ବନ୍ଧା ହେଲେ ବଣ୍ଟି ଅର୍ ବବଲି । କୋଟିଏ ଟଙ୍କା ଠକେଇ କରି ଠକ ଦମ୍ପତି ଗିରଫ । MCL ର ପୁର୍ବତନ ଚାର୍ଟାଡ ଆକାଉଣ୍ଟାଣ୍ଟ ଓ ତାଙ୍କ ପତ୍ନୀ ଗିରଫ । ଚନ୍ଦ୍ରଶେଖର ସାହୁ ଓ ଝରଣା ସାହୁଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ଟିମ୍ । ସେୟାର ଟ୍ରେଡିଂ ଆଳରେ କମ୍ପାନି ଖୋଲି ଠକିଥିଲେ ଉଭୟ ଦମ୍ପତି । ମାସକ ମଧ୍ୟରେ ଇନଭେଷ୍ଟମେଣ୍ଟର ଡବଲ ର ମୁନାଫା ଦେଇ ଠକିନେଇଥିଲେ କୋଟିଏ ୬ଲକ୍ଷ ଟଙ୍କା ।ଏନେଇ ଠକେଇ ଟଙ୍କାକୁ ବିଭିନ୍ନ ରିଟେଲ ମାର୍ଟ ବିଜନେସ ,ଫିସ ପାର୍ମିଂ,ହୋଟେଲ ବିଜନେସ ସମେତ ରିୟଲ ଇଷ୍ଟେଟ ରେ ମଧ୍ୟ ନିବେଶ କରିଥିଲେ । ପ୍ରଥମେ ହାଣ୍ଡିଧୁଆ ତାଳଚେର ପରେ ଭୁବନେଶ୍ୱର ପଟିଆରେ ଅଫିସ ଖୋଲି ଅନେକ ଲୋକଙ୍କୁ ଏଭଳି ସେୟାର ଟ୍ରେଡିଂ ଆଳରେ ଚୁନା ଲଗାଇଥିଲେ ଦମ୍ପତି । ଉଭୟଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିବ କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ଟିମ୍ ।

More Stories
ଚାଇନା ପରେ ଭାରତ ତିଆରି କରୁଛି ସୂର୍ଯ୍ୟ, ୨୦କୋଟି ଡିଗ୍ରୀର ମହାପ୍ରୟୋଗ, ବିଶ୍ୱରେ ଚହଳ!
WHOରୁ ଇସ୍ତଫା ଦେଲେ ଶେଖ୍ ହାସିନାଙ୍କ ଝିଅ, ଇସ୍ତଫାପତ୍ରରେ ଲେଖିଲେ ଏହି ବଡ଼ କାରଣ…
ୟୁଏଇ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ହେବ…