କଟକ : ଯୁବତୀଙ୍କୁ ବ୍ଲାକମେଲ କରିବା ଅଭିଯୋଗରେ ଯୁବକ ଗିରଫ । ଗିରଫ କଲା କଟକ ଜିଲ୍ଲା ବାରଙ୍ଗ ସାଇବର ଥାନା ପୋଲିସ । ବାରଙ୍ଗ ବେଲଗଛିଆ ଅଞ୍ଚଳର ମନୋଜ କୁମାର ଦାସ ଗିରଫ । ଦୁଇଟି ମୋବାଇଲ ଫୋନ୍ ଜବତ୍ ହୋଇଛି । ଜଣେ ଯୁବତୀଙ୍କୁ ଅଶ୍ଳୀଳ ଫଟୋ ପଠାଇ ଗାଳିଗୁଲଜ କରିବା ସହିତ ଶାରୀରିକ ସମ୍ପର୍କ ରଖିବା ପାଇଁ ଅଭିଯୁକ୍ତ ବାଧ୍ୟ କରୁଥିବା ଅଭିଯୋଗ ହୋଇଛି ।
ରାଜି ନ ହେଲେ ଯୁବତୀଙ୍କ ନଗ୍ନ ଫଟୋ ଭାଇରାଲ କରିବା ସହ ଛପାଇ ଗାଁ ଛକରେ ପୋଷ୍ଟର ମାରିବା ପାଇଁ ଧମକ ଦେଉଥିଲା । ପରିବାରବର୍ଗକୁ ହତ୍ୟା କରିବାକୁ ମଧ୍ୟ ଧମକ ଦେଉଥିଲା ଅଭିଯୁକ୍ତ । ଯୁବତୀଙ୍କୁ ତିନି ଲକ୍ଷ ଟଙ୍କା ମାଗିଥିଲା ଅଭିଯୁକ୍ତ । ଯୁବତୀଙ୍କ ଲିଖିତ ଅଭିଯୋଗ ପରେ ଗତ ଏକ ତାରିଖରେ ମାମଲା ରୁଜୁ କରିଥିଲା ବାରଙ୍ଗ ଥାନା ପୋଲିସ ।

More Stories
ସୁରକ୍ଷା ବାହିନୀ-ମାଓବାଦୀଙ୍କ ମଧ୍ୟରେ ଚାଲିଥିବା ଏନକାଉଣ୍ଟରରେ ଏକ ବଡ଼ ସଫଳତା
ଓଡିଶା ସରକାରଙ୍କର ବଡ଼ ନିଷ୍ପତି : ରାଜ୍ୟ ହେବ ତମ୍ବାଖୁ ମୁକ୍ତ
ସରକାରୀ ନିୟମକୁ ଫୁ’ : ଆନନ୍ଦପୁର ସ୍ୱାସ୍ଥ୍ୟକେନ୍ଦ୍ର ପାଚେରୀ ନିର୍ମାଣରେ ବ୍ୟାପକ |