January 26, 2026

Now Odisha

Now Odisha

ମା’ଙ୍କ ମୃତ୍ୟୁ ଖବର ପାଇ ଧାଇଁ ଆସିଥିଲେ, ଦ୍ୱାଦଶାହରେ ଚାଲିଗଲା ପୁଅଙ୍କ ଜୀବନ, ଗାଁରେ ଶୋକାକୂଳ ପରିବେଶ..

Spread the love

ମା’ଙ୍କ ମୃତ୍ୟୁ ଖବର ଶୁଣି ମୁମ୍ବାଇରୁ ଧାଇଁ ଆସିଥିଲେ ପୁଅ। ହେଲେ ଦ୍ୱାଦଶାହରେ ଚାଲିଗଲା ଜୀବନ। ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ତିତିଖଣ୍ଡିି ଗ୍ରାମରେ ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି।

ସୂଚନାନୁଯାୟୀ, ପି.ସରୋଜିନୀ(୬୫)ଙ୍କ ମୃତ୍ୟୁର ଦ୍ୱାଦଶାହରେ ଗୁରୁବାର ସନ୍ଧ୍ୟାରେ ପୁଅ ପି.

କୈଳାସ ପାତ୍ର (୫୨)ଙ୍କ ମୃତ୍ୟୁ ଘଟିଛି। କୈଳାସଙ୍କ ପୈତୃକ ଘର ଗୌତମୀ ଗ୍ରାମରେ। ତିତିଖଣ୍ଡିି ଗ୍ରାମରେ ରହୁଥିବା ତାଙ୍କ ଅଜା ଏନ୍‌.ରଘୁନାଥ ନିଃସନ୍ତାନ ଥିବାରୁ ନାତି କୈଳାସଙ୍କୁ ପୋଷ୍ୟ ପୁଅ କରିଥିଲେ। କୈଳାସ ମହାରାଷ୍ଟ୍ରର ମୁମ୍ବାଇରେ ପରିବାର ସହ ରହି ସେଠାରେ କାମ କରୁଥିଲେ। ମା’ଙ୍କ ମୃତ୍ୟୁଖବର ପାଇ ଗାଁକୁ ଫେରିଥିଲେ। ସେ ଅସୁସ୍ଥ ଥାଇ ମଧ୍ୟ ମା’ଙ୍କ ଶୁଦ୍ଧିକ୍ରିୟା କରିଥିଲେ। ଗୁରୁବାର ତାଙ୍କ ଶୁଦ୍ଧି କ୍ରିୟା ଭୋଜି ସରିଥିଲା। କୈଳାସଙ୍କ ସ୍ତ୍ରୀ ଓ ୨ ଝିଅ, ପୁଅ ଅପରାହ୍ନରେ ଟ୍ରେନ ଯୋଗେ ମୁମ୍ବାଇ ଫେରୁଥିଲେ। ଅସୁସ୍ଥତା କାରଣରୁ ସେ ଚିକିତ୍ସା ହୋଇ ସୁସ୍ଥ ହେବା ପରେ ମୁମ୍ବାଇ ଫେରିବା ପାଇଁ ସ୍ତ୍ରୀଙ୍କୁ କହିଥିଲେ। ସା ପ୍ରାୟ ସାଢ଼େ ୭ ଟାରେ ଆକସ୍ମିକ ଭାବେ ସେ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରସ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା। ଖବରପାଇ କୈଳାସଙ୍କ ସ୍ତ୍ରୀ ଝିଅପୁଅ ଆନ୍ଧ୍ରପ୍ରଦେଶ ପଲାସା ରେଳ ଷ୍ଟେସନରୁ ଗାଁ କୁ ଫେରିବା ପରେ ଶୋକାକୂଳ ପରିବେଶ ମଧ୍ୟରେ ତାଙ୍କ ଶେଷକୃତ୍ୟ କରାଯାଇଥିବା ଜଣାପଡିଛି।

error: Content is protected !!