ଭୁବନେଶ୍ୱର : ୭ମ ରାଜ୍ୟ ପୁସ୍ତକ ମହୋତ୍ସବରେ ବିଜୟଲକ୍ଷ୍ମୀ ଦାସଙ୍କ ଉପନ୍ୟାସ ‘କଳଙ୍କିତ ଚାନ୍ଦ’ର ଉନ୍ମୋଚନ ହୋଇଯାଇଛି । ‘ପେନ୍ ଇନ୍ ବୁକ୍ସ’ ର ପୁସ୍ତକ ଉନ୍ମୋଚନ ସ୍ଥଳରେ ମହା ସମାରୋହରେ ପାଳିତ ହୋଇଯାଇଛି।
ଏଥିପାଇଁ ପେନ୍ ଇନ୍ ବୁକ୍ସର ପ୍ରତିଷ୍ଠାତା ଶ୍ରୀ ଶୁଭ୍ରାଂଶୁ ପଣ୍ଡା ଓ ଏହାର ସମସ୍ତ କର୍ମୀଙ୍କୁ ଅନେକ ଅନେକ ଧନ୍ୟବାଦ।
ଏଥିରେ ମୂଖ୍ୟ ଅତିଥି ଭାବରେ ପ୍ରଖ୍ୟାତ ଲେଖିକା କବିତା ବାରିକ, ଲେଖକ ଓ ସ୍ତମ୍ଭକାର ଚିନ୍ମୟ ହୋତା, କବି ତଥା ଅର୍ଥନୈତିକ ବିଶ୍ଲେଷକ ବ୍ରଜକିଶୋର ନାୟକ, ମନୋରମାର ସମ୍ପାଦକ ସୁଦର୍ଶନ ଦାସମହାପାତ୍ର ଓ ସିନ୍ଧୁଜା ପତ୍ରିକାର ସମ୍ପାଦିକା ଶର୍ମିଳା ସାହୁ ଓ କବି ମନୋରଞ୍ଜନ ଷଡ଼ଙ୍ଗୀ ପ୍ରମୁଖ ଯୋଗଦେଇ ଉନ୍ମୋଚନ ଉତ୍ସବର ମାନ ବୃଦ୍ଧି କରିଛନ୍ତି। ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ଦାସ ସମସ୍ତଙ୍କୁ ସହୃଦୟତାର ସହ ଧନ୍ୟବାଦ ଅର୍ପଣ କରିଥିଲେ। ଆଶା କରାଯାଏ କି ପୁସ୍ତକ ଟି ପାଠକ ପାଠିକା ମାନଙ୍କ ଗହଣରେ ବିଶେଷ ଆଦୃତ ହେବା ସଙ୍ଗେ ସଙ୍ଗେ, ସମାଜ ର ଯୁବଗୋଷ୍ଠୀ ଙ୍କୁ ଏକ ଉଚିତ ମାର୍ଗ ଦର୍ଶକ ଭାବରେ କାମ କରିବ।

More Stories
ସୁରକ୍ଷା ବାହିନୀ-ମାଓବାଦୀଙ୍କ ମଧ୍ୟରେ ଚାଲିଥିବା ଏନକାଉଣ୍ଟରରେ ଏକ ବଡ଼ ସଫଳତା
ଓଡିଶା ସରକାରଙ୍କର ବଡ଼ ନିଷ୍ପତି : ରାଜ୍ୟ ହେବ ତମ୍ବାଖୁ ମୁକ୍ତ
ସରକାରୀ ନିୟମକୁ ଫୁ’ : ଆନନ୍ଦପୁର ସ୍ୱାସ୍ଥ୍ୟକେନ୍ଦ୍ର ପାଚେରୀ ନିର୍ମାଣରେ ବ୍ୟାପକ |