ଏହି ଜିଲାର ବନ୍ତ ବ୍ଲକ ବି.ଟି.ପୁର ପଂଚାୟତରେ ଉନ୍ନୟନ ମୂଳକ କାର୍ଯ୍ୟରେ ବାଧକ ସାଜିଥିଲା ଜବରଦଖଲ । ଏନେଇ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ବେଳେ ଏକାଧିକବାର ତାରିଖ ଧାର୍ଯ୍ୟ ପରେ ଉଚ୍ଛେଦ କାର୍ଯ୍ୟ ସ୍ଥଗିତ ରହୁଥିଲା । ଫଳରେ ପଂଚାୟତ ବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିବା ବେଳେ ଆଜି ବ୍ଲକ ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ କରାଯାଇଛି ।
ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଥିବା ବନ୍ତ ଅତିରିକ୍ତ ତହସିଲଦାର ପ୍ରଶନ୍ନ କୁମାର ମହାନ୍ତିଙ୍କ ଉପସ୍ଥିତରେ ଉଚ୍ଛେଦ କାର୍ଯ୍ୟ କରାଯାଇଥିବା ବେଳେ ସୁପରଭାଇଜର ବ୍ରଜକିଶୋର ଦାସ, ଅମିନ ସୁଜିତ୍ ସିଂହ, ସଞ୍ଜୟ ଟୁଡୁ, ଜାକିର ହୋସେନ୍ ସହଯୋଗ କରିଥିଲେ । ଏହି ରାସ୍ତାରେ କ୍ୟାବିନ୍ ପକାଇ ରାସନ ଓ ଚିକେନ୍ ସେଂଟର କରିଥିବା ଦୋକାନକୁ ଜେସିବି ମେସିନ୍ ସାହାଯ୍ୟରେ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଥିଲା । ପ୍ରଶାସନର ସହଯୋଗ ପାଇଁ ବି.ଟି ପୁର ସରପଚଂ ସୁଭଦ୍ରା ସିଂହ କୃତଜ୍ଞତା ଜଣାଇଥିବା ବେଳେ ଆଗକୁ ବଜାର ଅଂଚଳରେ ଜବର ଦଖଲରେ ଥିବା ସରକାରୀ ସ୍ଥାନକୁ ମୁକ୍ତ କରାଯିବ ବୋଲି ବିଜେପି ମହତାବ ମଣ୍ଡଳ ସଭାପତି ଅମୂଲ୍ୟ ରତ୍ନ ନନ୍ଦ କହିଛନ୍ତି । ଆଜିର ଉଚ୍ଛେଦ କାର୍ଯ୍ୟରେ ବନ୍ତ ଥାନାଧିକାରୀ ମୋନାଲିସା କରଙ୍କ ସମେତ ୧ ପ୍ଲାର୍ଟୁନ ପୋଲିସ୍ ଫୋର୍ସ ମୃତୟନ ଥିଲେ ।

More Stories
ହାଟଡିହୀରେ ରୋମିଓଙ୍କ ହାଇଭୋଲଟେଜ୍ ଡ୍ରାମା: ଗିଫ୍ଟ ଫେରାଇ ବ୍ଲକ୍ କରିବାରୁ ଛାତ୍ରୀଙ୍କୁ ପିଟିଲେ ‘ଇନଷ୍ଟା ଆଶିକ୍’
ସାମାନ୍ୟ କଥାରୁ କୁରାଢ଼ି ଚୋଟ: ଗୁରୁତର ବୃଦ୍ଧଙ୍କୁ ଚିକିତ୍ସା କରିବା ସମୟରେ ଛୁଞ୍ଚି-ସୂତା ଅଭାବ, ବାହାରୁ କିଣି ଚିକିତ୍ସା କଲେ ଡାକ୍ତର |
ସମିତିସଭ୍ୟଙ୍କଠାରୁ ସୁନା ଚେନ୍ ଛଡ଼ାଇ କରିଥିଲେ ହତ୍ୟା ଉଦ୍ୟମ |