ମହାକାଳପଡ଼ା : କେନ୍ଦ୍ରାପଡା ଜିଲ୍ଲା ଉପକୂଳ ମହାକାଳପଡ଼ା ବ୍ଲକ ଅଞ୍ଚଳର ପ୍ରମୁଖ ନଦୀ ଗୋବରୀରେ ଦିନକୁ ଦିନ କୁମ୍ଭୀର ଉପଦ୍ରଵ ବୃଦ୍ଧି ପାଉଛି l କେତେବେଳେ କୁମ୍ଭୀର ନଦୀ ପଠାରେ ଚରୁଥିବା ଗୋରୁ ଗାଈ ଓ ମେଣ୍ଢା ଛେଳିକୁ ଝାମ୍ପି ନେଉଛିତ ଆଉ କେଉଁଠି ଜଗୁଆଳି କୁ ଝାମ୍ପି ନେଇଥିବାର ନଜିର ରହିଛି l ଏନେଇ ନଦୀକୁଳିଆ ଲୋକେ ବେଶ ଭୟଭୀତ ଥିବା ବେଳେ ନଦୀରେ ଗାଧୁଆ ପାଧୁଆ ଓ ଶୌଚ ଛାଡିଦେଲେଣି l ସେପଟେ କୁମ୍ଭୀର ସଂଖ୍ୟା ଅନାୟସ ରେ ବୃଦ୍ଧି ପାଉଥିବାରୁ ନଦୀ ରେ ଖାଦ୍ୟଭାବ ପରିଲକ୍ଷୀତ ହେବା ଅନୁଭବ କରି ବାଡ଼ି ପୋଖରୀ ଓ ବାଡ଼ି ଅଗଣାକୁ ପଶିଯାଉଛନ୍ତି କୁମ୍ଭୀର l ଏହି ଭାବେ ମହାକାଳପଡ଼ା ବନାଞ୍ଚଳ କାର୍ଯ୍ୟାଳୟ, ଜମ୍ବୁ, ଅଧୀନ ବଉଳକଣୀ ପଂଚାୟତ କାଉଁସପାଳ ଗାଁ ର ସ୍କୁଲ ଘେରି ନିରୁ ପଦ ମଣ୍ଡଳ ବାଡ଼ି ପୋଖରୀ ରେ ବଉଳା କୁମ୍ଭୀରକୁ ଦେଖି ଲୋକେ ଭୟ ଭୀତ ହୋଇଥିଲେ l ବାଡ଼ି ପାଖ ଗୋବରୀ ନଦୀରୁ ଅଦେଖା ରେ କୁମ୍ଭୀର ପୋଖରୀ ଭିତରକୁ ଖାଦ୍ୟ ଅନ୍ୱେଷଣ ରେ ପଶିଯାଇପାରିଥାଏ ବୋଲି ସନ୍ଦେହ କରୁଛନ୍ତି ସ୍ଥାନୀୟ ଲୋକେ l
ଏନେଇ ଗାଁ ଲୋକେ ବନ ବିଭାଗ କୁ ଖବର ଦେବାରୁ କୁମ୍ଭୀର ଉଦ୍ଧାର ପାଇଁ ବନକର୍ମଚାରୀ ସାଜସରଞ୍ଜାମ ଧରି ପୋଖରୀ ନିକଟରେ ପହଂଚିଥିଲେ l ଗୁରୁବାର ପୂର୍ବାହ୍ନ ରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ଉଦ୍ଧାର କାରି ଟିମ ସର୍ଚ୍ଚ ଅପରେସନ ଜାରି ରଖିଥିଲେ ବି ଉଦ୍ଧାର କରିବାରେ ସଫଳ ହୋଇନଥିଲେ l ଗୁରୁବାର ବନ୍ୟ ପ୍ରାଣୀ କୁମ୍ଭୀରଟି ଗୁରତୁରେଇ ହେବାରୁ ଅନଭିଜ୍ଞ କର୍ମଚାରୀ ଉଦ୍ଧାର କରିବାରେ ସକ୍ଷମ ହେଲେନି l ମାତ୍ର ରାତିକ ରହିଲେ ବିଚରା ଗରିବ ଲୋକଟି ପଇସା ଖର୍ଚ୍ଚ କରି ପୋଖରୀରେ ଘରେ ଖାଇବା ପାଇଁ ଛାଡିଥିବା ମାଛ ସବୁ ସଫା କରିଦେବ ବୋଲି ସ୍ଥାନୀୟ ଲୋକେ କହନ୍ତି l ଦେଖିବାକୁ ବାକି ରହିଲା ଆସନ୍ତା କାଲି ଶୁକ୍ରବାର ବନବିଭାଗ କୁମ୍ଭୀର ଉଦ୍ଧାର ରେ ସଫଳ ହେଉଛି ନା ଦିନ ଗଡା଼ଉଛି l

More Stories
ବାଣପୁର: ମଝିରୁ ଭୁଶୁଡିଲା ପୋଲ, ଅଳ୍ପକେ ବର୍ତ୍ତିଲେ ହାଇୱା ଗାଡ଼ି ଚାଳକ ଓ ହେଲପର
ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ପୂର୍ବତନ ସରପଞ୍ଚ ଶାଗୁ ମାଝୀ |
ହାଇଦ୍ରାବାଦର ନାମପଲ୍ଲିରେ ଭୟଙ୍କର ଅଗ୍ନିକାଣ୍ଡ, |