March 14, 2026

Now Odisha

Now Odisha

ଗାଜଲବାଡି ଘାଟିର ସମ୍ପ୍ରସାରଣ ବିଳମ୍ବକୁ ନେଇ ବିଜୁ ଜନତା ଦଳ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା

Spread the love

ଗୋପାଳପୁର ଠାରୁ ରୟପୁର କୁ ସଂଯୋଗ କରୁଥିବା ୫୯ ନଂ. ଜାତୀୟ ରାଜପଥର କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ରୁ ଗାଜାଲବାଡ଼ି ଦେଇ ଗଞ୍ଜାମ ଜିଲ୍ଲାକୁ ଯାଇଥିବା ରାସ୍ତାର ପୁନଃରୁଧାର ଓ ପ୍ରଶସ୍ତିକରଣ ଦାବୀ ନେଇ ଆସନ୍ତା ୧୭ ତାରିଖରେ ଦାରିଙ୍ଗବାଡି ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି ।

ଏହି ଜାତୀୟ ରାଜପଥର ଗାଜଲବାଡି ଘାଟିର ସମ୍ପ୍ରସାରଣ ବିଳମ୍ବକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । କେନ୍ଦ୍ର ସରକାର ଏହି ଘାଟି ସମ୍ପ୍ରସାରଣ କାର୍ଯ୍ୟ ପାଇଁ ୭୧୮ କୋଟି ଅର୍ଥ ବ୍ୟୟବରାଦ ହେବା ସହ ୨୦୨୮ମସିହା ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଘୋଷଣା କରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ କାର୍ଯ୍ୟ ଆରମ୍ଭ ହୋଇନାହିଁ। ଏଣୁ ସରକାର ଦେଇଥିବା ସମୟସୀମା ମଧ୍ୟରେ ରାସ୍ତାର ନିର୍ମାଣ କାର୍ଯ୍ୟ ପୂର୍ଣାଙ୍ଗ ହେବା ନେଇ ପ୍ରଶ୍ନ ସୃଷ୍ଟି ହୋଇଛି। ଉକ୍ତ ରାସ୍ତା ଅଣ ଓସାରିବା ହୋଇଥ‌ିବାରୁ ଅନେକ ସମୟରେ ଯାତ୍ରୀବାହୀ ବସ୍ ହେଉ କି’ ମାଲବୁହା ଗାଡ଼ି ଦୁର୍ଘଟଣା ଘଟୁଥିବା ର ବହୁ ନଜିର ରହିଛି । ଏଣୁ ଏହାର ପ୍ରତିବାଦରେ ଚଳିତ ମାସ ୧୭ ତାରିଖରେ ବାର ଘଣ୍ଟିଆ ରାସ୍ତା ରୋକ ଆନ୍ଦୋଳନ କରିବା ପାଇଁ ଏକ ପ୍ରେସ ମିଟ ମାଧ୍ୟମରେ ପୂର୍ବତନ ଉପବାଚସ୍ପତି ସାଲୁଗା ପ୍ରଧାନ ଏହି ସୂଚନା ଦେବା ସହ ସମସ୍ତ ଜନସାଧାରଣ, ସ୍ବେଛାସେବୀ, ବିଭିନ୍ନ ଅନୁଷ୍ଠାନ ଉକ୍ତ ବାର ଘଣ୍ଟିଆ ରାସ୍ତା ରୋକ ଆନ୍ଦୋଳନକୁ ସହଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି ।

error: Content is protected !!