ଭାରତ କରୁଛି ବଡ଼ ଯୁଦ୍ଧ ପ୍ଲାନ । ଇସ୍ରାଏଲ୍ଠାରୁ କିଣୁଛି ୪୦ ହଜାର ହାଲୁକା ମେଶିନ୍ ଗନ୍ । ଇସ୍ରାଏଲ୍ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍ ଗନ୍ (ଏଲ୍ଏମ୍ଜି) ଯୋଗାଇବାକୁ ଯାଉଛି । ଆସନ୍ତାବର୍ଷ ଆରମ୍ଭରୁ ଏହି ବନ୍ଧୁକ ଯୋଗାଇବ ଇସ୍ରାଏଲ । ପାଖାପାଖି ୧,୭୦,୦୦୦ ଅତ୍ୟାଧୁନିକ କାର୍ବାଇନ୍ ଯୋଗାଣ ପାଇଁ ମଧ୍ୟ ଚୁକ୍ତି ଚୂଡ଼ାନ୍ତ ପର୍ଯ୍ୟାୟରେ ରହିଛି।
ଭାରତକୁ ପିସ୍ତଲ, ରାଇଫଲ ଏବଂ ମେଶିନ୍ ଗନ୍ ଆଦି ଯୋଗାଇବା ପାଇଁ ଇସ୍ରାଏଲ୍ ଓ୍ବିପନ୍ ଇଣ୍ଡିଷ୍ଟ୍ରିଜ୍ ଭାରତର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସମେତ ବିଭିନ୍ନ ସଂସ୍ଥା ସହ ଏକାଠି କାର୍ଯ୍ୟ କରୁଥିବା ଏହାର ସିଇଓ କହିଛନ୍ତି। ଗତବର୍ଷ ହୋଇଥିବା ଚୁକ୍ତି ଅନୁଯାୟୀ ଆମେ ପ୍ରଥମେ ୪୦ ହଜାର ଏଲ୍ଏମ୍ଜି ଯୋଗାଇବାକୁ ଯାଉଛୁ ବୋଲି ସେ ସୂଚନା ଦେଇଛନ୍ତି।
ଭାରତର ଏଭଳି ପଦକ୍ଷେପକୁ ଦେଖି, ବିଭିନ୍ନ ମହଲରେ ଚର୍ଚ୍ଚା ହେଲାଣି, ଭାରତ କରିବାକୁ ଯାଉଛି ବଡ଼ ଆକ୍ରମଣ । କାରଣ ଇସ୍ରାଏଲ ଠାରୁ ପୁଳା ପୁଳା ଯୁଦ୍ଧାସ୍ତ୍ର ମଗାଇଲାଣି ଭାରତ। ଯେମିତି ରାତି ପାହିଲେ ଆରମ୍ଭ ହେବ ଯୁଧ। ଏଥିରୁ ଜଣାପଡ଼ୁଛି କିଛି ବଡ଼ କରିବାକୁ ଯାଉଛି ଭାରତ। ପୁରା ବିଶ୍ବ ଦେଖିବ ଭାରତର ତାଣ୍ଡବ ଲୀଳା।
ହଁ ଆଜ୍ଞା, ୨୩ତମ ଭାରତ-ରୁଷିଆ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗଦେଇଥିଲେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ମୋଦି ଏବଂ ପୁଟିନଙ୍କ ମଧ୍ୟରେ ଏହି ସାକ୍ଷାତ ଦୁନିଆର ସବୁଠାରୁ ବଡ଼ ସାକ୍ଷାତକାର ମଧ୍ୟରେ ଗଣାଯାଉଛି । ପୁରା ବିଶ୍ବ ଏହି ସାକ୍ଷାତକାର ଉପରେ ନଜର ରଖିଥିଲା । ଯେଉଁଥିପାଇଁ ଚୁପ ରହିଥିଲା ଭାରତ। ଆଉ ଭାରତରୁ ପୁଟିନ ଯାଉ ଯାଉ ଭାରତ ପୁଣି ଆରମ୍ଭ କରିପାରେ ଆକ୍ରମଣ ପ୍ଲାନ୍ । କୁହାଯାଉଛି ପାକିସ୍ତାନ ବିରୁଦ୍ଧରେ ବଡ଼ ଆକ୍ସନ ନେବାକୁ ଯାଉଛି ଭାରତ ।
ଏମିତି ଆଶଙ୍କା ଏଥିପାଇଁ ସୃଷ୍ଟି ହୋଇଛି କାରଣ ଭାରତକୁ ପୁଟିନ ଆସିବା ପୂର୍ବରୁ ଭାରତ ଏବଂ ଇସ୍ରାଏଲ ମଧ୍ୟରେ ବଡ଼ ଏବଂ ଅଜବ ସାମରିକ ଡିଲ ହୋଇଥିଲା । ଏମିତି ଡିଲ ଯାହା ଆଗରୁ କେବେ ହୋଇନଥିଲା। ଅନ୍ୟପଟେ କିଛି ଦିନ ପୂର୍ବରୁ ରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କର ଏକ ବୟାନ ଆସିଥିଲା, ଯେଉଁଥିରେ ସେ କହିଥିଲେ, ଆମ ସମସ୍ତଙ୍କୁ ଆସୁଥିବା ଭବିଷ୍ୟତ ପାଇଁ ମାନସିକ ରୂପରେ ପ୍ରସ୍ତୁତ ହୋଇ ରହିବାକୁ ପଡ଼ିବ। ଏହି ବୟାନ ପରେ ଋଷ ତରଫରୁ ମଧ୍ୟ ବୟାନ ଆସିଥିଲା। ଯେଉଁଥିରେ ଦିଲ୍ଲୀ ବିସ୍ଫୋଣକୁ ବହୁତ ନିନ୍ଦା କରାଯାଇଥିଲା।
