ଭୁବନେଶ୍ୱର ଏୟାରପୋର୍ଟରେ ଯାତ୍ରୀ ହନ୍ତସନ୍ତ।ଆଗୁଆ କୌଣସି ସୂଚନା ନଥିବାରୁ ଯାତ୍ରୀ ଅସନ୍ତୋଷ।ବିମାନବନ୍ଦରକୁ ଆସି ଫେରୁଛନ୍ତି ଯାତ୍ରୀ। କର୍ତ୍ତୃପକ୍ଷ ଟିକେଟ୍ କ୍ୟାନସଲ କି ଟଙ୍କା ଫେରସ୍ତ କରୁନଥିବା ଅଭିଯୋଗ। ଇଣ୍ଡିଗୋ ଏୟାର ଲାଇନ୍ସର ସେବାରେ ଏଭଳି ଗୁରୁତର ତୃଟିକୁ ନେଇ ଯାତ୍ରୀ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଛି।
ଡିଜିସିଏର ଫ୍ଲାଇଟ୍ ଡ୍ୟୁଟି ଟାଇମ୍ ଲିମିଟେସନକୁ ନେଇ ନୂଆ ଗାଇଡଲାଇନ୍କୁ ଅନୁସରଣ କରିନପାରିବା ଓ ଅନ୍ୟ କିଛି କାରଣ ପାଇଁ ଆଂଶିକ ଭାବେ ଠପ୍ ହୋଇଯାଇଛି କମ୍ପାନୀର ବିମାନ ସେବା।
ଏପଟେ ଆଜିକୁ ୪ ଦିନ ଧରି ଦୈନିକ ଶହ ଶହ ସଂଖ୍ୟାର ବିମାନ ବାତିଲ ପରେ ଏୟାରପୋର୍ଟଗୁଡ଼ିକରେ ସୃଷ୍ଟି ହୋଇଛି ଅଭାବନୀୟ ସ୍ଥିତି। ବିମାନ ଯାତ୍ରୀମାନେ ଘରୁ ବାହାରିବା ଆକରୁ, ନିଜ ବିମାନର ସିଡ୍ୟୁଲ ଦେଖି, ଘରୁ ବାହାରିବାକୁ ନିବେଦନ କରିଛନ୍ତି ଭୁବନେଶ୍ବର ବିମାନବନ୍ଦର ନିର୍ଦ୍ଦେଶକ।
ଲଗାତର ଚତୁର୍ଥ ଦିନରେ ଧୋକ୍କା ଦେଲା ଇଣ୍ଡିଗୋ।ଇଣ୍ଡିଗୋ ଏୟାର ଲାଇନ୍ସ ଉପରେ ଯାତ୍ରୀ ଖପ୍ପା।ଗତକାଲି ୫୦୦ରୁ ଅଧିକ ବିମାନ ବାତିଲ ସୂଚନା।ବହୁ ବିମାନ ବିଳମ୍ବ, ଅନେକ ବିମାନ ବାରମ୍ବାର ରିସିଡ୍ୟୁଲ।ଦେଶର ବିଭିନ୍ନ ବିମାନ ବନ୍ଦରରେ ଫସି ରହିଛନ୍ତି ଯାତ୍ରୀ।ଭୁବନେଶ୍ବର ବିମାନବନ୍ଦରରେ ବି ଫସି ରହିଛନ୍ତି ଯାତ୍ରୀ।

More Stories
ହାଟଡିହୀରେ ରୋମିଓଙ୍କ ହାଇଭୋଲଟେଜ୍ ଡ୍ରାମା: ଗିଫ୍ଟ ଫେରାଇ ବ୍ଲକ୍ କରିବାରୁ ଛାତ୍ରୀଙ୍କୁ ପିଟିଲେ ‘ଇନଷ୍ଟା ଆଶିକ୍’
ସାମାନ୍ୟ କଥାରୁ କୁରାଢ଼ି ଚୋଟ: ଗୁରୁତର ବୃଦ୍ଧଙ୍କୁ ଚିକିତ୍ସା କରିବା ସମୟରେ ଛୁଞ୍ଚି-ସୂତା ଅଭାବ, ବାହାରୁ କିଣି ଚିକିତ୍ସା କଲେ ଡାକ୍ତର |
ସମିତିସଭ୍ୟଙ୍କଠାରୁ ସୁନା ଚେନ୍ ଛଡ଼ାଇ କରିଥିଲେ ହତ୍ୟା ଉଦ୍ୟମ |