ସମଗ୍ର ଶିକ୍ଷା ଅଭିଯାନ ଅଧୀନରେ ଚାଲୁଥିବା ଶିଶୁ ବାଟିକା କ୍ରମକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଶିଶୁ ସେବିକାଙ୍କୁ ସରକାରୀ ସ୍କୁଲରେ ନିଯୁକ୍ତ କରିବାକୁ ପୁନର୍ବାର ନିଦେ୍ର୍ଦଶନାମା ଜାରି କରିଛନ୍ତି । ସମ୍ପ୍ରତି ଶିକ୍ଷା ବିଭାଗ ତରଫରୁ ଜାରି ହୋଇଥିବା ଚିଠି ଅନୁଯାୟୀ, ଶିଶୁ ବାଟିକା ଥିବା ସ୍କୁଲ ଗୁଡିକରେ ଶିଶୁ ସେବିକା ନିଯୁକ୍ତି ପ୍ରକ୍ରିୟା ଏବେ ଶେଷ ପର୍ୟ୍ୟାୟକୁ ପହଞ୍ଚିଛି।ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶିକା ଶ୍ରୀମତୀ ଅନନ୍ୟା ଦାସ, ଆଇଏଏସ, ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପତ୍ର ଲେଖି ନିର୍ଦ୍ଦେଶ ଦେଇଛନ୍ତି ଯେ ସିଶୁ ସେବିକା ନିଯୁକ୍ତି ସମ୍ପର୍କିତ ସ୍ଥିତି ରିପୋର୍ଟକୁ ୧୬ ଡିସେମ୍ବର ୨୦୨୫ ଭିତରେ ପ୍ରେରଣ କରିବା ଅବଶ୍ୟକ।ଏହି ଚିଠିରେ ଏହିପରି ମଧ୍ୟ ଉଲ୍ଲେଖ ଅଛି ଯେ, ପ୍ରତ୍ୟେକ ଶିଶୁ ସେବିକାଙ୍କୁ ପ୍ରତିମାସ ₹୩୦୦୦ ମାନଦା ଦେବା ପାଇଁ ଆବଶ୍ୟକ ଅର୍ଥର ଆବଶ୍ୟକତା ତାଲିକାକୁ ଡାଇରେକ୍ଟର, ଏଲିମେଣ୍ଟରୀଙ୍କୁ ପଠାଇବା ଦରକାର।

More Stories
ଭକୁଆ ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ, ୪୦ ମିନିଟ୍ ଅପେକ୍ଷା କରିବା ପରେ ବି ଦେଖାକଲେନି ପୁଟିନ୍ଭକୁଆ ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ, ୪୦ ମିନିଟ୍ ଅପେକ୍ଷା କରିବା ପରେ ବି ଦେଖାକଲେନି ପୁଟିନ୍ |
ଜନଗଣନା କରିବାକୁ ଆସୁଥିବା ୩୦ଲକ୍ଷ କର୍ମଚାରୀଙ୍କୁ କେନ୍ଦ୍ର ସରକାର ଅଲଗା ଦରମା ଦେବେ କି?
ନିଶାରେ ଉବୁଟୁବୁ ଭାରତୀୟ କ୍ରିକେଟର, ବଡ ଖୁଲାସା କଲେ ଜାଡେଜାଙ୍କ ପତ୍ନୀ |