ରାଜ୍ୟ ପୁଲିସ ମୁଖ୍ୟାଳୟଠାରେ ଆୟୋଜିତ ହୋଇଥିବା ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ପ୍ରସ୍ତୁତ ହୋଇଥିବା ଏହି ୱେବସାଇଟକୁ ଡିଜିପି ଉନ୍ମୋଚନ କରିଥିଲେ । ଆଗାମୀ ଦିନରେ ସାଧାରଣ ବ୍ୟକ୍ତି ବିଶେଷଙ୍କ ନିମନ୍ତେ ଏହି ୱେବ ସାଇଟଟି ବହୁ ଉପଯୋଗୀ ହେବ ଏବଂ ଏହା ମାଧ୍ୟମରେ ଲୋକମାନେ ପୁଲିସ ବିଭାଗର ବହୁ ଗୁରୁତ୍ଵପୂର୍ଣ୍ଣ ସୂଚନା ପାଇପାରିବେ ବୋଲି ସେ ମତପ୍ରକାଶ କରିଛନ୍ତି ।
ନୂତନ ୱେବସାଇଟ୍ରେ ସାଧାରଣ ନାଗରିକଙ୍କ ପାଇଁ ବିଭିନ୍ନ ଅନଲାଇନ୍ ସେବା, ପୁଲିସ ସୂଚନା, ନୋଟିସ୍, ପ୍ରେସ୍ ବିଜ୍ଞପ୍ତି, ନିଯୁକ୍ତି ସମ୍ବନ୍ଧୀୟ ତଥ୍ୟ, ଟ୍ରାଫିକ୍ ଓ ସୁରକ୍ଷା ସଚେତନତା, ନାଗରିକ ସେବା, ଅପରାଧ ନିରୋଧକ ପଦକ୍ଷେପ, ଗୁରୁତ୍ୱପୂର୍ଣ୍ଣ ସୂଚନା, ଆଇନଗତ ବ୍ୟବସ୍ଥା, ବାର୍ତ୍ତା ଭଳି ସୂଚନା ଉପଲବ୍ଧ ରହିଛି। ଏହି ନୂତନ ୱେବସାଇଟ୍ ଓଡ଼ିଶା ପୁଲିସ ଓ ସାଧାରଣ ଜନତାଙ୍କ ମଧ୍ୟରେ ଯୋଗାଯୋଗକୁ ଆହୁରି ସୁଦୃଢ଼ କରିବ । ଏହି ଦ୍ୱିଭାଷା (ଓଡ଼ିଆ ଓ ଇଂରାଜୀ) ୱେବସାଇଟ୍ଟି ସାଧାରଣ ଜନତାଙ୍କୁ ସହଜ, ସୁବିଧାଜନକ ଓ ଯଥା ଶୀଘ୍ର ପୁଲିସ ସମ୍ପର୍କିତ ସୂଚନା ଓ ସେବା ପାଇପାରିବେ । ସାଧାରଣ ଲୋକମାନେ କମ୍ପ୍ୟୁଟର, ଲାପଟପ, ମୋବାଇଲ ଆପ ଜରିଆରେ ଏହି ୱେବ ସାଇଟ କୁ ଖୋଲି ବିଭିନ୍ନ ସୂଚନା ପାଇପାରିବେ ।
ଏହି କାର୍ଯ୍ୟକ୍ରମରେ ନିର୍ଦ୍ଦେଶକ, SFSL, ଡ଼. ସନ୍ତୋଷ ବାଲା, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ(ଆଇନ ଓ ଶୃଙ୍ଖଳା) ଶ୍ରୀ ସଞ୍ଜୟ କୁମାର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମୁଖ୍ୟାଳୟ) ଶ୍ରୀ ପ୍ରତୀକ ମହାନ୍ତି, ଡିଆଇଜି(ପ୍ରୋଭିଜନିଙ୍ଗ) ଶ୍ରୀ ଚରଣ ସିଂ ମିନାଙ୍କ ସମେତ ଆଭାସି ମାଧ୍ୟମରେ ସମସ୍ତ ଜିଲ୍ଲା ଏସପି ଓ ବାଟାଲିୟନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

More Stories
ସୁରକ୍ଷା ବାହିନୀ-ମାଓବାଦୀଙ୍କ ମଧ୍ୟରେ ଚାଲିଥିବା ଏନକାଉଣ୍ଟରରେ ଏକ ବଡ଼ ସଫଳତା
ଓଡିଶା ସରକାରଙ୍କର ବଡ଼ ନିଷ୍ପତି : ରାଜ୍ୟ ହେବ ତମ୍ବାଖୁ ମୁକ୍ତ
ସରକାରୀ ନିୟମକୁ ଫୁ’ : ଆନନ୍ଦପୁର ସ୍ୱାସ୍ଥ୍ୟକେନ୍ଦ୍ର ପାଚେରୀ ନିର୍ମାଣରେ ବ୍ୟାପକ |