March 14, 2026

Now Odisha

Now Odisha

ଭାରତ ଗସ୍ତ ପୂର୍ବରୁ ୟୁରୋପୀୟ ଦେଶ ଙ୍କ ଚିନ୍ତା ବଢ଼ାଇଲା ପୁଟିନ ଙ୍କ ବୟାନ

Spread the love

ଇୟୁରୋପିୟ ଦେଶଙ୍କ ଚିନ୍ତା ବଢ଼ାଇଛି ପୁଟିନ ଙ୍କ ଭାରତ ଗସ୍ତ ,ଭାରତ ଗସ୍ତର ଠିକ ପୂର୍ବରୁ ଇୟୁରୋପିୟ ଦେଶଙ୍କ ଉପରେ ବର୍ଷିଲେ ପୁଟିନ ,ଭାରତ ଗସ୍ତ ପୂର୍ବରୁ ରୁଷ ରାଷ୍ଟ୍ରନାୟକ ଙ୍କ ବୟାନ ବଢ଼ାଇଲା ୟୁରୋପର ଫିବର ,ଡିସେମ୍ବର ୪ ତାରିଖ ରେ ଭେଟିବେ ୨ ମହା ରାଷ୍ଟ୍ର ନାୟକ ,ଅନେକ ଗୁରୁତ୍ୱପୂର୍ଣ ଆଲୋଚନା କୁ ନେଇ ହେବ ସାକ୍ଷାତକାର ,ପୁଟିନ ଙ୍କ ଗସ୍ତକୁ ନେଇ ଭାରତ ସରକାର ସଜାଗ ,ଜଳ, ସ୍ଥଳ ଓ ଆକାଶ ବାହିନୀ ରେ ହାଇ ଟାଇଟ ସିକ୍ୟୁରିଟି ,ହେବକି ଭାରତର ଉଦେଶ୍ୟ ପୂର୍ଣ ନା ପାଇବେ ମୋଦି ନିରାଶା l

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆସୁଛନ୍ତି ୨ ଦିନିଆ ଭାରତ ଗସ୍ତରେ , ଯାହାକୁ ନେଇ ବର୍ତମାନ ସାରା ବିଶ୍ୱର ନଜର ରହିଛି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ଭାରତର ପ୍ରଧାନମନ୍ତ୍ରୀ ମୋଦୀ ଙ୍କ ଉପରେ l

କିନ୍ତୁ ଠିକ ଏହି ସମୟ ରେ ପୁଟିନ ଦେଇଛନ୍ତି କିଛି ଏଭଳି ବୟାନ ଯାହା ସାରା ବିଶ୍ୱର ଚିନ୍ତା ବଢ଼ାଇ ଦେଇଛି , ପୁଟିନ କହିଛନ୍ତି ଯେ ରୁଷ , ୟୁରୋପ ଦେଶ ଙ୍କ ସହିତ ଯୁଦ୍ଧ ଚାହୁଁନାହିଁ ଯଦି ୟୁରପିୟ ଦେଶ ଯୁଦ୍ଧ ଚାହୁଁଛନ୍ତି ତେବେ ଆମେ ପ୍ରସ୍ତୁତ ଅଛୁ l

ଆମେରିକା ର ହସ୍ତକ୍ଷେପ ରେ ଯୁକ୍ରେନ ଓ ରୁଷ ଶାନ୍ତି ସ୍ଥାପନା ଆଡକୁ ଅଗ୍ରସର ହେଉଥିବା ସମୟରେ ଭ୍ଲାଦିମିର ପୁଟିନ ଙ୍କ ଏହି ବୟାନ ସାରା ବିଶ୍ୱର ଚିନ୍ତା ବଢ଼ାଇଛି l ପୁଟିନ ଆରୋପ ଲଗାଇଛନ୍ତି ଯେ ୟୁରୋପୀୟ ଦେଶ ରୁଷ ୟୁକ୍ରେନ ଯୁଦ୍ଧ ସମାପ୍ତ ହେଉ ବୋଲି ଚାହୁଁ ନାହାନ୍ତି, ତେଣୁ ନିଜକୁ ଏହି ଶାନ୍ତି ବୁଝାମଣା ରୁ ଦୁରେଇ ରଖିଛନ୍ତି l ଭ୍ଲାଦିମିର ପୁଟିନ ଙ୍କ ଏଭଳି କିଛି ବୟାନ ଇୟୁରୋପିୟ ଦେଶ ଙ୍କ ଚିନ୍ତା ବଢ଼ାଇଛି l

ରୁଷ ରାଷ୍ଟ୍ର ନାୟକ ୨ଦିନିଆ ଭାରତ ଗସ୍ତରେ ଆସୁଛନ୍ତି , ଏବଂ ସେ ୪ ଓ ୫ ଡିସେମ୍ବର ରେ ଭାରତରେ ରହିବେ, ଏହି ସମୟ ରେ ଭାରତ ଓ ରୁଷ ମଧ୍ୟରେ ଅନେକ ମୁଦା କୁ ନେଇ ଆଲୋଚନା ହେବ ଏବଂ ୨୩ ତମ ଭାରତ-ରୁଷ ବାର୍ଷିକ ଶିଖର ସମିଳନୀ ରେ ଯୋଗ ଦେବେ ପୁଟିନ l

ରୁଷ ର ଦ୍ଵିତୀୟ ସବୁଠୁ ବଡ଼ ବ୍ୟାଙ୍କ BTB ର କର୍ଣ୍ଣଫରେନ୍ସ ରେ ରାଷ୍ଟ୍ରପତି ପୁଟିନ କହିଲେ ଯେ ରୁଷ ଓ ଭାରତର ସାକ୍ଷାତକାର ଖୁବ ଗୁରୁତ୍ୱପୂର୍ଣ, ଏହା ଦ୍ୱାରା ରୁଷ ଭାରତ ବାଣିଜ୍ୟିକ ସମ୍ପର୍କ ହେବ ଆହୁରି ମଜବୁତ କହିଛନ୍ତି ଭ୍ଲାଦିମିର ପୁଟିନ l

ପୁଟିନ ଙ୍କ ଭାରତ ଗସ୍ତ ସମୟରେ ଅନେକ ସୈନ୍ୟ ସରଞ୍ଜାମ କୁ ନେଇ ମଧ୍ୟ ସ୍ଵାକ୍ଷର ହେବାକୁ ଯାଉଛି ୨ଦେଶ ମଧ୍ୟରେ l ଯାହା ଉପରେ ରହିଛି ସାରା ବିଶ୍ୱର ନଜର l

error: Content is protected !!