୟ ସରକାରଙ୍କ ବ୍ୟାପାର ହୋଇଥିବାରୁ ଏହାକୁ ସଂପୃକ୍ତ ରାଜ୍ୟଗୁଡିକ କେତେ ମାନିବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହେଲାଣି । ଚୂଡାନ୍ତ ରାୟ ପାଇଁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ନିକଟକୁ ମାମଲା ସ୍ଥାନାନ୍ତର କରାଯାଇଛି ।
ତେଣୁ ଉପର ବେଞ୍ଚ କି ରାୟ ଦେଉଛନ୍ତି ତା ଉପରେ ସମସ୍ତଙ୍କ ନଜର ରହିଛି ।
ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶକୁ ଓଡ଼ିଶା ମାନିବ କେତେ?
ଅନ୍ୟ ରାଜ୍ୟର ନିଷ୍ପତ୍ତି ଉପରେ ନଜର
ଟିଇଟି ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଛତିଶଗଡ଼ ସରକାର ନୂଆ ନିଷ୍ପତ୍ତି ନେଇଛନ୍ତି । ୨୦୧୧ ମସିହା ପୂର୍ବରୁ ଚାକିରି ପାଇଥିବା ଶିକ୍ଷକଙ୍କ ଚାକିରି ଓ ପଦୋନ୍ନତିରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଲାଗୁ ହେବ ନାହିଁ ବୋଲି ନିଷ୍ପତ୍ତି ହୋଇଛି । ନୂଆ ପଦୋନ୍ନତି ପାଇଁ ଟିଇଟି ଜରୁରୀ ଥିବା କୁହାଯାଇଛି । ଏଭଳି କ୍ଷେତ୍ରରେ ଓଡିଶା ଓ ଅନ୍ୟ ରାଜ୍ୟ କି ନିଷ୍ପତ୍ତି ନେଉଛନ୍ତି ତା ଉପରେ ସମସ୍ତଙ୍କ ନଜର । ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ନିର୍ଦ୍ଦେଶ ଉପରେ ତର୍ଜମା ହେବ । ଶିକ୍ଷକଙ୍କ ସ୍ବାର୍ଥ ଦେଖାଯିବ । ଅନ୍ୟ ରାଜ୍ୟ କି ବିଚାର ବିମର୍ଶ କରୁଛନ୍ତି ତାକୁ ବି ନଜରରେ ରଖାଯିବ ।
୨୦୧୧ ମସିହାରୁ ପ୍ରାଥମିକ ଶିକ୍ଷକଙ୍କ ପାଇଁ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷାକୁ ବାଧ୍ୟତାମୂଳକ କରାଯାଇଛି । ଏବେ ପଦୋନ୍ନତି ଆଶାରେ ଥିବା ୭୫ ହଜାରରୁ ଅଧିକ ଶିକ୍ଷକ ସୁପ୍ରିମକୋର୍ଟଙ୍କ ରାୟକୁ ନେଇ ଚିନ୍ତା ଓ ଦ୍ବନ୍ଦ୍ବରେ ଅଛନ୍ତି । ତେଣୁ ଅପେକ୍ଷା, ରାଜ୍ୟ ସରକାର କି ନିଷ୍ପତ୍ତି ନେବେ ।

More Stories
ଚାଇନା ପରେ ଭାରତ ତିଆରି କରୁଛି ସୂର୍ଯ୍ୟ, ୨୦କୋଟି ଡିଗ୍ରୀର ମହାପ୍ରୟୋଗ, ବିଶ୍ୱରେ ଚହଳ!
WHOରୁ ଇସ୍ତଫା ଦେଲେ ଶେଖ୍ ହାସିନାଙ୍କ ଝିଅ, ଇସ୍ତଫାପତ୍ରରେ ଲେଖିଲେ ଏହି ବଡ଼ କାରଣ…
ୟୁଏଇ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ହେବ…