March 14, 2026

Now Odisha

Now Odisha

ଭୟରେ ଗାଁ ଛାଡ଼ୁଥିଲେ ଲୋକେ: ଶେଷରେ ମିଳିଲା କଟାମୁଣ୍ଡ

Spread the love

 ଶେଷରେ ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ। କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ। ୪ ତାରିଖରେ ମୁଣ୍ଡବିହୀନ ମୃତଦେହ ଉଦ୍ଧାର ପରେ ଆଜି ମିଳିଲା କଟାମୁଣ୍ଡ। ମୃତଦେହ ଠାରୁ ପ୍ରାୟ ୪୦ କିମି ଦୂରରେ ମିଳିଲା ମହିଳାଙ୍କ କଟାମୁଣ୍ଡ। ଗ୍ରାମବାସୀ ପୋଲିସକୁ ଖବର ଦେବା ପରେ କଟାମୁଣ୍ଡ ଉଦ୍ଧାର କରାଯାଇଛି।

କଟାମୁଣ୍ଡ ମିଳୁ ନଥିବାରୁ ଏମ୍ଭି-୨୬ ଓ ରାଖେଲଗୁଡ଼ା ମଧ୍ୟରେ ବିବାଦ ଦେଖା ଦେଇଥିଲା।

ଅନ୍ୟପକ୍ଷେ ଲକାନଗିରିରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି ହୋଇଛି। ଗୁରୁବାର ୧୨ଟା ଯାଏଁ ଇଣ୍ଟରନେଟ୍‌ କଟକଣା ବଳବତ୍ତର ରହିବ। ଅପ୍ରୀତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନର ନିଷ୍ପତ୍ତି ନେବ

ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଡୁଡ଼ାମେଟଲା ନଦୀ ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଜବତ ଘଟଣା ପରେ ରାଖେଲଗୁଡ଼ା ଏବଂ ଏମ୍‌ଭି -୨୬ ଗ୍ରାମ ମଧ୍ୟରେ ବିବାଦ ତେଜିବାରେ ଲାଗିଛି। ରାଖେଲଗୁଡ଼ା ଗ୍ରାମବାସୀଙ୍କ ସମେତ ଆଦିବାସୀ ସମ୍ପ୍ରଦାୟର ଲୋକେ ଏମ୍‌ଭି-୨୬ ଗାଁରେ ପଶି ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ ଘର ଭାଙ୍ଗିବା ସହ ୫୦ରୁ ଊର୍ଦ୍ଧ୍ୱ ଘରେ ନିଆଁ ଲଗାଇ ଜାଳିଦେଇଛନ୍ତି। ପୋଡ଼ାଜଳା ପରେ ମଙ୍ଗଳବାର ଏମ୍‌ଭି-୨୬ଗାଁରେ ରହୁଥିବା ଲୋକେ ଗାଁ ଛାଡି ବାହାରକୁ ଚାଳିଯାଉଥିବା ଜଣାପଡିଛି।

ଅନ୍ୟପକ୍ଷେ ଶାନ୍ତି ବଜାୟ ରଖିବାକୁ ମାଲକାନଗିରି ଜିଲାରେ ସୋମବାର ସନ୍ଧ୍ୟା ୬ଟାରୁ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍‌ ସେବା ବନ୍ଦ ସହ ବିଦେଶୀ ମଦଦୋକାନ ବନ୍ଦ ପାଇଁ ଜିଲାପାଳ ସୋମେଶ ଉପାଧ୍ୟାୟ ନିର୍ଦ୍ଦେଶ ଜାରି କରିଛନ୍ତି।

error: Content is protected !!