ନୂଆଦିଲ୍ଲୀ,୭।୧୨: ଅଷ୍ଟମ ବେତନ କମିଶନକୁ ନେଇ ଆସିଲା ନୂଆ ଅପଡେଟ୍ ।ସରକାରୀ କର୍ମଚାରୀ ଏବଂ ପେନସନ୍ଭୋଗୀଙ୍କୁ ସରକାରଙ୍କ ତରଫରୁ ମିଳିଲା ନୂଆବର୍ଷର ବଡ ଉପହାର। ଗତ ନଭେମ୍ବର ୩ ତାରିଖରେ ଏହି ସୂଚନା ଜାରି କରିଥିଲେ କେନ୍ଦ୍ର ସରକାର | ଏଥିସହିତ ଅଷ୍ଟମ ବେତନ କମିଶନ ଗଠନ କରିବାକୁ ଘୋଷଣା କରିସାରିଛନ୍ତି । ସରକାରୀ ସୂଚନା ଅନୁସାରେ, ଅଷ୍ଟମ ବେତନ ଆୟୋଗର ଅଧ୍ୟକ୍ଷ ଭାବେ ନ୍ୟାୟମୂର୍ତ୍ତି ରଞ୍ଜନା ଦେଶାଇଙ୍କୁ ନିଯୁକ୍ତି କରାଯାଇଛି।
ତାଙ୍କ ସହିତ ପ୍ରଫେସର ପୁଲକ ଘୋଷ ସଦସ୍ୟ ଭାବେ ଏବଂ ପଙ୍କଜ ଜୈନଙ୍କୁ ସଦସ୍ୟ ସଚିବ ଭାବେ ନିଯୁକ୍ତି କରାଯାଇଛି । ୧୮ ମାସ ଭିତରେ ସରକାରଙ୍କୁ ଚୂଡାନ୍ତ ରିପୋର୍ଟ ଦେବ ଏହି କମିଟି ।
ଏହି ବେତନ କମିଶନ ଲାଗୁ ହେଲେ କେନ୍ଦ୍ରର ସମସ୍ତ କର୍ମଚାରୀଙ୍କୁ ଏହାର ଲାଭ ମିଳିବ । ଯେପରିକି ଉଦ୍ୟୋଗ କ୍ଷେତ୍ରରେ ଥିବା କେନ୍ଦ୍ରୀୟ କର୍ମଚାରୀ, ଭାରତୀୟ ସେନାରେ ଥିବା କର୍ମଚାରୀ, ସଶନ୍ତ୍ର ବଳ, କେନ୍ଦ୍ର ଶାସିତ ଅଞ୍ଚଳରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ଏହାର ଫାଇଦା ମିଳିବ । ଅଷ୍ଟମ ବେତନ କମିଶନ କାର୍ଯ୍ୟ ଆରମ୍ଭ କରିସାରିଥିବା ବେଳେ ମେ ୨୦୨୭ ସୁଦ୍ଧା ରିପୋର୍ଟ ଦାଖଲ କରିବା ନେଇ ସୂଚନା ରହିଛି । ଆଉ ଏହା ପରେ କେନ୍ଦ୍ରୀୟ କର୍ମଚାରୀଙ୍କ ଦରମା ଏବଂ ପେନସନ୍ଭୋଗୀଙ୍କ ଭତ୍ତା ବୃଦ୍ଧି ପାଇବ ।
ଅଷ୍ଟମ ବେତନ କମିଶନ ଲାଗୁ ହେଲେ ୫୦ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ୬୫ ଲକ୍ଷ ପେନସନଭୋଗୀ ଉପକୃତ ହେବେ । ଦରମା ବଢିବା ସହିତ ପେନସନ୍ ରାଶି ମଧ୍ୟ ବୃଦ୍ଧି ପାଇବ । ଯାହାକୁ କି ଅପେକ୍ଷା କରି ରହିଛନ୍ତି ଲକ୍ଷ ଲକ୍ଷ କର୍ମଚାରୀ । ଯଦି ଫିଟମେଣ୍ଟ ଫ୍ୟାକ୍ଟର ୨.୮୬କୁ ବୃଦ୍ଧି ପାଏ ତେବେ ଯାଇ କର୍ମଚାରୀଙ୍କ ଦରମା ଯାହାକି ଅତି କମ୍ରେ ୧୮ ହଜାର ଟଙ୍କା ଥିଲା ତାହା ୫୧,୪୮୦ ଟଙ୍କା ହେବ । ସେହିଭଳି ପେନସନ୍ ଟଙ୍କା ଅତି କମ୍ ୯ ହଜାର ଟଙ୍କାରୁ ବଢି ୨୫,୭୪୦ ଟଙ୍କା ହେବ ।
ସେହି ହିସାବରେ ଯଦି ଆମେ ଦେଖିବା ଜଣେ ପିଅନ କିମ୍ବା ଆଟେଣ୍ଡାଣ୍ଟ ପୋଷ୍ଟରେ ଥିବା କର୍ମଚାରୀଙ୍କ ଅତି କମ୍ ଦରମା ୫୧,୪୮୦ ଟଙ୍କା ହେବ । ସେହିଭଳି ଜଣେ ଲୋୟର ଡିଭିଜନ୍ କ୍ଲର୍କଙ୍କ ଦରମା ୧୯,୯୦୦ ଟଙ୍କାରୁ ବଢି ୫୬,୯୧୪ ଟଙ୍କା ହେବ । ସେହିଭଳି ଫିଟମେଣ୍ଟ ଫ୍ୟାକ୍ଟର ୨.୮୬କୁ ବଢିଲେ ଜଣେ କନଷ୍ଟେବଲଙ୍କ ଦରମା ୨୧,୭୦୦ ଟଙ୍କାରୁ ବୃଦ୍ଧି ପାଇ ୬୨,୦୬୨ ଟଙ୍କା ହୋଇଯିବ । ସେହିଭଳି ଜୁନିୟର କ୍ଲର୍କଙ୍କ ଦରମା ୨୫,୫୦୦ ରୁ ୭୨,୯୩୦ ଟଙ୍କା ହୋଇଯିବ । ଆଉ ଟେକନିକାଲ ଷ୍ଟାଫଙ୍କ ଦରମା ୨୯,୨୦୦ରୁ ୮୩,୫୧୨ ଟଙ୍କା ହୋଇଯିବ । ଏହା ହେଲେ ସରକାରଙ୍କ ମୋଟ ଖର୍ଚ୍ଚ ୯ ଲକ୍ଷ କୋଟି ଟଙ୍କା ପାର୍ କରିପାରେ ।

More Stories
ଚାଇନା ପରେ ଭାରତ ତିଆରି କରୁଛି ସୂର୍ଯ୍ୟ, ୨୦କୋଟି ଡିଗ୍ରୀର ମହାପ୍ରୟୋଗ, ବିଶ୍ୱରେ ଚହଳ!
WHOରୁ ଇସ୍ତଫା ଦେଲେ ଶେଖ୍ ହାସିନାଙ୍କ ଝିଅ, ଇସ୍ତଫାପତ୍ରରେ ଲେଖିଲେ ଏହି ବଡ଼ କାରଣ…
ୟୁଏଇ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ହେବ…