ସମ୍ବଲପୁର ବୁର୍ଲା ଭିସୁଟ୍ ଛାତ୍ରଙ୍କ ମୃତଦେହ ଉଦ୍ଧାର । ପିସି ବ୍ରିଜ୍ ତଳୁ ଉଦ୍ଧାର ହେଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ(ଭିସୁଟ)ରେ ପଢୁଥିବା ଛାତ୍ରଙ୍କ ମୃତଦେହ। ତେବେ ମୃତ ଛାତ୍ର ଜଣକ ବୁର୍ଲା ଭିସୁଟର ମେକାନିକାଲ ଇଂଜିନିୟରିଂର ଶେଷ ବର୍ଷର ଛାତ୍ର । ତାଙ୍କ ନାଁ ଅଞ୍ଜନେୟ ଦାସ ଓ ଘର ଯାଜପୁର ବୋଲି ଜଣାପଡିଛି ।
କିନ୍ତୁ ଛାତ୍ରଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସର ତଦନ୍ତ ଜାରି ରହିଛି।
ସୂଚନା ଯୋଗ୍ୟ; ଗତକାଲି ବିଳମ୍ବିତ ରାତିରେ ସେ ଉକ୍ତ ବ୍ରିଜକୁ ଯାଇଥିଲେ। ବ୍ରିଜରୁ ଖସି ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ତେବେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ମୃତ ଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

More Stories
ଇତିହାସରୁ ପ୍ରେରଣା ନେଇ ଭବିଷ୍ୟତର ଓଡ଼ିଶା ପାଇଁ ସେତୁବନ୍ଧ ତିଆରି କରିବା : ଧର୍ମେନ୍ଦ୍ର ପ୍ରଧାନ
କାନ୍ସରେ ଐଶ୍ୱର୍ଯ୍ୟାଙ୍କ ଜଲୱା: ହାତତିଆରି ବ୍ଲୁ ଗାଉନ୍ ପାଇଁ ଲାଗିଥିଲା ୧୫୦୦ ଘଣ୍ଟା
ସୂର୍ଯ୍ୟଙ୍କ ପ୍ରଖର କିରଣରେ ଜଳୁଛି ଓଡ଼ିଶା