ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ MOU ନେଇ ସୂଚନା ଜାରି
ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ ଶେଷ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ହୋଇଥିବା ଏହି ଆଲୋଚନା ପରେ ଉଭୟ ନେତା ସାମ୍ବାଦିକ ସମ୍ମିଳନୀରେ ମିଳିତ ବିବୃତି ଜାରି କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଆତଙ୍କବାଦଠାରୁ ଆରମ୍ଭ କରି ୟୁକ୍ରେନରେ ଶାନ୍ତି ପ୍ରସଙ୍ଗରେ ଆଲୋଚନା କରିଛନ୍ତି।
ସେପଟେ ପୁଟିନ ରୁଷ ଏବଂ ଭାରତ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ବହୁତ ମଜଭୁତ ବୋଲି କହିଛନ୍ତି।
୨୦୩୦ ପର୍ଯ୍ୟନ୍ତ ଇକୋନ୍ମିକ୍ କୋପରେସନ୍ ପାର୍ଟନର ନେଇ ସହମତି । ଆତଙ୍କବାଦ ବିରୋଧରେ ମିଳିତ ଲଢ଼େଇ ଜାରି ରହିବ ବୋଲି ମୋଦି କହିଛନ୍ତି ।ୟୁକ୍ରେନକୁ ନେଇ ଆମର ଶାନ୍ତି ଉଦ୍ୟମ ପୂର୍ବପରି ଜାରି ରହିବ । କାଲମିକିଆ ବୌଦ୍ଧ ସମ୍ମିଳନୀରେ ଲକ୍ଷାଧିକ ଭକ୍ତ ଆଶୀର୍ବାଦ ନେଇଥିଲେ । ଭଗବାନ ବୁଦ୍ଧଙ୍କ ପବିତ୍ର ଆଶୀର୍ବାଦ ଲାଭ କରିଥିଲେ ଭକ୍ତ ।
ରୁଷିଆ ନାଗରିକଙ୍କ ପାଇଁ ଏକ ମାଗଣା ୩୦ ଦିନିଆ ଇ-ଟୁରିଷ୍ଟ ଭିସା କରିବୁ । ୩୦ ଦିନିଆ ଗ୍ରୁପ୍ ଟୁରିଷ୍ଟ ଭିସା ଆରମ୍ଭ କରିବାକୁ ଯାଉଛୁ । ଯୁରେସିଆନ ଅର୍ଥନୈତିକ ସଂଘ ସହିତ FTA ସମାପ୍ତ ପାଇଁ କାର୍ଯ୍ୟ କରୁଛୁ । ଆମର ବନ୍ଧୁତା ବିଶ୍ୱବ୍ୟାପୀ ଚ୍ୟାଲେଞ୍ଜଗୁଡ଼ିକର ମୁକାବିଲା କରିବାକୁ ଶକ୍ତି ଦେବ । -ଏହି ବିଶ୍ୱାସ ଆମର ସାଧାରଣ ଭବିଷ୍ୟତକୁ ଆହୁରି ସମୃଦ୍ଧ କରିବ ।

More Stories
ଦିଲ୍ଲୀର ୫ ଷ୍ଟାର ହୋଟେଲରେ ଫୁଡ୍ ପଏଜନିଂର ସନ୍ଦେହ , ମହିଳାଙ୍କ ଅଭିଯୋଗରେ ଏଫଆଇଆର |
ବଲିଉଡ ଫିଲ୍ମ ଧୁରନ୍ଧରରେ ନଜର ଆସିଥିବା ନଦୀମ ଖାନଙ୍କୁ ଗିରଫ |
ବେଦାନ୍ତ କଳିଙ୍ଗ ଲାନ୍ସର୍ସ ଚମ୍ପିୟନ, ରୋମାଞ୍ଚକର ଫାଇନାଲରେ |