January 26, 2026

Now Odisha

Now Odisha

ପୋଖରୀରେ ବିଷ, ପାଣିରେ ଭାସୁଛି କ୍ବିଣ୍ଟାଲ କ୍ବିଣ୍ଟାଲ ମାଛ |

Spread the love

ବିନିକା : ପୋଖରୀରେ ବିଷ । ପାଣିରେ ଭାସୁଛି କ୍ବିଣ୍ଟାଲ କ୍ବିଣ୍ଟାଲ ମାଛ। ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍ ସିଂହିଯୁବା ପଞ୍ଚାୟତ ଖଇରମାଲ ଗାଁର କିଛି ଯୁବକ ଅନ୍ନପୂର୍ଣ୍ଣା ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଠାରୁ ୪ ଲକ୍ଷ ୨୦ ହଜାର ଟଙ୍କା ଦେଇ ଠିକାରେ ମାଛ ଚାଷ କରିବା ପାଇଁ ପୋଖରୀ ଆଣିଥିଲେ । ପୋଖରୀରେ ୪ଲକ୍ଷ ୮୦ ହଜାର ଯାଆଁଳ ଛାଡିଥିଲେ ।

ମାତ୍ର କେହି ପୋଖରୀରେ ବିଷ ପ୍ରୟୋଗ କରିବାରୁ ମାଛ ସବୁ ମରି ପାଣିରେ ଭାସୁଛି । ଯୁବକମାନେ ବିନିକା ଥାନାରେ ଅଭିଯୋଗ କରିବା ପରେ ବିନିକା ପୋଲିସ ତଦନ୍ତ ଆରମ୍ଭ କରିଛି ।

error: Content is protected !!