January 25, 2026

Now Odisha

Now Odisha

ସେପ୍ଟେମ୍ବର ୮ ରେ ସ୍ଥଗିତ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି

Spread the love

ଆସନ୍ତା ସେପ୍ଟେମ୍ବର ୮ ତାରିଖ ସୋମବାର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ହେବାକୁ ଥିବା ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି ଅନିବାର୍ଯ୍ୟ କାରଣ ବଶତଃ ସ୍ଥଗିତ ରହିବ। ୟୁନିଟ-୨, ଅଶୋକନଗର, ଭୁବନେଶ୍ୱର ସ୍ଥିତ ପୂର୍ବତନ ସରକାରୀ ପ୍ରାଥମିକ ବିଦ୍ୟାଳୟ (କ୍ୟାପିଟାଲ ନର୍ସରୀ ନିକଟସ୍ଥ) ଠାରେ ଏହି ଅଭିଯୋଗ ଶୁଣାଣି ପାଇଁ ଅନଲାଇନ ପଞ୍ଜୀକରଣ କରିଥିବା ଜନସାଧାରଣଙ୍କ ଆପତ୍ତି ଅଭିଯୋଗ, ପରବର୍ତ୍ତୀ ଜନଶୁଣାଣି ଶିବିରରେ ଗ୍ରହଣ କରାଯିବ।ପରବର୍ତ୍ତୀ ଜନଶୁଣାଣିର ସମୟ ଓ ତାରିଖ ଜନସାଧାରଣଙ୍କ ଅବଗତି ନିମନ୍ତେ ବିଭିନ୍ନ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା।

error: Content is protected !!