ଭୁବନେଶ୍ୱର, ୧୦/୧୨ : ସୁନ୍ଦରଗଡ଼ ଜିଲ୍ଲାରେ ପୁଣି ଜଣେ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ । ରାଜଗାଙ୍ଗପୁର ଲାଞ୍ଜିବେର୍ଣ୍ଣା ଅଞ୍ଚଳର ଛାତ୍ରୀ ମୃତ୍ୟୁ ଘଟଣା ଲୋକଙ୍କ ମନରୁ ଯାଇନଥିବା ବେଳେ ପୁଣି ଏକ ଲଜ୍ଜାଜନକ ଘଟଣା ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି । ଜଣେ ୫ବର୍ଷୀୟା ଶିଶୁକୁ ଦୁଷ୍କର୍ମ ଉଦ୍ୟମ ନେଇ ଅଭିଯୋଗ ହୋଇଛି । ଏହି ମାମଲାରେ ପୁଲିସ ମାମଲା ରୁଜୁ କରି ୪୫ ବର୍ଷୀୟ ଅଭିଯୁକ୍ତକୁ ଗିରଫ କରିଛି ।
ଝିଅଟି ସ୍କୁଲରୁ ଘରକୁ ଫେରିବା ସମୟରେ ସେହି ଗାଁର ଜଣେ ଯୁବକ ବିଭିନ୍ନ ପ୍ରଲୋଭନ ଦେଖାଇ ରାସ୍ତାରୁ ନିକଟସ୍ଥ ଏକ ବୁଦା ଭିତରକୁ ନେଇ ଦୁଷ୍କର୍ମ କରିବାକୁ ପ୍ରୟାସ କରିଥିଲା । ତେବେ କୁନି ଝିଅଟିର କାନ୍ଦବୋବାଳି ଶୁଣି ସ୍ଥାନୀୟ ବାସିନ୍ଦା ସେଠାରେ ପହଞ୍ଚି ଯିବାରୁ ଅଭିଯୁକ୍ତ ଜଣକ ସେଠାରୁ ଦୌଡ଼ି ପଳାଇଥିଲା । ଏହାପରେ ଝିଅଟିକୁ ଧରି ତାଙ୍କ ମା ଓ ସମ୍ପର୍କୀୟ ମାନେ ସ୍ଥାନୀୟ ମେଡିକାଲକୁ ଚିକିତ୍ସା ପାଇଁ ନେଇଥିଲେ । ଏହି ଘଟଣାରେ ପୁଲିସ ତଦନ୍ତ ଚଳାଇଛି ।

More Stories
ଏକ୍ସପ୍ରେସ୍ କ୍ରେଡିଟ୍ ଲୋନ୍ ନାଁରେ ୬.୮୮ କୋଟି ଠକେଇ: ଏସ୍ବିଆଇର ୩ ମହିଳା ଅଧିକାରୀ ଗିରଫ
ସ୍ତ୍ରୀର ମୃତଦେହ ଚିହ୍ନଟ ପାଇଁ ସ୍ୱାମୀକୁ ପିଟିପିଟି ଗୁରୁତର କଲା ପୁଲିସ!
ଆଜମ ଖାନଙ୍କ ସମସ୍ୟା ବଢ଼ିଲା: ଦୁଇଟି ପାନ କାର୍ଡ ମାମଲାରେ ଜେଲ୍ ଦଣ୍ଡ ୧୦ ବର୍ଷକୁ ବୃଦ୍ଧି |