ବିନିକା : ପୋଖରୀରେ ବିଷ । ପାଣିରେ ଭାସୁଛି କ୍ବିଣ୍ଟାଲ କ୍ବିଣ୍ଟାଲ ମାଛ। ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍ ସିଂହିଯୁବା ପଞ୍ଚାୟତ ଖଇରମାଲ ଗାଁର କିଛି ଯୁବକ ଅନ୍ନପୂର୍ଣ୍ଣା ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଠାରୁ ୪ ଲକ୍ଷ ୨୦ ହଜାର ଟଙ୍କା ଦେଇ ଠିକାରେ ମାଛ ଚାଷ କରିବା ପାଇଁ ପୋଖରୀ ଆଣିଥିଲେ । ପୋଖରୀରେ ୪ଲକ୍ଷ ୮୦ ହଜାର ଯାଆଁଳ ଛାଡିଥିଲେ ।
ମାତ୍ର କେହି ପୋଖରୀରେ ବିଷ ପ୍ରୟୋଗ କରିବାରୁ ମାଛ ସବୁ ମରି ପାଣିରେ ଭାସୁଛି । ଯୁବକମାନେ ବିନିକା ଥାନାରେ ଅଭିଯୋଗ କରିବା ପରେ ବିନିକା ପୋଲିସ ତଦନ୍ତ ଆରମ୍ଭ କରିଛି ।

More Stories
ହାଟଡିହୀରେ ରୋମିଓଙ୍କ ହାଇଭୋଲଟେଜ୍ ଡ୍ରାମା: ଗିଫ୍ଟ ଫେରାଇ ବ୍ଲକ୍ କରିବାରୁ ଛାତ୍ରୀଙ୍କୁ ପିଟିଲେ ‘ଇନଷ୍ଟା ଆଶିକ୍’
ସାମାନ୍ୟ କଥାରୁ କୁରାଢ଼ି ଚୋଟ: ଗୁରୁତର ବୃଦ୍ଧଙ୍କୁ ଚିକିତ୍ସା କରିବା ସମୟରେ ଛୁଞ୍ଚି-ସୂତା ଅଭାବ, ବାହାରୁ କିଣି ଚିକିତ୍ସା କଲେ ଡାକ୍ତର |
ସମିତିସଭ୍ୟଙ୍କଠାରୁ ସୁନା ଚେନ୍ ଛଡ଼ାଇ କରିଥିଲେ ହତ୍ୟା ଉଦ୍ୟମ |