ସମ୍ବଲପୁର ବୁର୍ଲା ଭିସୁଟ୍ ଛାତ୍ରଙ୍କ ମୃତଦେହ ଉଦ୍ଧାର । ପିସି ବ୍ରିଜ୍ ତଳୁ ଉଦ୍ଧାର ହେଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ(ଭିସୁଟ)ରେ ପଢୁଥିବା ଛାତ୍ରଙ୍କ ମୃତଦେହ। ତେବେ ମୃତ ଛାତ୍ର ଜଣକ ବୁର୍ଲା ଭିସୁଟର ମେକାନିକାଲ ଇଂଜିନିୟରିଂର ଶେଷ ବର୍ଷର ଛାତ୍ର । ତାଙ୍କ ନାଁ ଅଞ୍ଜନେୟ ଦାସ ଓ ଘର ଯାଜପୁର ବୋଲି ଜଣାପଡିଛି ।
କିନ୍ତୁ ଛାତ୍ରଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସର ତଦନ୍ତ ଜାରି ରହିଛି।
ସୂଚନା ଯୋଗ୍ୟ; ଗତକାଲି ବିଳମ୍ବିତ ରାତିରେ ସେ ଉକ୍ତ ବ୍ରିଜକୁ ଯାଇଥିଲେ। ବ୍ରିଜରୁ ଖସି ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ତେବେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ମୃତ ଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

More Stories
ଧାନ ଇନ୍ପୁଟ୍ ଆସିଷ୍ଟାଣ୍ଟରେ ୬୯ଟଙ୍କା ହ୍ରାସ, ଚାଷୀ ଅସନ୍ତୋଷ |
ଶବ ସତ୍କାର ପାଇଁ ଯାଇ ନିଜେ ଶବ ପାଲଟିଗଲେ ଯୁବକ |
ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