କୋରାପୁଟ : ନିମ୍ନମାନର ଖାଦ୍ୟ ଦେଇ ନିଲମ୍ବନ ହେଲା ଆହାର କେନ୍ଦ୍ର ଚଲାଉଥିବା ସଂସ୍ଥା । ପାଣିଆ ଡାଲମା ପରିବେଷଣ ପଡିଲା ମହଙ୍ଗା । ମନ୍ତ୍ରୀଙ୍କ ହାବୁଡ଼ରେ ପଡି ନିଲମ୍ବନ ହେଲା ସଂସ୍ଥା । ଆହାର କେନ୍ଦ୍ର ନିମ୍ନମାନର ଖାଦ୍ୟ ପରିବେଷଣ କରିବା ନେଇ ଅଭିଯୋଗ ହୋଇଆସୁଥିଲା । ଆଜି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ଼ କୃଷ୍ଣଚନ୍ଦ୍ର ମହାପାତ୍ର ସୁନାବେଢ଼ା ମ୍ୟୁନିସିପାଲଟି ପରିଦର୍ଶନରେ ଆସି ଆହାର କେନ୍ଦ୍ର ପରିଦର୍ଶନ କରିଥିଲେ ।
ଆହାର କେନ୍ଦ୍ରରେ ନିଜେ ଖାଇବା ସହ ଖାଦ୍ୟର ଗୁଣବତ୍ତାକୁ ତଦାରଖ କରି ଖାଦ୍ୟର ମାନ ସଠିକ ନଥିବା ଜାଣିବାକୁ ପାଇଥିଲେ ।
ଡାଲମାରେ ପରିବା ମାତ୍ରା ଠିକ ନଥିବା ସହ ଡାଲି ପାଣିଆ ଥିବା ଦେଖିବାକୁ ପାଇଥିଲେ । ପାଖରେ ଥିବା ଲୋକଙ୍କ ଠାରୁ ମଧ୍ୟ ନିମ୍ନମାନର ଖାଦ୍ୟ ପରିବେଷଣ ହେଉଥିବା ନେଇ ଅଭିଯୋଗ ପାଇଥିଲେ । ଫଳରେ ମନ୍ତ୍ରୀ. ଆହାର କେନ୍ଦ୍ର ଚଲାଉଥିବା ସଂସ୍ଥାକୁ ତାଗିଦ୍ କରିବା ସହ ଉକ୍ତ ସଂସ୍ଥାକୁ ନିଲମ୍ବନ କରି ଅନ୍ୟ ସଂସ୍ଥାକୁ ଦାୟିତ୍ୱ ଦେବାକୁ କହିଥିଲେ । ଫଳସ୍ୱରୂପ ଏହି ସମୟରେ କୋରାପୁଟ ବିଧାୟକ ରଘୁରାମ ମାଛ ମଧ୍ୟ ଉପସ୍ଥିତ ଥିଲେ । ଫଳସ୍ୱରୂପ ସୁନାବେଡା ପୌରପରିଷଦ ନିର୍ବାହୀ ଅଧିକାରୀ ଆଜି ଉକ୍ତ ସଂସ୍ଥାକୁ ନିଲମ୍ବନ କରି ଅନ୍ୟ ସଂସ୍ଥାକୁ ଖାଦ୍ୟ ପରିବେଷଣର ଦାଇତ୍ୱ ଦେଇଛନ୍ତି ।

More Stories
ହାଟଡିହୀରେ ରୋମିଓଙ୍କ ହାଇଭୋଲଟେଜ୍ ଡ୍ରାମା: ଗିଫ୍ଟ ଫେରାଇ ବ୍ଲକ୍ କରିବାରୁ ଛାତ୍ରୀଙ୍କୁ ପିଟିଲେ ‘ଇନଷ୍ଟା ଆଶିକ୍’
ସାମାନ୍ୟ କଥାରୁ କୁରାଢ଼ି ଚୋଟ: ଗୁରୁତର ବୃଦ୍ଧଙ୍କୁ ଚିକିତ୍ସା କରିବା ସମୟରେ ଛୁଞ୍ଚି-ସୂତା ଅଭାବ, ବାହାରୁ କିଣି ଚିକିତ୍ସା କଲେ ଡାକ୍ତର |
ସମିତିସଭ୍ୟଙ୍କଠାରୁ ସୁନା ଚେନ୍ ଛଡ଼ାଇ କରିଥିଲେ ହତ୍ୟା ଉଦ୍ୟମ |