January 27, 2026

Now Odisha

Now Odisha

ସାନସୀମା ନୋଡାଲ ଉଚ୍ଚ ବିଦ୍ୟାଳୟର ୪୩ ତମ ବାର୍ଷିକ ଉତ୍ସବ ପାଳିତ ହୋଇଛି।

Spread the love

ପୁରୀ ଜିଲ୍ଲା ଅନ୍ତର୍ଗତ କୃଷ୍ଣପ୍ରସାଦ ବ୍ଳକ୍ ସିଆଣ୍ଡି ପଞ୍ଚାୟତ ଓରା ଠାରେ ଅବସ୍ଥିତ ସାନସୀମା
ନୋଡାଲ ଉଚ୍ଚ ବିଦ୍ୟାଳୟର ୪୩ ତମ ବାର୍ଷିକ ଉତ୍ସବ ଆଡମ୍ବର ରେ ପାଳିତ ହୋଇଯାଇଛି।
ପ୍ରଧାନ ଶିକ୍ଷକ ରାଜ କିଶୋର ତରେଇ ବାର୍ଷିକ ଉତ୍ସବରେ ସଭାପତିତ୍ବ କରିଥିଲେ । ସଭାପତି ସ୍କୁଲର ବାର୍ଷିକବିବରଣୀ ପଠନ କରିଥିଲେ। ସମ୍ମାନୀତ ଅତିଥି ଭାବେ ଏ ବି ଇ ଓ ସିଦ୍ଧେଶ୍ଵର କରଣ, ସରପଞ୍ଚ ଆଦିତ୍ୟ ରଞ୍ଜନ ପଲେଇ, ସମିତି ସଭ୍ୟ ଲଳିତ କୁମାର ତରେଇ, ମୋ ସ୍କୁଲ ପରିଚାଳନା କମିଟି ସଭାପତି ଅଧ୍ୟାପକ ମଧୁସୂଦନ ସାହୁ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରଫୁଲ୍ଲ କୁମାର ତରେଇ, ମୋ ସ୍କୁଲ ଉପଦେଷ୍ଟା ସଭ୍ୟ ରମେଶ ଚନ୍ଦ୍ର ତରେଇ , ହରିହର ଦାଶ,ବିକ୍ରମ କୁମାର ତରେଇ ଦିଗମ୍ବର ତରେଇ, ଓରା ଗ୍ରାମ୍ୟ କମିଟି ସମ୍ପାଦକ ବୁଲାମଣୀ ତରେଇ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ସାନସୀମା ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ ବିପ୍ରବର ତରେଇ ସେବା ନିବୃତ ସଂସ୍କୃତ ଶିକ୍ଷକ ରବିନାରାୟଣ ପଣ୍ଡା ଓ ସନ୍ତୋଷ କୁମାର ଦାଶ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଶୃଙ୍ଖଳିତ,ସମୟାନୁବର୍ତ୍ତି, କର୍ତ୍ତବ୍ୟ ପରାୟଣ ଓ ସଂସ୍କାରୀ ହେବାକୁ ପରାମର୍ଶ ଦେଇଥିଲେ। ସହକାରୀ ଶିକ୍ଷକ ଶଙ୍କର୍ଷଣ ଦାଶ ଅତିଥିଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ସହକାରୀ ଶିକ୍ଷକ ପ୍ରଭାତ ବାରିକୀ ମଞ୍ଚ ପରିଚାଳନା କରିଥିଲେ। ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରିବା ସହିତ ମାନ ପତ୍ର ପ୍ରଦାନ କରିଥିଲେ। ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଖେଳ ଶିକ୍ଷକ ଅଜିତ କୁମାର ବାରିକୀ, ଶିକ୍ଷକ ପ୍ରସନ ଜିତ ଜେନା, ବିଚିତ୍ରା ନନ୍ଦ ତରେଇ, ନବକିଶୋର ବାରିକୀ ମାଖନ ସାହୁ, ଶିକ୍ଷୟିତ୍ରୀ ଶୁଭସ୍ମିତା ନାୟକ, ପିଙ୍କି ପଲେଇ, ପ୍ରିୟ ଦର୍ଶିନୀ ପୃଷ୍ଟି , ରାନୁ ତରେଇ ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ।
ପୁରୀ ରୁ କୈଳାଶ ଚନ୍ଦ୍ର ପଟନାୟକ ଙ୍କ ରିପୋର୍ଟ ନାଓ ଓଡିଶା ନ୍ୟୁଜ

error: Content is protected !!