ଜିଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ୨ ଜଣ ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କୁ ମାଗଣା ଲାପଟପ ବଂଟନ କରାଯାଇଛି । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ପୂର୍ବାହ୍ନରେ ଜିଲାପାଳଙ୍କ ପ୍ରକୋଷ୍ଠରେ ଜିଲାପାଳ ରଘୁରାମ ଆର. ଆୟର ୨ ଜଣ ଦୃଷ୍ଟିବାଧିତ ଛାତ୍ରଛାତ୍ରୀ ଭୀଷ୍ମ କୁମାର ଦାସ ଓ ଅନିତା ରାଉତଙ୍କୁ ମାଗଣା ଲାପଟପ ପ୍ରଦାନ କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ(ରାଜସ୍ୱ) ରବୀନ୍ଦ୍ର କୁମାର ମଲ୍ଲିକ, ଅତିରିକ୍ତ ଜିଲାପାଳ( ସାଧାରଣ) ନବକ୍ରିଷ୍ଣ ଜେନା, ଜିଲା ସାମାଜିକ ସୁରକ୍ଷା ଅଧିକାରୀ ସଂଗ୍ରାମ କେଶରୀ ବେଉରା, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଫକିର ମୋହନ ମାଝୀ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ଶେଖର ବେହୁରା ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ବେଉରା ପରିଚାଳନା କରିଥିଲେ । ପ୍ରକାଶ ଥାଉ କି, ସରକାରଙ୍କ ନିୟମାନୁଯାୟୀ +୩ ରୁ ଅଧିକ ଶିକ୍ଷା ଗ୍ରହଣ କରିଥିବା ସମ୍ପୂର୍ଣ ଦୃଷ୍ଟିବାଧିତ ବା କ୍ଷଣଶକ୍ତି ଦୁଷ୍ଟିବାଧିତ ଛାତ୍ରଛାତ୍ରୀ ମାନେ ମାଗଣା ଲାପଟପ ପାଇବା ପାଇଁ ବିଭାଗର ଅନ୍ଲାଇନ୍ ପୋର୍ଟାଲରେ ଆବଶ୍ୟକୀୟ ଦସ୍ତାବିଜ ସହ ସଂପୃକ୍ତ ଶିକ୍ଷାନୁଷ୍ଠାନରୁ ଏହାକୁ ପ୍ରମାଣିତ କରାଇ ଆବେଦନ କରିବାକୁ ପଡିଥାଏ ।

More Stories
ହାଟଡିହୀରେ ରୋମିଓଙ୍କ ହାଇଭୋଲଟେଜ୍ ଡ୍ରାମା: ଗିଫ୍ଟ ଫେରାଇ ବ୍ଲକ୍ କରିବାରୁ ଛାତ୍ରୀଙ୍କୁ ପିଟିଲେ ‘ଇନଷ୍ଟା ଆଶିକ୍’
ସାମାନ୍ୟ କଥାରୁ କୁରାଢ଼ି ଚୋଟ: ଗୁରୁତର ବୃଦ୍ଧଙ୍କୁ ଚିକିତ୍ସା କରିବା ସମୟରେ ଛୁଞ୍ଚି-ସୂତା ଅଭାବ, ବାହାରୁ କିଣି ଚିକିତ୍ସା କଲେ ଡାକ୍ତର |
ସମିତିସଭ୍ୟଙ୍କଠାରୁ ସୁନା ଚେନ୍ ଛଡ଼ାଇ କରିଥିଲେ ହତ୍ୟା ଉଦ୍ୟମ |