ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ MOU ନେଇ ସୂଚନା ଜାରି
ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ ଶେଷ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ହୋଇଥିବା ଏହି ଆଲୋଚନା ପରେ ଉଭୟ ନେତା ସାମ୍ବାଦିକ ସମ୍ମିଳନୀରେ ମିଳିତ ବିବୃତି ଜାରି କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଆତଙ୍କବାଦଠାରୁ ଆରମ୍ଭ କରି ୟୁକ୍ରେନରେ ଶାନ୍ତି ପ୍ରସଙ୍ଗରେ ଆଲୋଚନା କରିଛନ୍ତି।
ସେପଟେ ପୁଟିନ ରୁଷ ଏବଂ ଭାରତ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ବହୁତ ମଜଭୁତ ବୋଲି କହିଛନ୍ତି।
୨୦୩୦ ପର୍ଯ୍ୟନ୍ତ ଇକୋନ୍ମିକ୍ କୋପରେସନ୍ ପାର୍ଟନର ନେଇ ସହମତି । ଆତଙ୍କବାଦ ବିରୋଧରେ ମିଳିତ ଲଢ଼େଇ ଜାରି ରହିବ ବୋଲି ମୋଦି କହିଛନ୍ତି ।ୟୁକ୍ରେନକୁ ନେଇ ଆମର ଶାନ୍ତି ଉଦ୍ୟମ ପୂର୍ବପରି ଜାରି ରହିବ । କାଲମିକିଆ ବୌଦ୍ଧ ସମ୍ମିଳନୀରେ ଲକ୍ଷାଧିକ ଭକ୍ତ ଆଶୀର୍ବାଦ ନେଇଥିଲେ । ଭଗବାନ ବୁଦ୍ଧଙ୍କ ପବିତ୍ର ଆଶୀର୍ବାଦ ଲାଭ କରିଥିଲେ ଭକ୍ତ ।
ରୁଷିଆ ନାଗରିକଙ୍କ ପାଇଁ ଏକ ମାଗଣା ୩୦ ଦିନିଆ ଇ-ଟୁରିଷ୍ଟ ଭିସା କରିବୁ । ୩୦ ଦିନିଆ ଗ୍ରୁପ୍ ଟୁରିଷ୍ଟ ଭିସା ଆରମ୍ଭ କରିବାକୁ ଯାଉଛୁ । ଯୁରେସିଆନ ଅର୍ଥନୈତିକ ସଂଘ ସହିତ FTA ସମାପ୍ତ ପାଇଁ କାର୍ଯ୍ୟ କରୁଛୁ । ଆମର ବନ୍ଧୁତା ବିଶ୍ୱବ୍ୟାପୀ ଚ୍ୟାଲେଞ୍ଜଗୁଡ଼ିକର ମୁକାବିଲା କରିବାକୁ ଶକ୍ତି ଦେବ । -ଏହି ବିଶ୍ୱାସ ଆମର ସାଧାରଣ ଭବିଷ୍ୟତକୁ ଆହୁରି ସମୃଦ୍ଧ କରିବ ।

More Stories
ହାଟଡିହୀରେ ରୋମିଓଙ୍କ ହାଇଭୋଲଟେଜ୍ ଡ୍ରାମା: ଗିଫ୍ଟ ଫେରାଇ ବ୍ଲକ୍ କରିବାରୁ ଛାତ୍ରୀଙ୍କୁ ପିଟିଲେ ‘ଇନଷ୍ଟା ଆଶିକ୍’
ସାମାନ୍ୟ କଥାରୁ କୁରାଢ଼ି ଚୋଟ: ଗୁରୁତର ବୃଦ୍ଧଙ୍କୁ ଚିକିତ୍ସା କରିବା ସମୟରେ ଛୁଞ୍ଚି-ସୂତା ଅଭାବ, ବାହାରୁ କିଣି ଚିକିତ୍ସା କଲେ ଡାକ୍ତର |
ସମିତିସଭ୍ୟଙ୍କଠାରୁ ସୁନା ଚେନ୍ ଛଡ଼ାଇ କରିଥିଲେ ହତ୍ୟା ଉଦ୍ୟମ |