ଭାରତ ସରକାରଙ୍କ ସହିତ ମିତ୍ରତା ସ୍ଥାପନ କରିବାକୁ ଚାହୁଁଛି ଆଫଗାନିସ୍ତାନର ତାଲିବାନ ସରକାର । ତାଲିବାନ ବିଦେଶ ମନ୍ତ୍ରୀ ଅମୀର ଖାନ ମୁତାକି ଭାରତ ଆସିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ।
ଆପଣମାନେ ଜାଣିଲେ ଆଦୌ ସନ୍ତୁଷ୍ଟ ହେବେନି, ଅପରେସନ୍ ସିନ୍ଦୁର ପରେ ପରେ ଭାରତ-ପାକ୍ ଯୁଦ୍ଧ ଘନଘଟା ସମୟରେ ରୁଷିଆ ଭଳି ଘନିଷ୍ଠ ବନ୍ଧୁ ଭାରତ ମୁହଁକୁ ଚାହିଁ ନଥିବା ବେଳେ ଏକମାତ୍ର ତାଲିବାନ ଭାରତକୁ ସମର୍ଥନ କରିଥିଲା ।ଭାରତ ସରକାରଙ୍କ ନିକଟରୁ ଔପଚାରିକ ଭାବେ ଅନୁମତି ପାଇବା ପରେ ନୂଆଦିଲ୍ଲୀରେ ପାଦ ପକାଇବ ଆଫଗାନିସ୍ତାନର ତାଲିବାନ ସରକାର । ମିଳିତ ଜାତିସଂଘ ସୁରକ୍ଷା ପରିଷଦ ପକ୍ଷରୁ ଜାରି କଟକଣା ଏବେ ମଧ୍ୟ ତାଲିବାନ ସଂଗଠନ ଉପରୁ ହଟିନାହିଁ ।
ୟୁଏନ୍ କଟକଣା ମୁତାବକ ତାଲିବାନ ସରକାର ଆପଣା ଇଚ୍ଛା ମୁତାବକ ବିଦେଶ ଯାତ୍ରା କରିପାରିବନି । ଆଶ୍ରଫ୍ ଘନି ସରକାରଙ୍କୁ ବଳପୂର୍ବକ ହଟାଇ ଆଫଗାନିସ୍ତାନକୁ ଶାସନ କରୁଥିବା ତାଲିବାନ ସଂଗଠନ ପ୍ରତି ବିଶ୍ୱାସ ଓ ଭରସା କରିପାରୁନି ମିଳିତ ଜାତିସଂଘ ।
ଆତଙ୍କବାଦକୁ ସଂପୂର୍ଣ୍ଣ ମୂଳୋତ୍ପାଟନ କରିବାକୁ ଚାହୁଁଥିବା ଭାରତ ସରକାରଙ୍କ ପକ୍ଷେ ଆତଙ୍କୀ ସରକାରକୁ ସ୍ୱାଗତ କରିବା କେତେ ଦୂର ଠିକ ହେବ, ତାହାକୁ ଭଲ ଭାବରେ ବିଚାର କରନ୍ତୁ ମୋଦୀ ସରକାର ।
ତାଲିବାନ ସଂଗଠନ ଓ ତାଲିବାନ ସରକାରଙ୍କ ଭିତରେ କିଛି ଫରକ ନାହିଁ । ତାଲିବାନ ସରକାରଙ୍କ ବିଦେଶ ଯାତ୍ରା ୧୯୮୮ ମସିହାରୁ ପାକିସ୍ତାନ ମର୍ଜି ଉପରେ ନିର୍ଭର କରିଆସୁଛି ।
ମିଳିତ ଜାତିସଂଘ ଗଠିତ ୧୫ ଜଣିଆ କମିଟିରେ ୧୯୮୮ ମସିହାରୁ ପାକିସ୍ତାନ ରହିଆସିଛି । ମିଳିତ ଜାତିସଂଘ ନିୟମ ଅନୁସାରେ ୧୫ ଜଣ ସଭ୍ୟ ଦେଶ ଭିତରୁ କେହି ଜଣେ ପ୍ରସ୍ତାବିତ ଯାତ୍ରା ବିଲକୁ ବିରୋଧ କଲେ, ତାହା ଖାରଜ ହୋଇଯିବ ।

More Stories
ବନତାରା’ରେ ବୁଲିଲେ ମେସି, କହିଲେ ଏହା ସ୍ମୃତି ହୋଇ ରହିବ |
ଭାରତ କରୁଛି ବଡ଼ ପ୍ଲାନ ! ଇସ୍ରାଏଲରୁ ୪୦ ହଜାର LMG ସହ ଅନେକ ଯୁଦ୍ଧାସ୍ତ୍ର କିଣୁଛି
ବନ୍ଧୁତା ବଳାତ୍କାର ପାଇଁ ଲାଇସେନ୍ସ ନୁହେଁ ଦିଲ୍ଲୀ ହାଇକୋର୍ଟ…