କଟକ : ଟାଟା ପାୱାର ବିରୋଧରେ ହାଇକୋର୍ଟରେ ରୁଜ୍ଜୁ ହେଲା ଜନସ୍ୱାର୍ଥ ମାମଲା । ସ୍ମାର୍ଟ ମିଟର ଏବଂ ଅତିରିକ୍ତ ସୁରକ୍ଷା ଜମାକୁ ବିରୋଧ କରି ହାଇକୋର୍ଟରେ ରୁଜୁ ହୋଇଛି ଏହି ଜନସ୍ୱାର୍ଥ ମମାଲା । ଏହାର ତୁରନ୍ତ ପ୍ରତ୍ୟାହାର କରିବାକୁ ଆବେଦନରେ ପ୍ରାର୍ଥନା କରାଯାଇଛି । ଆବଦେନରେ ଓଡିଶା ବିଦ୍ୟୁତ ନିୟାମକ ଆୟୋଗ ଆଇନ ଏବଂ ଓଡିଶା ବିଦ୍ୟୁତ ନିର୍ଦେଶାବଳୀ ର ଉଲ୍ଲଙ୍ଘନ ଅଭିଯୋଗ କରି ଭଏସ ଅଫ କଟକ ପକ୍ଷରୁ ହାଇକୋର୍ଟରେ ଏହି ମାମଲା ଦାୟର ହୋଇଛି ।
ଏହି ମମାଲାରେ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ, ଶକ୍ତି ସଚିବ, ଟାଟା ପାୱାର ଏବଂ OERC କୁ ପକ୍ଷଭୁକ୍ତ କରାଯାଇଛି । ପୂର୍ବରୁ ସୁରକ୍ଷା ଜମା ଥାଇ ମଧ୍ୟ ପୁଣି ଥରେ ହଜାର ହଜାର ଟଙ୍କା ମାଗିବା ଓ ବିଦ୍ୟୁତ କାଟିବାକୁ ଧମକ ଦେବା ବେଆଇନ ବୋଲି ଆବେଦନକାରୀ ମାମଲାରେ ଦର୍ଶାଇଛନ୍ତି । ଟାଟା ପାୱାର ୭,୨୧୫ କୋଟିର ଅତିରିକ୍ତ ଶୁଳ୍କ ଆଦାୟ କରି ବ୍ୟାଙ୍କରେ ରଖିଥିବା ମାମଲାରେ ଦର୍ଶାଯାଇଛି ।
ବିନା ଗ୍ରାହକ ସମ୍ମତି ଓ ସଚେତନତାରେ ସ୍ମାର୍ଟ ମିଟର ସ୍ଥାପନକୁ ପିଟିସନରେ ଉଲେଖ କରାଯାଇଛି ।ଏହି ପ୍ରକ୍ରିୟା ବିଦ୍ୟୁତ ଆଇନ ୨୦୦୩ ଏବଂ ସମ୍ବିଧାନର ଧାରା ୧୪ ଓ ୨୧ ର ଖୋଲାଖୋଲି ଉଲ୍ଲଂଘନ ବୋଲି ମାମଲାରେ ଦର୍ଶାଯାଇଛି । ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ନକରିବାକୁ ଏବଂ ଅତିରିକ୍ତ ଜମା ନୋଟିସକୁ ରଦ୍ଦ କରିବାକୁ ମମାଲାରେ ଦର୍ଶାଇଛନ୍ତି ଆବଦେନକାରୀ । ଆବଦେନକାରରୀଙ୍କ ପକ୍ଷରୁ ଆଇନଜୀବୀ ପଦ୍ମଳୟା ମହାପାତ୍ର

More Stories
ନାବାଳିକାକୁ ଅପହରଣ ମାମଲାରେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି
ଗଣିଆରେ ପ୍ରଧାନ ମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ
ସଂପୂର୍ଣ୍ଣ ନିଆରା ଭିନ୍ନ ସ୍ବାଦର ପାରମ୍ପରିକ ଖାଦ୍ୟ ପ୍ରସ୍ତୁତ ଏବଂ ପରିବେଷଣର ଲୋକପ୍ରିୟ ସଂସ୍ଥା :” ଇନ୍ ଟାଇମ୍ ଆଣ୍ଡ କ୍ୟାଟ୍ରିଙ୍ଗ “