January 27, 2026

Now Odisha

Now Odisha

ଭିଜିଲାନ୍ସ ଜାଲରେ ଭାରପ୍ରାପ୍ତ ତହସିଲଦାର

Spread the love

ଯାଜପୁର ଜିଲ୍ଲା ବିଞ୍ଝାରପୁରର ଭାରପ୍ରାପ୍ତ ତହସିଲଦାର ପ୍ରଦୀପ୍ତ କୁମାର ସେଠୀଙ୍କୁ ଭିଜିଲାନ୍ସ କଟକ ଡିଭିଜନ ଗିରଫ କରି କୋର୍ଟ ଚାଲାଣ କରିଛି । ଜଣେ ଲିଜଧାରୀଙ୍କ ଜମି ଚିହ୍ନଟ କାର୍ଯ୍ୟକୁ ସହଜ କରିଦେବା ପାଇଁ ୩୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଓଡ଼ିଶା ଭିଜିଲାନ୍ସ ତାଙ୍କୁ କାବୁ କରିଥିଲା । ଏହା ପରେ ଭିଜିଲାନ୍ସ ପକ୍ଷରୁ ପ୍ରଦୀପ୍ତଙ୍କ ବାସଭବନ ଓ କାର୍ଯ୍ୟାଳୟ ସମେତ ବିଭିନ୍ନ ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଥିଲା ।

ଏହି ସର୍ଚ୍ଚ ଅପରେସନ ସମୟରେ ପ୍ରଦୀପ୍ତତଙ୍କ ପାଖରୁ ମୋଟ ୫,୦୬,୪୯୦ ଟଙ୍କାର ନଗଦ ଅର୍ଥ ଠାବ କରାଯାଇ ଜବତ କରାଯାଇଥିଲା । ଏହି ବିପୁଳ ଅର୍ଥର ଉତ୍ସ ସମ୍ପର୍କରେ ତହସିଲଦାର କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନାହାନ୍ତି । ସେପଟେ ଭିଜିଲାନ୍ସ ତାଙ୍କର ଅନ୍ୟାନ୍ୟ ସମ୍ପତ୍ତି ଏବଂ ନିବେଶ ସମ୍ପର୍କରେ ଖୋଳତାଡ଼ ଜାରି ରଖିଛି । ପ୍ରଦୀପ୍ତଙ୍କ ନାଁ ରେ ଦୁର୍ନୀତି କରିବା ପୂର୍ଵରୁ ଅନେକ ଅଭିଯୋଗ ଥିଲା ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ।

error: Content is protected !!