କଟକ : ଯୁବତୀଙ୍କୁ ବ୍ଲାକମେଲ କରିବା ଅଭିଯୋଗରେ ଯୁବକ ଗିରଫ । ଗିରଫ କଲା କଟକ ଜିଲ୍ଲା ବାରଙ୍ଗ ସାଇବର ଥାନା ପୋଲିସ । ବାରଙ୍ଗ ବେଲଗଛିଆ ଅଞ୍ଚଳର ମନୋଜ କୁମାର ଦାସ ଗିରଫ । ଦୁଇଟି ମୋବାଇଲ ଫୋନ୍ ଜବତ୍ ହୋଇଛି । ଜଣେ ଯୁବତୀଙ୍କୁ ଅଶ୍ଳୀଳ ଫଟୋ ପଠାଇ ଗାଳିଗୁଲଜ କରିବା ସହିତ ଶାରୀରିକ ସମ୍ପର୍କ ରଖିବା ପାଇଁ ଅଭିଯୁକ୍ତ ବାଧ୍ୟ କରୁଥିବା ଅଭିଯୋଗ ହୋଇଛି ।
ରାଜି ନ ହେଲେ ଯୁବତୀଙ୍କ ନଗ୍ନ ଫଟୋ ଭାଇରାଲ କରିବା ସହ ଛପାଇ ଗାଁ ଛକରେ ପୋଷ୍ଟର ମାରିବା ପାଇଁ ଧମକ ଦେଉଥିଲା । ପରିବାରବର୍ଗକୁ ହତ୍ୟା କରିବାକୁ ମଧ୍ୟ ଧମକ ଦେଉଥିଲା ଅଭିଯୁକ୍ତ । ଯୁବତୀଙ୍କୁ ତିନି ଲକ୍ଷ ଟଙ୍କା ମାଗିଥିଲା ଅଭିଯୁକ୍ତ । ଯୁବତୀଙ୍କ ଲିଖିତ ଅଭିଯୋଗ ପରେ ଗତ ଏକ ତାରିଖରେ ମାମଲା ରୁଜୁ କରିଥିଲା ବାରଙ୍ଗ ଥାନା ପୋଲିସ ।

More Stories
ଚାଇନା ପରେ ଭାରତ ତିଆରି କରୁଛି ସୂର୍ଯ୍ୟ, ୨୦କୋଟି ଡିଗ୍ରୀର ମହାପ୍ରୟୋଗ, ବିଶ୍ୱରେ ଚହଳ!
WHOରୁ ଇସ୍ତଫା ଦେଲେ ଶେଖ୍ ହାସିନାଙ୍କ ଝିଅ, ଇସ୍ତଫାପତ୍ରରେ ଲେଖିଲେ ଏହି ବଡ଼ କାରଣ…
ୟୁଏଇ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ହେବ…