ଜନ୍ମ ଏବଂ ମୃତ୍ୟୁ ହେଉଛି ଇଶ୍ୱର ନିର୍ଦ୍ଧାରିତ। ଆପଣ ଯେତେ ଚେଷ୍ଟା କରନ୍ତୁ ନା କାହିଁକି ସମୟ ପୂର୍ବରୁ ନିଜ ଜୀବନ ହାରିପାରିବେନି । କାରଣ ଏହା ମଣିଷର ଇଚ୍ଛାଧୀନ ନୁହେଁ। ଏଭଳି ଏକ ଅଲୌକିକ ତଥା ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶରେ । ଟ୍ରେନ୍ ଆଗରେ ଆତ୍ମହତ୍ୟା କରିବାକୁ ଆସିଥିବା ମହିଳା ଏବଂ ତାଙ୍କ ପିଲା ନା କେବଳ ସୁରକ୍ଷିତ ଅଛନ୍ତି ବରଂ ଶରୀରରେ ଟିକେ ମଧ୍ୟ ଆଘାତ ଲାଗିନାର୍ହି ।
ଯାହା ସମସ୍ତଙ୍କୁ କରିଛି ଆଶ୍ଚର୍ଯ୍ୟ ।
ସୂଚନା ଅନୁସାରେ, ଶନିବାର ପ୍ରାୟ ସକାଳେ ଗୋରଖପୁରରୁ ମୁମ୍ବାଇ ଯାଉଥିବା କାଶୀ ଏକ୍ସପ୍ରେସ ବୁରହାନପୁର ଷ୍ଟେସନରେ ଅଟକିଥିଲା। ସେଥିରୁ ଜଣେ ମହିଳା ନିଜର ଛୋଟ ପିଲା ସହ ବାହାରିଥିଲେ । ଏବଂ ଚାହୁଁ ଚାହୁଁ ଅନ୍ଯ ଏକ ଟ୍ରାକରେ ୧୦୦ କିଲୋମିଟର ବେଗରେ ଆସୁଥିବା ପୁଷ୍ପକ ଏକ୍ସେପ୍ରେସ୍ ସାମ୍ନାରେ ଶୋଇପଡିଥିଲେ । ଆଉ କିଛି କ୍ଷଣ ମଧ୍ୟରେ ଉଭୟଙ୍କ ଉପରେ ଚାଲିଗଲା ଟ୍ରେନ୍ । କିନ୍ତୁ ଜାଣି ଆଶ୍ଚଯ୍ଯ ହେବେ ଉଭୟ ମା’ ଏବଂ ପୁଅ ସୁରକ୍ଷିତ ଥିଲେ । ଏବଂ ଉଭୟଙ୍କ ଶରୀରରେ ଟିକେ ମଧ୍ୟ ଆଘାତ ଲାଗିନଥିଲା ।
ତେବେ ଘଟଣା ସମ୍ପର୍କରେ ପୋଲିସକୁ ସୂଚନା ଦିଆଯାଇଥିଲା। ମହିଳା ଜଣଙ୍କ ହେଉଛନ୍ତି ଆହ୍ଲାବାଦର ତବସୁମ । ତାଙ୍କ ସ୍ୱାମୀଙ୍କ ନାମ ମୋହମ୍ମଦ ସାଜିଦ । ବିବାହ ପରେ ତାଙ୍କ ସ୍ୱାମୀ ତାଙ୍କୁ ଶାରୀରିକ ଏବଂ ମାନସିକ ସ୍ତରରେ ନିର୍ୟ୍ୟାତନା ଦେଉଥିଲେ। ପରେ ତାଙ୍କୁ ଛାଡ଼ପତ୍ର ଦେଇଥିଲେ । ସେବେଠାରୁ ସେ ଚିନ୍ତାରେ ରହୁଥିଲେ ଏବଂ ଆତ୍ମହତ୍ଯା କରିବାକୂ ଚାହୁଁଥିଲେ । ବର୍ତ୍ତମାନ ତାଙ୍କୁ ସଖୀ ସେଣ୍ଟରରେ ରଖାଯାଇ ତାଙ୍କ ପରିବାର ଲୋକଙ୍କ ସହିତ ଯୋଗାଯୋଗ କରାଯାଉଛି ବୋଲି ପୋଲିସ କହିଛି।

More Stories
ଏକ୍ସପ୍ରେସ୍ କ୍ରେଡିଟ୍ ଲୋନ୍ ନାଁରେ ୬.୮୮ କୋଟି ଠକେଇ: ଏସ୍ବିଆଇର ୩ ମହିଳା ଅଧିକାରୀ ଗିରଫ
ସ୍ତ୍ରୀର ମୃତଦେହ ଚିହ୍ନଟ ପାଇଁ ସ୍ୱାମୀକୁ ପିଟିପିଟି ଗୁରୁତର କଲା ପୁଲିସ!
ଆଜମ ଖାନଙ୍କ ସମସ୍ୟା ବଢ଼ିଲା: ଦୁଇଟି ପାନ କାର୍ଡ ମାମଲାରେ ଜେଲ୍ ଦଣ୍ଡ ୧୦ ବର୍ଷକୁ ବୃଦ୍ଧି |