ଭାରତ କରିବାକୁ ଯାଉଥିବା ଆକ୍ରମଣ ପାଇଁ ଇସ୍ରାଏଲ ସହ ସମ୍ପର୍କ କରିଛି ଭାରତ। ଭାରତ ଇଜ୍ରାଏଲ ସହ ଏକ ଡିଲ କରିଛି ଆଉ କହିଛି କି ଆମକୁ ଏବେ ଏମୋର୍ଜେନ୍ସି ରେ ଯୁଧାସ୍ତ୍ର ଦରକାର। ସେହି ଯୁଧାସ୍ତ୍ର ଦରକାର ଯାହା ଅପରେସନ ସିନ୍ଦୁରରେ ପାକିସ୍ତାନ ଭିତରେ ପ୍ରବେଶ କରି ଆକ୍ରମଣ କରିଥିଲା।
ଆପାତକାଳିନ ପ୍ରାବଧାନ ମୁତାବିକ ଇସ୍ରାଏଲର ହେରୋନ ଡ୍ରୋନ୍ କିଣିବାକୁ ଅନୁମତି ଦେଇ ଦେଇଛି ଭାରତ। ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ଏହି ଡ୍ରୋନ୍କୁ ଭାରତ ଆପାତକାଳୀନ ପ୍ରାବଧାନ ଅନୁଯାୟୀ କିଣୁଛି। ଯାହା ଯୁଦ୍ଧ ସ୍ଥିତିରେ କରାଯାଇଥାଏ। ଏହାର ମାନେ ହେଉଛି ଭାରତକୁ ଏହି ଡ୍ରୋନ୍ ସଙ୍ଗେ ସଙ୍ଗେ ଦରକାର। ହେରୋନ ଡ୍ରୋନ ତିଆରି କରିଥିବା ଏରୋସ୍ପେଶ ଇଣ୍ଡଷ୍ଟ୍ରିର ଜଣେ ଅଧିକାରୀ କହିଛନ୍ତି ଇଜ୍ରାଏଲର ଏହି ଏମ୍କେ ୨ ଡ୍ରୋନ ଭାରତର ସ୍ଥଳ ସେନା ଏବଂ ବାୟୁସେନା ବ୍ୟବହାର କରୁଛି। କିନ୍ତୁ ଏହି ହେରୋନ ଡ୍ରୋନ ଏବେ ଭାରତୀୟ ନୌସେନାରେ ପ୍ରଥମ ଥର ପାଇଁ ସାମିଲ ହେବାକୁ ଯାଉଛି।
ହେରୋନ ଏମ୍କେ ୨ ଡ୍ରୋନ୍ ୪୫ ଘଣ୍ଟା ଧରି ଉଡ଼ିପାରିବ। ବିନା ରିଫ୍ୟୁଲିଂରେ ହଜାର ହଜାର କିଲୋମିଟର ପର୍ଯ୍ୟନ୍ତ ଉଡ଼ିପାରିବ। ଆଉ ଏହି ଡ୍ରୋନ୍ ଅନେକ ପରିମାଣରେ ଆଣୁଛି ଭାରତ। ସବୁଠାରୁ ବଡ଼ କଥା ହେଉଛି ଭାରତ ଋଷ ଠାରୁ ଏସ୍ ୪୦୦ ଏଆର ଡିଫେନ୍ସ ସିଷ୍ଟମର ୪୦୦, ୨୦୦, ୧୫୦ ଏବଂ ୪୦ କିଲୋମିଟର ରେଞ୍ଜର ସରଫେସ ଟୁ ଏୟାର ମିଶାଇଲର ନୂଆ ଷ୍ଟକ ମଗାଇଛି। ଭାରତ ଚାରିପଟେ ରହିବ ଏହି ଅସ୍ତ୍ର ଯାହା ଭାରତର ସୁରକ୍ଷା କବଚ ତିଆରି କରିବ। ଭାରତର ଏମିତି ପ୍ରସ୍ତୁତି ଦେଖି ଲାଗୁଛି ଭାରତ କିଛି ବଡ଼ କରିବାକୁ ଯାଉଛି।
ତେବେ ଅନେକ ପ୍ରମାଣ ମିଳିଛି ଯାହା ପ୍ରମାଣ କରୁଛି କି ଦିଳ୍ଲୀରେ ହୋଇଥିବା ବିସ୍ଫୋରଣ ପଛରେ ପାକିସ୍ତାନର ହାତ ଥିଲା। ସେଥିପାଇଁ ଆଶଙ୍କା କରାଯାଉଛି କି ଭାରତ ପାକିସ୍ତାନ ଉପରେ ନେବ ବଡ଼ ଆକ୍ସନ। ପାକିସ୍ତାନ ଭିତରେ ପଶି ଭାରତ ପୁଣିଥରେ କରିବ ଆକ୍ରମଣ। ଏହି ଆକ୍ରମଣ ଅପରେସନ ସିନ୍ଦୁର ଠାରୁ ବି ଆହୁରି ଭୟଙ୍କର ହେବ ବୋଲି ଅନୁମାନ କରାଯାଉଛି।

More Stories
ବନତାରା’ରେ ବୁଲିଲେ ମେସି, କହିଲେ ଏହା ସ୍ମୃତି ହୋଇ ରହିବ |
ଦୁର୍ଘଟଣାର ଦଶ ମିନିଟ୍ ମଧ୍ୟରେ ଆମ୍ବୁଲାନ୍ସ ଉପଲବ୍ଧ ହେବା ଉଚିତ |
ମୋକିମ ବହିଷ୍କାର ବିବାଦ, କଥାହେଲେ କେନ୍ଦ୍ରୀୟ ନେତା